ପେଚା ଦେଖିଲେ ମିଳେ କେଉଁ ସଂକେତ ? ଶୁଭ ନା ଅଶୁଭ? Shakuna Shastra

ମାତା ଲକ୍ଷ୍ମୀ ଙ୍କ ବାହନ ହେଉଛି ପେଚା ସେ ପୁଣି ଧଳା ପେଚା । ଧଳା ପେଚା ଶୁଭ ହିଁ ସଂକେତ ଦେଇଥାଏ । କାରଣ ଏହା ଲକ୍ଷ୍ମୀ ଙ୍କ ବାହନ ହୋଇଥାଏ । ଆହୁରି କିଛି ବିଶେଷ ତଥ୍ୟ ରହିଛି ପେଚା ମାନ ଙ୍କ ସମ୍ପର୍କ ରେ । ଦକ୍ଷିଣ ପାଖ ରେ ପେଚା ର ରାବ ସୁଭିଲେ ଭଲ । ବାମ ପାଖରେ ପେଚା ର ଦର୍ଶନ ଶୁଭ । ଛାତ ଉପରେ ବା କୌଣସି ବ୍ୟକ୍ତି ଉପରେ ପେଚା ବସିଲେ ଆସନ ବିପତ୍ତି ର ସମ୍ଭାବନା ଥାଏ । ପେଚା ର ନଖ ଓ ପଞ୍ଝା ଧନ ଲାଭ ର ସୂଚନା ଦ ଏହା ଆପଣ ଙ୍କ ପାଇଁ ଶୁଭ ।

ଧଳା ପେଚା ମାତ ଲକ୍ଷ୍ମୀ ଙ୍କ ବାହନ ହେଇଥିବା ରୁ ଘରକୁ ଆସିଲେ ଶୁଭ ହୋଇଥାଏ ବା ଧନ ଲାଭ ର ସଂକେତ ମିଳିଥାଏ । ମଧ୍ୟରାତ୍ରୀରେ ରେ କଳା ପେଚା ର ଦକ ଅଶୁଭ ଦାୟକ । ଦିନ ବେଳେ ବା ରାତ୍ରି କାଳ ରେ ଧଳା ପେଚା ଦେଖିଲେ ଶୁଭ । କଳା ପେଚା କୁ ସାଧାରଣ ତ ଅମଙ୍ଗଳ ଓ ଧଳା ପେଚା କୁ ମଙ୍ଗଳ ରୂପେ ଗ୍ରହଣ କରାଯାଏ । ଯେ କୌଣସି ପରିସ୍ଥିତି ରେ ଆପଣ ଧଳା ପେଚା ଦେଖିଲେ ଆପଣ ଙ୍କୁ ସେ ଶୁଭ ସଂକେତ ଦେଇଥାଏ ।

ଯଦି ପେଚା ଆପଣଙ୍କ ମୁଣ୍ଡ ଉପରେ ଉଡୁଛି କି ଓ ଶବ୍ଦ କରି ପିଛା କରୁଛିତ ଏହି ଯାତ୍ରା ଶୁଭ ହୋଇଥାଏ । ପୂର୍ବ ଦିଗରେ ବସିଥିବା ପେଚାର ସ୍ଵର ଶୁଣିବାକୀ ଦର୍ଶନ କରିବା ଦ୍ଵାରା ପ୍ରଚଣ୍ଡ ଆର୍ଥିକ ଲାଭର ସୂଚକ ବୋଲି କୁହାଯାଏ । ଦକ୍ଷିଣ ଦିଗରେ ପେଚାର ସ୍ଵର ଶୁଣିଲେ ସତୃଙ୍କ ଉପରେ ବିଜୟ ସୁନିଶ୍ଚିତ ହୋଇଥାଏ ।

ସକାଳୁ ପେଚାର ସ୍ଵର ଶୁଣିଲେ ସୌଭାଗ୍ୟ କାରକ ଓ ଲାଭ ଦାୟକ ହୋଇଥାଏ । କୁହାଯାଏକି ଯଦି ଗର୍ଭବତୀ ସ୍ତ୍ରୀ ପେଚକୁ ଛୁଇଁ ଦେଇଥାଏତ ତାର ହେବାକୁ ଥିବା ସନ୍ତାନ ଶ୍ରେଷ୍ଠ ହୋଇଥାଏ । ପେଚା ଯଦି ଗମ୍ଭୀର ରୂପରେ ବିମାର ଥିବା ବ୍ୟକ୍ତିକୁ ସ୍ପର୍ଶ କରିଦିଏ ତ ତାର ସ୍ୱାସ୍ଥ୍ୟରେ ସୁଧାର ଆସିଥାଏ । ଯଦି ପେଚା କାହାକୁ ସେମିତି ଛୁଇଁ ଦେଇଥାଏ ତାର ଜୀବନ ଆନନ୍ଦରେ ବିତିଥାଏ ।

ସାମାନ୍ଯ ଭାବରେ ପେଚା କେବେ ଦେଖାଯାଇ ନଥାଏ କିନ୍ତୁ ଉତ୍ତର ପୂର୍ବ ଦିଗରୁ ପେଚା ଆସୁଥିବାର ଦେଖାଯାଇଥାଏ ତେବେ ଏହା ବହୁତ ହିଁ ଶୁଭ ସଙ୍କେତ ହୋଇଥାଏ । ଏହା ମା ଲକ୍ଷ୍ମୀଙ୍କର ଆସୁଥିବାର ସଙ୍କେତ ହୋଇଥାଏ । ଆଉ ମା ଲକ୍ଷ୍ମୀ ଆପଣଙ୍କ ଭକ୍ତି ଦ୍ଵାରା ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *