ଯଦି ଜୀବନରେ ଭାଙ୍ଗି ପଡିଛନ୍ତି ଏବଂ ବହୁତ ଦୁଃଖରେ ଅଛନ୍ତି ତେବେ ଏହି କାହାଣୀକୁ ନିଶ୍ଚୟ ଥରେ ପଢନ୍ତୁ (Motivational Story)

ନମସ୍କାର ବନ୍ଧୁଗଣ । ମଣିଷ ତାହା ଜୀବନରେ ଆସୁଥିବା ଦୁଃଖକଷ୍ଟ କୁ ଦେଖି ଭାବିଥାଏ କି ତାହା ସହିତ ହିଁ ଏଭଳି କଣ ପାଇ ଘଟିଥାଏ । ଇଶ୍ଵର ସବୁବେଳେ ତାହାକୁ ହିଁ କାହିଁକି ଦୁଃଖ ଦିଅନ୍ତି । ଆପଣ ମଧ୍ୟ କେବେ ନା କେବେ ନିଶ୍ଚୟ ଭାବିଥିବେ  । ତେବେ ଆଜି ମୁଁ ଆପଣଙ୍କୁ ଭଗବାନ  ଶ୍ରୀ କୃଷ୍ଣ କହିଥିବା ଅମୂଲ୍ୟ ଜ୍ଞାନକୁ ଆପଣମାନଙ୍କ ଆଗରେ ରଖିବି । ଯାହା ଫଳରେ ଆପଣ ଖରାପ ସମୟ ପଛରେ ଥିବା ସତ୍ୟତାକୁ ବୁଝିପାରିବେ ।

ସବୁବେଳେ ସବୁ କିଛି ପାଇବାର ଆଶା ହିଁ ମଣିଷକୁ ଦୁଃଖ ଓ ଅଶାନ୍ତି ର ଅନ୍ଧାର ମଧ୍ୟକୁ ଟାଣି ନେଇଥାଏ । ଇଶ୍ଵର ଯାହା ଦେଇଛନ୍ତି ସେଥିରେ ଖୁସି ରହିବା ଉଚିତ୍ । ତେବେ ଯାଇ ଏହି ସଂସାରରେ ଶାନ୍ତିରେ ବଞ୍ଚି ପାରିବା । ଏହି ଦୁନିଆରେ କୋଣସି ଧନ ନାହିଁ ଯାହା ତୁମର ଶିକ୍ଷକ ତୁମକୁ ଦେଇଥିବା ଜ୍ଞାନର ଏକ ଅକ୍ଷର ର ଋଣ ସୁଝିହେବ । ମଣିଷ ପାଖରେ ଧନ ନ ଥିବା ବେଳେ ନିଜ ଲୋକ ଓ ସମ୍ପର୍କୀୟ ତାଙ୍କୁ ଛାଡି ଚାଲିଯାଇଥାନ୍ତି ।

ମାତ୍ର ଯେବେ ସେହି ମଣିଷ ପାଖରେ ଧନ ଫେରି ଆସେ ପୁଣି ତା ପାଖକୁ ଫେରି ଆସନ୍ତି , ସେଥିପାଇଁ ଧନ ହେଉଛି ସର୍ବୋତ୍ତମ ସମ୍ପର୍କୀୟ । ଯେଉଁ ରାସ୍ତାରେ ଆପଣ ଏକୁଟିଆ ରହିଯାଉଛନ୍ତି ତେବେ ବୁଝି ନିଅନ୍ତୁ ଆପଣ ସଠିକ ରାସ୍ତାରେ ଚାଲୁଛନ୍ତି । କାହିଁକିନା ସତ୍ୟତାର ରାସ୍ତାରେ କେହି ସାଥିରେ ନ ଥାନ୍ତି । ଯଦି ତୁମେ ସେତେବେଳେ ହସିପାରୁଛ ଯେତେବେଳେ ତୁମେ ପୁରା ଭାଙ୍ଗିପଡିଛ ତେବେ ମାନେ ରଖ ଦୁନିଆର କୋଣସି ତାକତ ନାହିଁ ତୁମକୁ ହରେଇପାରିବ ।

ଯେପର୍ଯ୍ୟନ୍ତ ଜୀବନ ଅଛି ସମସ୍ୟା ଆସିବ । ତେଣୁ ସମସ୍ୟାକୁ ଧର୍ଯ୍ୟ ର ସହ ସାମନା କରିବାକୁ ପଡିବ । ପ୍ରୟାସ କଦାପି ବୃଥା ଯାଏ ନାହିଁ ବିଫଳତା ସ୍ଥାୟୀ ନୁହେଁ । ବେଳେବେଳେ ଏକ ଛୋଟ ପ୍ରୟାସ ମଧ୍ୟ ଆପଣଙ୍କୁ ସଫଳତା ହେଇପାରେ । ଶିକ୍ଷକ ଆଉ ରାସ୍ତା ଦୁଇଜଣ ଯାକ ଏକାପରି । ନିଜେ ଗୋଟିଏ ଜାଗାରେ ରହନ୍ତି, ଆଉ ଅନ୍ୟମାନଙ୍କୁ ସେମାନଙ୍କ ଲକ୍ଷ ସ୍ଥଳରେ ପହଞ୍ଚାଇଥାନ୍ତି ।

ଯଦି ଆପଣ ଜୀବନରେ କିଛି ପାଇବାକୁ ଚାହୁଁଛନ୍ତି ତେବେ ରାସ୍ତା ପରିବର୍ତ୍ତନ କରନ୍ତୁ ନିଜର ଉଦେଶ୍ୟ ନୁହେଁ । ସ୍ଵପ୍ନ ଦେଖିବା ପାପ ନୁହେଁ କିନ୍ତୁ ନିଜର ସ୍ଵପ୍ନକୁ ଭାଗ୍ୟ ହାତରେ ଛାଡି ଦେବା ସବୁଠାରୁ ବଡ ପାପ । ଅନ୍ୟମାନଙ୍କ କଥା ଶୁଣି ଚାଲିବ ତ କିଛି ବାଟ ଚାଲିପାରିବେ , ନିଜ କଥା ଶୁଣି ଚାଲିବ ତ ନିଜ ଲକ୍ଷ ସ୍ଥଳ ପହଞ୍ଚି ପାରିବ । ବିଫଳତାରେ ନ ହାରି ଆଗକୁ ବଢିଲେ ହିଁ ବିଜୟୀ ହୋଇପାରିବେ । ମନ ଖରାପ ଥିବା ସମୟରେ କେବେବି ଖରାପ କଥା କୁହନ୍ତୁ ନାହିଁ ।

କାରଣ ଖରାପ ମନର ପରିବର୍ତ୍ତନ ହେବା ପାଇଁ ବହୁତ ମଉକା ମିଳିନ ହେଲେ କୁହା ଯାଇ ଥିବା କଥା ପରିବର୍ତ୍ତନ କରିବା ପାଇଁ ଆଉ ମଉକା ମିଳିବନି । ଆମ ପୋଷ୍ଟ ଯଦି ଆପଣଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜ୍ କ୍କୁ ଲାଇକ, ଶେୟାର ଆଉ କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *