ଶନି ଚଳନ କୁମ୍ଭ ରାଶିକୁ, ଏହି 5 ଟି ରାଶିରେ ଧନର ବର୍ଷା- Saturn Transit 2023

ବନ୍ଧୁଗଣ 2023 ବର୍ଷରେ ଦୀର୍ଘ 30 ବର୍ଷ ପରେ ଗ୍ରହ ନକ୍ଷତ୍ର ରେ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଶନିଦେବ ମକର ରାଶିରୁ ବାହାରି କୁମ୍ଭ ରାଶିକୁ ଗୋଚର କରିସାରିଛନ୍ତି ଏପ୍ରିଲ 1 ଠାରୁ । ତଥା ଶନିଦେବ କୁମ୍ଭ ରାଶିକୁ 30 ବର୍ଷ ପରେ ଗୋଚର କରିବେ । ଅବଶ୍ୟ ଗତ ବର୍ଷ କିଛି ଦିନ ପାଇଁ ଶନିଦେବ କୁମ୍ଭ ରାଶିକୁ ଗୋଚର କରିଥିଲେ କିନ୍ତୁ ଶନିଦେବଙ୍କର ଏହି ରାଶିରେ ଗୋଚର ଅତ୍ୟନ୍ତ ପ୍ରଭାବଶାଳି ହେବ ।

ଶନିଦେବ କୁମ୍ଭ ରାଶିରେ ଅଢେଇ ବର୍ଷ ଯାଏଁ ରହିବେ । ଯାହାର ପ୍ରଭାବ କିଛି ରାଶିଙ୍କ ଜୀବନ ବଦଳିବାକୁ ଯାଉଛି । ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ ବିସ୍ତାର ଭାବେ । ବୃଷ ରାଶି : ଶନି ଆପଣଙ୍କର ଦଶମ ଘରେ ଗୋଚର କରିବେ । ଏହି ଘରେ ରହି ଶନିଦେବ ତୃତୀୟ ଘରେ ଦ୍ଵାଦଶ ଦୃଷ୍ଟିରେ ଦେଖିବେ । ପ୍ରମୋସନର ଯୋଗ ବନୁଛି । ଯେଉଁ ମାନେ ବେକାରି ଥିଲେ ସେମାନଙ୍କୁ ନୂତନ ଚାକିରି ମିଳିପାରେ । ଆପଣଙ୍କୁ ନୂତନ ଗୃହ, ଜମି, ବାହନ ସୁଖ ପ୍ରାପ୍ତ ହେବ । ମାତାଙ୍କ ସ୍ଵାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ ।

ତୁଳା ରାଶି : ଆପଣଙ୍କ ରାଶିରେ ଶନିଦେବ 30 ବର୍ଷ ପରେ ପଞ୍ଚମ ଭାବରେ ଗୋଚର କରିବେ । ସପ୍ତମ ଦ୍ରୁଷ୍ଟିରେ ଶନି ଆପଣଙ୍କର ଏକାଦଶ ଘରକୁ ଦେଖିବେ । ଆପଣଙ୍କ ପାଇଁ ଶନି ଚାଳନ ଅତ୍ୟନ୍ତ ଶୁଭ ରହିବ । ସନ୍ତାନ ସୁଖ ପ୍ରାପ୍ତ ହେବ । ଶିକ୍ଷା କ୍ଷେତ୍ରରେ ବିଶେଷ ସଫଳତା ପାଇବେ । ଯେଉଁ ମାନେ ହାୟର ଏଜୁକେସନ କରିବାକୁ ଚାହୁଁଥିଲେ ଉନ୍ନତି ହେବ । ନୂତନ ସାଥି ମିଳିପାରନ୍ତି ।

ଧନୁ ରାଶି : ଧନୁ ରାଶିର ସାଢେଷାତି ସମାପ୍ତି ଅଇଯିବ । ତୃତୀୟ ଘରେ ଶନିଦେବ ଗୋଚର କରିବେ । ଏହା ଠାରୁ ବଡ କଥା କଣ ଅଛି । ଯାହା ବି ଆପଣଙ୍କର ଘର ପରିବାରର ସମସ୍ଯା ଥିଲା, ଚାକିରି, ବ୍ୟାପରକୁ ନେଇ ଯାହା ସମସ୍ଯା ଥିଲା ତାହା ଦୂର ହେବ । ଅଧା ରହିଥିବା କାମ ପୂର୍ଣ୍ଣ ହେବ । କ୍ୟାରିୟରରେ ଉଚ୍ଚ ସ୍ଥାନକୁ ଚାଲିଯିବେ । ଦାଂପତ୍ଯ ଜୀବନ ସୁଖମୟ ହେବ ।

ମକର ରାଶି : ମକର ରାଶିର ଅନ୍ତିମ ଚରଣ ଆରମ୍ଭ ଅଇଯିବ । ଶନିଙ୍କ ସାଢେଷାତିର ପ୍ରଭାବ ସରିଯିବ । ଯାହା ଫଳରେ ଆପଣଙ୍କୁ ଶୁଭ ଫଳ ମିଳିବାକୁ ଯାଉଛି । ଟଙ୍କା ପଇସାକୁ ନେଇ ଯାହା ସମସ୍ଯା ଥିଲା ତାହା ଦୂର ହେବ । ବ୍ୟାପାର କ୍ଷେତ୍ରରେ ସଫଳତା ମିଳିବ । ନୂତନ ଗୃହ ନିର୍ମାଣ କରିବାରେ ସକ୍ଷମ ହେବେ । ନୂତନ କାର୍ଯ୍ୟ ଆରମ୍ଭ କରିଲେ ଉନ୍ନତି ପ୍ରାପ୍ତ ହେବ ।

କୁମ୍ଭ ରାଶି : କୁମ୍ଭ ରାଶିରେ ଶନିଦେବ ରାଜଯୋଗ ବନିବ । ଶନି ଆପଣଙ୍କର ପ୍ରଥମ ଘରେ ବସିବେ । ଆପଣଙ୍କର ରାଜନୀତି କ୍ଷେତ୍ର, ଲୁହା ଜଡିତ କାମ କରୁଛନ୍ତି ସେଥିରେ ସଫଳ ହେବେ । 30 ବର୍ଷ ପରେ ଏପରି ରାଜଯୋଗ ବନୁଛି ଯାହା ଦ୍ଵାରା ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସୁଛି ।

Leave a Reply

Your email address will not be published. Required fields are marked *