କଣ ବାସ୍ତବରେ କୁକୁର ମାନେ ରାତିରେ ଭୁତ ବା ପ୍ରେତ ଦେଖିପାରନ୍ତି ?

ବନ୍ଧୁଗଣ ଆପଣ ମାନେ ଭୁତ ପ୍ରେତ କଥା ଶୁଣିଲେ ନିଶ୍ଚୟ ଭୟଭୀତ ହେଉଥିବେ । କିନ୍ତୁ ଆପଣ ମାନେ ଜାଣିଥିବେ କୁକୁର ମାନେ ଖରାପ ଶକ୍ତିକୁ ଦେଖି ପାରନ୍ତି ବା ଅନୁଭବ କରିଥାନ୍ତି । କିନ୍ତୁ ଏହି କଥା କେତେ ସତ ତାହା ସ୍ପଷ୍ଟ ହୋଇନାହିଁ । ଆପଣଙ୍କ ମନରେ ପ୍ରଶ୍ନ ଉଠିଥିବ ଯାହାକୁ ମଣିଷ ଦେଖିପାରେ ନାହି ତାହାକୁ ସାମାନ୍ୟ ପଶୁ କେମିତି ଦେଖି ପାରିବ । ଏହି କଥା ଉପରେ ଅନେକ ବୈଜ୍ଞାନିକ ଓ ଧାର୍ମିକ ଦ୍ରୁଷ୍ଟି କୋଣ ରହିଛି । ଆଜି ଆମେ ଆପଣ ମାନଙ୍କୁ କୁକୁର ମାନେ କଣ ସତରେ ଭୁତ ବ ପ୍ରେତକୁ ଦେଖିପାରନ୍ତି ସେହି ବିଷୟରେ ଆଲୋଚନା କରିବାକୁ ଯାଉଛୁ ।

ହିନ୍ଦୁ ଶାସ୍ତ୍ର ଅନୁସାରେ କୁକୁର ମାନେ ଅନେକ କଥା ଦେଖିବା ଓ ଶୁଣିବା ପାଇଁ ସକ୍ଷମ ହୋଇଥାନ୍ତି । ଯାହାକୁ ସାଧାରଣ ମଣିଷ ଦେଖି ପାରନ୍ତି ନାହି । ବିଶେଷ କରି କୁକୁର ମାନେ ଯେଉଁ ମାନଙ୍କର ମୃତ୍ୟୁ ହୋଇଛି ସେମାନଙ୍କୁ ଦେଖି ପାରନ୍ତି । ଜ୍ଯୋତିଷ ଶାସ୍ତ୍ର ରେ କୁକୁର ମାନେ ରାତି ସମୟରେ ପିତୃ ଦେବଙ୍କୁ ଦେଖିବାର ସକ୍ଷମ ରହିଛି ବୋଲି କୁହାଅଯାଇଛି । ଏମିତି କୁହାଯାଏ ଆତ୍ମା ରାତିରେ ଯିବା ସମୟରେ କୁକୁର ପାଖ ଦେଇ ଗତି କରିଥାନ୍ତି ।

ଏହା ସହ କୁକୁର ମାନେ ଆତ୍ମା ମାନେ କଥା ହେଉଥିବାର ଶବ୍ଦ ଶୁଣିଥାନ୍ତି । ଯାହାକୁ ଦେଖିବା ବା ଶୁଣିବା ପରେ କୁକୁର କାନ୍ଦିବା ଆରମ୍ଭ କରିଥାନ୍ତି । ଧାର୍ମିକ ଦ୍ରୁଷ୍ଟିରୁ କୁକୁର ମାନେ ରାତିରେ କାନ୍ଦିବାର ଏହି କାରଣ ସାମନାକୁ ଆସିଛି । ତେଣୁ କୁହାଯାଏ ଯଦି କୁକୁର କାନ୍ଦୁଥାଏ ତେବେ ତାଙ୍କ ଆଖପାଖରେ ନାକାରାତ୍ମକ ଶକ୍ତି ଥିବାର ଆଭାସ ହୋଇଥାଏ । ପ୍ରାଚୀନ କାଳରୁ କୁକୁର କାନ୍ଦିବା ଅଶୁଭ ବୋଲି ମାନାଯାଏ ।

ଏହାର ସୂଚନା ଦେଇଥାଏ କି ଭବିଷ୍ୟତରେ କାହାର ମୃତ୍ୟୁ ହେବାକୁ ଯାଉଛି । କହିଲେ ଭୁଲ ହେବ ନାହି କି କୁକୁର କାନ୍ଦିବା ଭବିଷ୍ୟତରେ ମୃତ୍ୟୁର ସୂଚନା ଦେଇଥାଏ । ବୈଜ୍ଞାନିକ ଙ୍କ ମତରେ କୁକୁର ମାନେ ଅଧିକ ଶବ୍ଦ ହେଉଥିବା ଶୁଣି ପାରନ୍ତି । ଯେଉଁଠି ମଣିଷ ମାନେ ମଧ୍ୟ ଶୁଣି ପାରନ୍ତି ନାହି । ଯେଉଁଠି ମଣିଷ ଶୁଣିବାର ଶକ୍ତି ୨୦ କିମି ସେଠାରେ କୁକୁର ମାନେ ୪୪ କିମି ଦୂର ଯାଏଁ ଶବ୍ଦ ଶୁଣି ପାରନ୍ତି ।

ଏମିତି କିଛି ଧ୍ୱନି ରହିଛି ଯାହା କେବଳ କୁକୁର ଶୁଣିଥାନ୍ତି କିନ୍ତୁ ମଣିଷ ନୁହେଁ । କୁହାଯାଏ କୁକୁର ଆସୁଥିବା ବିପଦ ବିଷୟରେ ଅନୁଭବ କରିଥାନ୍ତି । ଯାହାର ଉଦାହରଣ ହେଉଛି ୨୦୧୧ରେ ଜାପାନରେ ହୋଇଥିବା ଭୂକମ୍ପ ଘଟଣା । ଜାପାନରେ ୮.୯ ତୀବ୍ରତାର ଭୂକମ୍ପ ଆସିଲା ସେହି ସମୟରେ କୁକୁର ମାନଙ୍କର ବ୍ୟବହାର ଅଲଗା ହୋଇଥିଲା ଯାହା ସାମନାକୁ ଆସିଥିଲା ।

କୁହାଯାଏ କି କୁକୁର ରାତିରେ କାନ୍ଦିବାର କାରଣ ତାଙ୍କ ଶରୀରରେ ଲାଗିଥିବା ଆଘାତ ବା ଶାରୀରିକ ଯନ୍ତ୍ରଣା ହୋଇପାରେ । ଏହା ସହ ଏକା ଥିବାରୁ କୁକୁର ତାଙ୍କ ସାଥିଙ୍କୁ ମାନେ ପକାଇ କାନ୍ଦିଥାନ୍ତି କୁହାଯାଏ । ଦିନରେ କୌଣସି କୁକୁରର ମୃତ୍ୟୁ ଦେଖିଲେ ରାତିରେ କୁକୁର କାନ୍ଦିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *