ଶ୍ରୀକୃଷ୍ଣଙ୍କ ମୁଖ ନିସୃତ ବାଣୀ ! ଭଲ ସମୟ ଆସିବା ପୂର୍ବରୁ ମିଳେ ଏହି 7ଟି ସଂକେତ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆମମାନଙ୍କ ଜୀବନରେ ଅନେକ ପ୍ରକାର ସମୟ ଦେଇ ଆମକୁ ଗତି କରିବାକୁ ପଡିଥାଏ । କେତେବେଳେ ଆମ ଜୀବନରେ ସୂର୍ଯ୍ୟର ଆଲୋକ ପରି ଜୀବନ ଖୁସିରେ ଆଲୋକିତ ହୋଇଯାଇଥାଏ । ଅନ୍ୟ କେବେ ସମୟରେ ଆମ ଜୀବନ ଦୁଃଖର ବାଦଳରେ ଅନ୍ଧକାର ହୋଇଯାଇଥାଏ । ଏହା ସବୁ ସମୟର ଚକ୍ର ଦ୍ଵାରା ହୋଇଥାଏ । କାରଣ ସମୟ ଠାରୁ ବଳବାନ କିଛି ନଥାଏ । ଭଗବାନ ଶ୍ରୀକୃଷ୍ଣଙ୍କ ମୁଖରୁ ନିସୃତ ବାଣୀ ଅନୁସାରେ ଆମ ଜୀବନରେ ଘଟିବାକୁ ଥିବା ଭଲ ସମୟ ଆଗରୁ ଆମକୁ କିଛି ସଂକେତ ମିଳିଥାଏ ।

ଯଦି ଆପଣ ଶୋଇଥିବା ସମୟରେ ଆପଣଙ୍କ ଆଖି ବ୍ରହ୍ମ ମୂହୁର୍ତ୍ତରେ ଖୋଲିଯାଇଥାଏ । ସେହି ସମୟରେ ଆପଣ ଇଶ୍ଵରଙ୍କ ଦର୍ଶନ ସ୍ଵପ୍ନରେ ହୋଇଥାଏ । ତେବେ ଜାଣି ରଖନ୍ତୁ, ଭଗବାନ ଆପଣଙ୍କୁ କୌଣସି ଭଲ ସଂକେତ ଦେବା ପାଇଁ ଯାଉଅଛନ୍ତି । ଆପଣ ଯେଉଁ କାର୍ଯ୍ୟ କରିବା ପାଇଁ ଅଗ୍ରସର ହୋଇବେ । ସେଥିରେ ଆପଣଙ୍କୁ ଭଗବାନ ସାଥ୍ ଦେବେ । ଯେତେବେଳେ ଆପଣଙ୍କର କୌଣସି କାରଣ ନଥାଇ ମଧ୍ୟ ମୁହଁରେ ଖୁସି ରହିଥାଏ ।

ଆପଣ ନିଜ ରାଗରୁ ନିବୃତ୍ତ ହୋଇ ମନକୁ ପ୍ରଫୁଲିତ କରିପାରିଥାନ୍ତି । ତେବେ ସେହି ସମୟରେ ଆପଣ ମନ ଭିତରେ ଯେଉଁ କାମନା ଆଣିବେ । ତାହା ପୂରଣ ହେବାର ବହୁତ ଅଧିକ ମାତ୍ରାରେ ସମ୍ଭାବନା ରହିଥାଏ । ଆପଣ ସେହି ସମୟରେ ସିଧାସଳଖ ଭଗବାନଙ୍କ ଆଢୁଆଳରେ ରହିଥାନ୍ତି ।

ତେବେ ଆପଣଙ୍କୁ ଆଗାମୀ ସମୟରେ କିଛି ଶୁଭ ସମାଚାର ମିଳିପାରେ । ଯଦି ଆପଣଙ୍କ ଘରକୁ ବାରମ୍ବାର ଗାଈ ଖାଇବା ପାଇଁ ଆସିଥାଏ । ମାଙ୍କଡ ଘରୁ କିଛି ଖାଦ୍ୟ ନେଇ ଖାଇଥାଏ, ବିଲେଇ ଆସି ଘରେ ଛୁଆ ଜନ୍ମ କରିଥାଏ ଓ ଚଢେଇ ଆପଣଙ୍କ ଘର ଆଖ ପାଖରେ ବସା ବାନ୍ଧି କରି ରହିଥାଏ । ତେବେ ଏହା ଆପଣଙ୍କ ଶୁଭ ଦିନ ଆସିବାର ସମାଚାର ଦେଇଥାଏ । ଯଦି କୌଣସି ଛୋଟ ପିଲା ଆପଣଙ୍କୁ ଦେଖି ବାରମ୍ବାର ହସିଥାଏ ।

ଆପଣଙ୍କ ଘରେ ପିଲାମାନେ ହସି ଖେଳି ଖୁସିର ବାତାବରଣ ସୃଷ୍ଟି କରିଥାନ୍ତି । ତେବେ ଏହା ଆପଣଙ୍କୁ ଏହା ଶୁଚିତ କରାଏ କି, ଆପଣଙ୍କ ଜୀବନ ଖୁସିରେ ଭରି ହେବା ପାଇଁ ଯାଉଛି । ଆପଣଙ୍କ ସହିତ କିଛି ଭଲ ସମ୍ପର୍କ ଯୋଡି ହେବା ପାଇଁ ଯାଉଛି । ଯଦି ଆପଣଙ୍କର କୌଣସି ଆୟ ପନ୍ଥାରୁ ଭଲ ରୋଜଗାର ହୋଇଥାଏ ।

ତେବେ ଆପଣଙ୍କ ଜୀବନରେ ଦୁଃଖର ଦିନ ସରି ଖୁସି ଓ ମଙ୍ଗଳ ଦିନର ଆରମ୍ଭ ହେବା ପାଇଁ ଯାଉଛି । ଭଗବାନଙ୍କ ମଥାରୁ ଫୁଲ, ଚନ୍ଦନ ଖସିବା । ଭଗବାନ ଆପଣଙ୍କୁ ଦେଖି ଖୁସି ହେଇଥିବାର ଅନୁଭବ କଲେ । ଆପଣଙ୍କୁ ଘରକୁ ପ୍ରିୟ ଅତିଥି ଆସିବାର ସୂଚନା ମିଳିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *