ସାଧାରଣଜ୍ଞାନ ପ୍ରଶ୍ନ ଓ ଉତ୍ତର,କେଉଁ ଦୁଇଟି ସଂଖ୍ୟାକୁ ଗୁଣନ କଲେ ଗୁଣଫଳ ୧୩ ହେଇଥାଏ,ବୁଦ୍ଧିମାନ ଲୋକ କେବେ ଭୁଲ କହିବେ ନାହିଁ,ଦେବେ ସଠିକ ଉତ୍ତର…

ନମସ୍କାର ବନ୍ଧୁଗଣ ତେବେ ଆସନ୍ତୁ ଆଜି ଆମେ କିଛି ଜଣା ଅଜଣା ପ୍ରଶ୍ନ ବିଷୟରେ ଆଲୋଚନା କରିବା। ଯାହା ଦ୍ୱାରା ଆପଣ କିଛି ଅଜଣା ପ୍ରଶ୍ନ ବିଷୟରେ ଜାଣି ପାରିବେ ଏବଂ ଏହାର ଉତ୍ତର ମଧ୍ୟ ଜାଣି ପାରିବେ। ତେବେ ଏହା ଦ୍ୱାରା ଆପଣଙ୍କ ର ଜ୍ଞାନ ର ବୃଦ୍ଧି ମଧ୍ୟ ହେବ ତେବେ ଆସନ୍ତୁ ଜାଣିନେବା ସେହି କିଛି ଜଣା ଅଜଣା ପ୍ରଶ୍ନ ବିଷୟରେ।

୧. ବର୍ତ୍ତମାନ ଓଡ଼ିଶା ରେ କେତେଗୋଟି ଜିଲ୍ଲା ଅଛି?
ଉତ୍ତର- ୩୦ଟି।

୨. ମଣିପୁର ର ରାଜଧାନୀ ର ନାମ କଣ?
ଉତ୍ତର- ଇମ୍ଫାଲ।

୩. ବିଶ୍ଵ ରେ ସର୍ବାଧିକ କୋଇଲା ଉତ୍ପାଦନକାରୀ ଦେଶ କେଉଁଟି?
ଉତ୍ତର- ଚୀନ।

୪.ବିଶ୍ଵ ର ସବୁଠାରୁ ଛୋଟ ପକ୍ଷୀ କେଉଁଟି?
ଉତ୍ତର- ହମିଙ୍ଗ ବାର୍ଡ।

୫. ଚନ୍ଦ୍ରପୃଷ୍ଠ କୁ ମାନବ ପ୍ରେରଣ କରିଥିବା ବିଶ୍ୱ ର ପ୍ରଥମ ଦେଶ କିଏ?
ଉତ୍ତର- ଯୁକ୍ତରାଷ୍ଟ୍ର ଆମେରିକା।

୬. ବିଶ୍ୱର ପ୍ରଥମ କାଗଜ ମୁଦ୍ରା ଜାରି କରିଥିବା ଦେଶ କେଉଁଟି?
ଉତ୍ତର- ଚୀନ।

୭. ଆକାର ରେ ବିଶ୍ୱ ର ସବୁଠାରୁ ବଡ଼ ସହର କେଉଁଟି?
ଉତ୍ତର- ଟୋକିଓ।

୮. କେଉଁ ଋଷି ତାଙ୍କ ଆଶ୍ରମ ର ରକ୍ଷା କରିବା ନିମନ୍ତେ ରାମ ଓ ଲକ୍ଷ୍ମଣ ଙ୍କୁ ବନ କୁ ନେଇ ଯାଇଥିଲେ?
ଉତ୍ତର- ବିଶ୍ଵାମିତ୍ର।

୯. ହନୁମାନ ଙ୍କ ମାଆ ପୂର୍ବ ଜନ୍ମ ରେ ଜଣେ ଅପ୍ସରୀ ଥିଲେ।ଅପ୍ସରା ରୂପରେ ତାଙ୍କ ନାମ କଣ ଥିଲା?
ଉତ୍ତର- ପୁଞ୍ଜିକସ୍ଥଳୀ।

୧୦. ପ୍ରଥମ ଚୀନ ତୀର୍ଥଯାତ୍ରୀ ଫାହିଆନ କାହାର ଶାସନ କାଳରେ ଭାରତ ଆସିଥିଲେ?
ଉତ୍ତର- ଚନ୍ଦ୍ରଗୁପ୍ତ ଦ୍ଵିତୀୟ।

୧୧. କେଉଁ ରାଜା କୁତବମୀନାର ନିକଟରେ ଥିବା ଲୌହ ସ୍ତମ୍ଭ ନିର୍ମାଣ କରିଥିଲେ?
ଉତ୍ତର- ଚନ୍ଦ୍ରଗୁପ୍ତ ଦ୍ଵିତୀୟ।

୧୨. କେଉଁ କ୍ରିକେଟର ମାତ୍ର ୧୪ ବଲ ରେ ୫୦ ରନ୍ କରି ଆଇପିଏଲ ଇତିହାସ ରେ ସବୁଠାରୁ ଦୃତ ଅର୍ଦ୍ଧ ଶତକ ହାସଲ କରିବାର ରେକର୍ଡ ରଖିଛନ୍ତି?
ଉତ୍ତର- କେ.ଏଲ ରାହୁଲ।

୧୩. କେଉଁ ଭାରତୀୟ ମହିଳା ରିଓ ରେ ଆୟୋଜିତ ୨୦୧୬ ଅଲମ୍ପିକ ରେ ବ୍ୟାଡମିନ୍ଟନ ରେ ରୌପ୍ୟ ପଦକ ହାସଲ କରିଥିଲେ?
ଉତ୍ତର- ପିଭି ସିନ୍ଧୁ।

୧୪. କେଉଁ ଭାରତୀୟ ମହିଳା ରିଓ ରେ ଆୟୋଜିତ ୨୦୧୬ ଅଲମ୍ପିକ ରେ ରେଷ୍ଟଲିଂ ରେ କାଂସ୍ୟ ପଦକ ହାସଲ କରିଥିଲେ?
ଉତ୍ତର- ସାକ୍ଷୀ ମଲ୍ଲିକ।

୧୫. କେଉଁ ଦୁଇଟି ସଂଖ୍ୟା କୁ ଗୁଣନ କରିଲେ ଗୁଣଫଳ ୧୩ ହୋଇଥାଏ?
ଉତ୍ତର- ୧୩*୧=୧୩।

Leave a Reply

Your email address will not be published. Required fields are marked *