ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏହି ଧରା ପୃଷ୍ଟର ସମସ୍ତ ସଜୀବ ଅଥବା ନିର୍ଜୀବଙ୍କ ମଧ୍ୟରେ ଇଶ୍ଵର ସମାହିତ ହୋଇଥାନ୍ତି । ଭଗବାନ ହିଁ ଦୁନିଆର ଶ୍ରେଷ୍ଠ ତତ୍ଵ । ଭଗବାନଙ୍କ ପୂଜା କରିବା ପାଇଁ ସମସ୍ତେ ପୂଜା ଘର କରିଥାନ୍ତି । ଭଗବାନଙ୍କ ପୂଜା କରିବା ସମୟରେ ଆମେ ସମସ୍ତେ ପୂଜା ପାଠରେ ନିଜକୁ ଲୀନ କରିଦେଉ । ସେହି ସମୟରେ ଆମ ଅନ୍ତର ଆତ୍ମା ସହିତ ଭଗାବାନଙ୍କର ମିଳନ ହୋଇଥାଏ । ପ୍ରାୟତଃ ଲୋକଙ୍କର ପୂଜା ପାର୍ଥନା କରିବା ସମୟରେ ଆଖିରୁ ଲୁହ ବାହାରି ଆସିଥାଏ ।
ଏହାର ଅର୍ଥ ଭଗବାନଙ୍କ ସହିତ ଆପଣଙ୍କର ଶୁଭ ସଂଯୋଗ ଘଟିଛି । ଏହା ଅତ୍ୟନ୍ତ ଶୁଭ ମୂହୁର୍ତ୍ତ ହୋଇଥାଏ । ଏହି ସମୟରେ ଆପଣ ପ୍ରଭୁଙ୍କୁ ନିଜର କଷ୍ଟ, ଦୁଃଖ ଓ ମନସ୍କାମନା ଜଣାଇପାରିବେ । ସେହି ସମୟରେ ଭଗବାନ ନିଶ୍ଚୟ ଆପଣଙ୍କ ଗୁହାରୀ ଶୁଣିବେ ଓ ତାହାକୁ ପୂରଣ ମଧ୍ୟ କରିବେ । ଏହା ସହିତ ପୂଜା ସମୟରେ ଆଖିରୁ ଲୁହ ବାହାରିବା ଦ୍ଵାରା ଆପଣଙ୍କର ଅନ୍ତର ଆତ୍ମା ପବିତ୍ର ହୋଇଯାଇଥାଏ ।
ଅଗ୍ନୀ ପଞ୍ଚ ତତ୍ଵ ମଧ୍ୟରୁ ଏକ ହୋଇଥାଏ । ଯେତେବେଳେ ଆପଣ ପୂଜା ପାଇଁ ଦୀପ ପ୍ରଜ୍ଵଳନ କରୁଥିବେ । ସେହି ସମୟରେ ଦୀପର ଜ୍ୱୋତି ଜୋରସେ ଜଳିବା ଆରମ୍ଭ କରିଦିଏ । ଏହା ମଧ୍ୟ ଶୁଭ ହୋଇଥାଏ । ଏହ ସମୟରେ ଭଗବାନଙ୍କୁ ନିଜର ମନସ୍କାମନା ଜଣାଇବା ଉଚିତ । ଯେତେବେଳେ ଆପଣ ଧୂପ ଜଳାଇ ପୂଜା କରୁଛନ୍ତି ।
ସେହି ଧୂପକାଠିର ଧୂଆଁ ଇଷ୍ଟଦେବଙ୍କ ପ୍ରତିମା ଆଡକୁ ଗତି କରିବାକୁ ଲାଗିଥିବ । ସେତେବେଳେ ଆପଣ ଜାଣିରଖିବା ଉଚିତ । ଆପଣଙ୍କ ପୂଜାରେ ପ୍ରଭୁ ଅତ୍ୟନ୍ତ ପ୍ରସନ୍ନ ଅଛନ୍ତି ଏବଂ ଆପଣଙ୍କ ନିଷ୍ଟା ସହକାର ପୂଜାକୁ ଇଶ୍ଵର ଗ୍ରହଣ କରିଛନ୍ତି । ଯେତେବେଳେ ଆପଣ ଭଗବାନଙ୍କୁ ଫୁଲ ଚନ୍ଦନ ଅର୍ପଣ କରି ପୂଜା କାମରେ ଲୀନ ଥିବେ । ସେହି ସମୟ ମଧ୍ୟରେ ଭଗବାନଙ୍କୁ ଚଢାଯାଇଥିବା ଫୁଲ ଆପଣଙ୍କ ପାଖକୁ ଆସି ପଡିଥାଏ ।
ତେବେ ଏହା ଭଗବାନଙ୍କ ତରଫରୁ ଆପଣଙ୍କ ପାଇଁ ଅତି ଶୁଭ ସମାଚାର ହୋଇପାରେ । ଏହାର ଅର୍ଥ ଆପଣଙ୍କ ପୂଜା ଆରାଧନାରେ ପ୍ରଭୁ ସନ୍ତୁଷ୍ଟ ଅଛନ୍ତି । ଭଗବାନ ବହୁତ ଶୀଘ୍ର ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବେ । ପୂଜା କରୁଥିବା ସମୟରେ ଘର ଦ୍ଵାର ପାଖକୁ ଗାଈ ଆସିବା । ଏହା ଏକ ବହୁତ ଶୁଭ ସଂକେତ ଅଟେ ।
ଆପଣ କେବେ ମଧ୍ୟ ସେହି ଗାଈକୁ ହତାଦର କରନ୍ତୁ ନାହିଁ । ସେହି ଗାଈର ପୂଜା କରନ୍ତୁ । ତାକୁ ରୁଟି କିମ୍ବା କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ । ଗାଈକୁ ପ୍ରଣାମ କରି ତାକୁ ନିଜର ମନସ୍କାମନା ଜଣାନ୍ତୁ, ଅବଶ୍ୟ ପୂରଣ ହେବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ