5 ମିନିଟ୍ ରେ ମଶା-ମାଛି-ମୂଷା-ଅସରପା ସମସ୍ତେ ଘର ଛାଡି ପଳେଇବେ…ବାସ କରି ନିଅନ୍ତୁ ଏହି ଦେଶୀ ଉପାୟ

ବନ୍ଧୁଗଣ ସାଧାରଣତଃ ଏହିପରି ଋତୁ ରେ ମଶା ଦେଖା ଦେବା ସାମାନ୍ୟ ବିଷୟ ଅଟେ l କିନ୍ତୁ ଏହା ମଧ୍ୟ ସତ୍ୟ କି ମଶା କାମୁଡିବା ଦ୍ବାରା ଡେଙ୍ଗୁ ମ୍ୟାଲେରିଆ ଭଳି ମାରାତ୍ମକ ରୋଗ ମଧ୍ୟ ହେଇଥାଏ । ମଶା ମାଛି ତଥା ଅତି ସାଧାରଣ ଦେଖା ଯାଉଥିବା କୀଟ ପତଙ୍ଗ ମନୁଷ୍ୟ ମାନଙ୍କର ବହୁ ରୋଗ ବ୍ୟାଧି ର କାରକ ହୋଇଥାନ୍ତି । ତେଣୁ ଏମାନଙ୍କ ଠାରୁ ସବୁବେଳେ ନିଜକୁ ବଞ୍ଚାଇ ରଖିବା ଉଚିତ୍ ।

ସାଧାରଣତଃ ବଜାର ରେ ମଶା ମାଛି ଠାରୁ ରକ୍ଷା ପାଇବା ପାଇଁ ଅନେକ ପ୍ରକାରର ସାମଗ୍ରୀ ମାନ ମିଳି ପାରୁଛି, କିନ୍ତୁ ସେ ସାମଗ୍ରୀ ମାନ ରୁ ନିର୍ଗତ ଧୂଆଁ ଆମ ଶରୀର ପକ୍ଷେ ଅନେକ କ୍ଷତି କାରକ ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ବହୁ ପୁରୁଣା ଉପଚାର ।

ଯାହାର ସହାୟତା ରେ ଆପଣ ଘରୁ ମଶା, ମାଛି, ଅସରପା ତଥା ଅନ୍ୟାନ୍ୟ ଛୋଟ ମୋଟ କୀଟ ପତଙ୍ଗ ମାନଙ୍କୁ ଘରୁ ବାହାର କରି ପାରିବେ । ଏହା ପାଇଁ ଆପଣଙ୍କୁ ଆବଶ୍ୟକ ପଡ଼ିବ କିଛି ତେଜ ପତ୍ର, ଯାହା ଆପଣ ଙ୍କୁ ଅତି ହିଁ ସହଜ ରେ ନିଜ ରୋଷେଇ ଘରୁ ପ୍ରାପ୍ତ ହୋଇଯିବ ।

ଦ୍ୱିତୀୟ ସାମଗ୍ରୀ ରୂପେ ଆପଣ ଙ୍କର ଆବଶ୍ୟକ ପଡ଼ିବ ପୂଜା ରେ ବ୍ୟବହୃତ କିଛି କର୍ପୁର ଓ ତୃତୀୟ ସାମଗ୍ରୀ ହେଉଛି ନିମ୍ବ ତେଲ । ବନ୍ଧୁଗଣ ଯଦି ଆପଣ ନିମ୍ବ ତେଲ ସଂଗ୍ରହ କରି ପାରୁ ନାହାଁନ୍ତି, ତେବେ ଆପଣ ଏହାର ପରିବର୍ତ୍ତେ ସୋରିଷ ତେଲ ର ମଧ୍ୟ ବ୍ୟବହାର କରି ପାରିବେ ।

ସର୍ବ ପ୍ରଥମେ ଆପଣ କିଛି ନିମ୍ବ ତେଲ ରେ କିଛି କର୍ପୂର କୁ ଗୁଣ୍ଡ କରି ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏହା ପରେ କୌଣସି ଏକ ମାଟି ପାତ୍ର ରେ କିଛି ତେଜ ପତ୍ର କୁ ଛିଣ୍ଡାଇ ପକାଇ ଦିଅନ୍ତୁ । ଏହା ପଶ୍ଚାତ୍ ପୂର୍ବେ ପ୍ରସ୍ତୁତ କରିଥିବା କର୍ପୂର ତେଲ କୁ ଆପଣ ସେହି ତେଜ ପତ୍ର ରେ ପକାଇ ଦିଅନ୍ତୁ ।

ଏହା ପରେ ଏଥିରେ ନିଆଁ ଲଗାଇ କିଛି ସମୟ ପରେ ଲିଭାଇ ଦିଅନ୍ତୁ । ଯେପରି କି ଏଥିରୁ ଧୂଆଁ ବାହାରୁ ଥିବ । ଏହି ଧୁଆ କୁ ଘରର ସମସ୍ତ କୋଣ ମାନଙ୍କ ରେ ଦେବା ଦ୍ଵାରା ଘରେ ଥିବା ମଶା ମାଛି ଜନ୍ଦା ପିମ୍ପୁଡ଼ି ତଥା ସମସ୍ତ ପ୍ରକାରର କୀଟ ପତଙ୍ଗ ଘରୁ ବାହରି ଯିବେ । ଏହାସହ ଘରେ ଥିବା ନକାରାତ୍ମକ ଉର୍ଜା ମଧ୍ୟ ହ୍ରାସ ପାଇଥାଏ ।

ବନ୍ଧୁଗଣ ମନେ ରଖିବେ ଏହି ଉପାୟ ଟିକୁ କରିବା ସମୟ ରେ ଘରର ସମସ୍ତ କାବାଟ ଝରକା ଗୁଡ଼ିକ ଭଲ ଭାବରେ ବନ୍ଦ କରିଦେବେ । ଏପରି କରିବା ଦ୍ବାରା ସେହି ଧୂଆଁ ଭଲ ଭାବରେ ଘରର ପ୍ରତ୍ୟେକ କୋଣ କୋଣ ରେ ଯାଇ ପହଞ୍ଚି ପାରିବ । ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ଉପାୟ ଟି ପସନ୍ଦ ଆସିଥିବ । ଆମ ସହ ଶେଷ ପର୍ଯ୍ୟନ୍ତ ଯୋଡ଼ି ହୋଇ ରହିଥିବାରୁ ଆପଣଙ୍କୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *