ବାସ୍ତୁ ଶାସ୍ତ୍ର ଅନୁସାରେ ଆମ ଓଡ଼ିଆ ଘରେ କିଛି ପରମ୍ପରା ରହିଛି । ଭୋଜନ କରିବା ବା ଖାଇବା କିପରି କରାଯାଏ ଲୋକମାନେ ଜାଣିବା ନିତ୍ୟାନ୍ତ ଆବଶ୍ୟକ । ଏହା ଦ୍ଵାରା ଶୁଭ ଫଳ ମିଳିଥାଏ । ବା ମଙ୍ଗଳକାରି ହୋଇଥାଏ । ଘରେ ଦକ୍ଷିଣ ଦିଗ କୁ ମୁଁହ କରି କେବେ ଖାଇବା ଉଚିତ୍ ନୁହେଁ କାରଣ ଏହା ଯମ ଙ୍କ ଦିଗ ହୋଇଥାଏ ଏହା ଦ୍ଵାରା ଦୁର୍ଭାଗ୍ୟ ପ୍ରାପ୍ତ ହୋଇଥାଏ । ଏବଂ ସ୍ବାସ୍ଥ୍ୟ ଜାଣି ହେବା ର ସମ୍ଭାବନା ଥାଏ । ଘରେ ଡାଇନିଂ ଟେବୁଲ୍ ଦକ୍ଷିଣ କିମ୍ବା ପଶ୍ଚିମ ଦିଗ ରେ ରଖିବା ଉଚିତ୍ ଖାଇବା ବେଳେ ପୂର୍ବ କିମ୍ବା ଉତ୍ତର ଦିଗ କୁ ମୁଁହ କରି ଖାଇଲେ ମଙ୍ଗଳ ହୋଇଥାଏ ।
ଖାଇବା ପୂର୍ବ ରୁ ପାଦ ଧୋଇ ଖାଇବା ଦ୍ବାରା ସ୍ବାସ୍ଥ୍ୟ ଭଲ ହୋଇଥାଏ ଓ ଆୟୁ ବୃଦ୍ଧି ହୋଇଥାଏ । କେବେ ମଧ୍ୟ ଭଙ୍ଗା ବା ଅଶୁଦ୍ଧ ପତ୍ର ରେ ଖାଇବା ଉଚିତ୍ ନୁହେଁ । ଏହା ଦ୍ଵାରା ସମସ୍ୟା ବୃଦ୍ଧି ହୋଇଥାଏ ଏବଂ ଦୁର୍ଭାଗ୍ୟ ଦେଖା ଦେଇଥାଏ । ଘରେ କେବେ ମଧ୍ୟ ଶୋଇବା ଖଟ ଉପରେ ଖାଦ୍ୟ ଖାଇବା ଉଚିତ୍ ନୁହେଁ ଏହା ଅଶୁଭ ହୋଇଥାଏ ଏବଂ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ ।
ଖାଇବା ସମୟ ରେ ଖାଦ୍ୟ ଥାଳି କୁ ଟିକେ ଉପର କୁ ରଖି ଖାଇବା ଉଚିତ୍ । ଏହା ଦ୍ଵାରା ଅନ୍ନପୂର୍ଣ୍ଣା ଙ୍କ ଆଦର ହୋଇଥାଏ ଏବଂ କେବେ ମଧ୍ୟ ଖାଦ୍ୟ ର ଅଭାବ ହୋଇନଥାଏ । ପତ୍ନୀ ପତିର ଅଇଁଠା ଭୋଜନ କରିବା ଦ୍ଵାରା ଘରେ ଦାରିଦ୍ର୍ୟ ଦେଖା ଦେଇଥାଏ । ଖାଦ୍ୟ ଥାଳି କୁ ଖାଇବା ପରେ ସଫା କରିବା ଉଚିତ୍ ଏହା ଦ୍ଵାରା ଆପଣ ଙ୍କ ଘର ପାଇଁ ଶୁଭ ହୋଇଥାଏ ।
ଘରେ ଡାଇନିଂ ଟେବୁଲ ଉପରେ କିଛି ଖାଦ୍ୟ ରଖିବା ଉଚିତ୍ ଏହା ଦ୍ଵାରା ଘରୁ କିଛି ଖାଦ୍ୟ ର ଅଭାବ ଦେଖା ଦେବ ନାହିଁ । ଖାଦ୍ୟ ଖାଇବା ପୂର୍ବ ରୁ ସବୁବେଳେ ଠାକୁରଙ୍କୁ ସମର୍ପଣ କରି ଖାଇବା ଉଚିତ୍ । ଏହା ଦ୍ଵାରା ଭଗବାନ ଙ୍କ କୃପା ଆପଣ ଙ୍କ ଉପରେ ଓ ଆପଣ ଙ୍କ ପରିବାର ଉପରେ ପଡିବ । ଖାଇବା ବେଳେ କିଛି କାର୍ଯ୍ୟ କରିବା ଅନୁଚିତ୍ ହୋଇଥାଏ । ଖାଇବା ବେଳେ କଥାବାର୍ତ୍ତା କରିବା ଅନୁଚିତ୍ ହୋଇଥାଏ ।
ଖାଇବା ପରେ ଅଇଁଠା ଥାଳି ରେ ହାତ ଧୋଇବା ଅନୁଚିତ୍ ହୋଇଥାଏ । ଖାଇବା ସମୟ ରେ ଅଗ୍ନି କୁ ସ୍ପର୍ଶ କରିବା ଅନୁଚିତ୍ ହୋଇଥାଏ । ଜୋତା ବା ଚପଳ ପିନ୍ଧି କେବେ ଭୋଜନ କରିବା ଉଚିତ୍ ନୁହେଁ । ଘର ର ମୁଖ୍ୟ ଦ୍ଵାରା ବା ଗାଧୁଆ ଘର ସାମ୍ନା ରେ ଡାଇନିଂ ରୁମ୍ ରଖିବା ଅନୁଚିତ ହୋଇଥାଏ । ରାତ୍ରି ସମୟ ରେ ଦହି ବା ଛତୁଆ ଖାଆନ୍ତୁ ନାହିଁ ।
ଖାଦ୍ୟ କରିବା ସମୟ ରେ ଝଗଡା ବା କେହି ଖାଦ୍ୟ କୁ ଡେଇଙ୍କି ଗଲେ ତାହା ରାକ୍ଷସ ଭୋଜନ ସହ ସମ୍ମାନ ହୋଇଥାଏ । ପାଣି ଠିଆ ହୋଇ ପିଇବା ନୁଚିଟ ହୋଇଥାଏ । ଏହା ଦ୍ଵାରା ଆଣ୍ଠୁ ଗଣ୍ଠି ପରି ସମସ୍ୟା ଦେଖା ଯାଏ । ଅମାବାସ୍ୟା ,ପୂର୍ଣ୍ଣିମା, ରବିବାର ଦିନ କଂସା ବାସନ ରେ ଖାଇବା ଉଚିତ୍ ନୁହେଁ । ଅଷ୍ଟମୀ ତିଥି ରେ ନଡିଆ ଖାଇବା ଉଚିତ୍ ନୁହେଁ ।
ଷଷ୍ଠୀ ରେ ନିମ୍ବ ଖାଇବା ଉଚିତ୍ ନୁହେଁ । ଖାଇବା ଠାରୁ କମ୍ ଖାଆନ୍ତୁ । ଭୋକ ଲାଗିଲେ ଖାଆନ୍ତୁ । ପାଳଙ୍ଗ , ପିଜୁଳି , ଗାଜର , କମଳା ନିଜ ଦୈନଦିନ ଜୀବନ ରେ ଖାଆନ୍ତୁ ଏହା ଦ୍ଵାରା ସୌନ୍ଦର୍ଯ୍ୟ ବୃଦ୍ଧି ଘଟେ । ଖାଇବା ପରେ ହାତ ର ପଛପଟ କୁ ଚାଟନ୍ତୁ ନାହିଁ । ପଣସ ,ଶୁଖୁଆ, ତାଳ ଗର୍ଭବତୀ ମହିଳା ଙ୍କୁ ଖାଇବା ଅନୁଚିତ୍ । ଭୋଜନ କରିବା ସମୟ ରେ ବାମ ହାତ କୁ ପାଦ ରେ ରଖିବା ଉଚିତ୍ ନୁହେଁ ।