‘ ତପସ୍ଵିନୀକୁ ନ ନେଲେ କବାଟ ଭାଙ୍ଗି ଘରେ ପଶିବୁ, ଦେଖିବା କିଏ…’ Tapaswini ଙ୍କ ଅବସ୍ଥା ଦେଖି Sumit ଓ ତାଙ୍କ ପରିବାର ଉପରେ ବର୍ଷିଲେ ପଡୋଶୀ ମହିଳା, କହିଲେ ଏମିତି… ଦେଖନ୍ତୁ Video

ବନ୍ଧୁଗଣ ତପସ୍ଵିନୀ ଙ୍କ କାହାଣୀ ଆପଣ ସମସ୍ତେ ଜାଣିଥିବେ । ବର୍ତ୍ତମାନ ତପସ୍ଵିନୀ ସୁମିତ ଙ୍କ ଘର ବାହାରେ ପୁଣି ଥରେ ଧାରଣା ଦେଇ ବସିଛନ୍ତି । ଏବଂ ତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ଆଊ କୋଉଠିକୁ ଯିବେନି ବୋଲି ମଧ୍ୟ କହିଛନ୍ତି । ଅନ୍ୟପଟେ ସୁମିତ ଙ୍କ କୌଣସି ପତା ମିଳିନାହିଁ । ସୁମିତ ବର୍ତ୍ତମାନ କେଉଁଠି ଅଛନ୍ତି ତାହା କେହି ମଧ୍ୟ ଜାଣିନାହାନ୍ତି ।

ମାନ୍ୟବର କୋର୍ଟ ନିଷ୍ପତି ଦେଇଥିଲେ କି ୭ ଦିନ ଗେଷ୍ଟ ହାଉସ ରେ ରହିବା ପରେ ଦୁହେଁ ବାହାରେ ଘର ଭଡ଼ା ନେଇ ରହିବେ କିନ୍ତୁ ସୁମିତ କୋର୍ଟ ର ନିର୍ଦ୍ଦେଶ କୁ ଅବମାନନା କରି କୁଆଡେ ଚାଲିଯାଇଛନ୍ତି । ଶେଷରେ ତପସ୍ଵିନୀ କୋଉଠି ରହିବେ ଭାବି ପୁଣି ଥରେ ସୁମିତ ଙ୍କ ଘର ବାହାରେ ସୁମିତ ଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ।

ଏହା ଭିତରେ ସୁମିତ ଙ୍କ ଘର ପାଖରେ ରହୁଥିବା କିଛି ପଡୋଶୀ ମାନେ ଆସି ତପସ୍ଵିନୀ ଙ୍କ ପାଇଁ ସ୍ଵର ଦେଇଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେମାନେ କହିଛନ୍ତି ତପସ୍ଵିନୀ ନ୍ୟାୟ ନିଶ୍ଚିନ୍ତ ଭାବରେ ମିଳିବା ଦରକାର । ବାହାଘର କୌଣସି ଖେଳ ନୁହେଁ ଯେ ଯାହାର ଯେତେବେଳେ ଇଛା ଝିଅର ଜୀବନ ସହିତ ଖେଳିବ । ସେ କହିଛନ୍ତି ସବୁ ମହିଳାମାନେ ବାହାରକୁ ବାହାର ଆଊ କବାଟ ଭାଙ୍ଗି ସୁମିତ କୁ ତା ଘରୁ ଟାଣି ଆଣ । କେତେ ଚାବି ବାନ୍ଧି ରଖିବ ଦେଖିବା ।

ସୁମିତ ନିଜ ସ୍ତ୍ରୀ ତପସ୍ଵିନୀ କୁ ନିଜ ପାଖରେ ରଖିବାକୁ ବାଧ୍ୟ । ସେ ଆଊ ବି କହିଛନ୍ତି ଯଦି ସୁମିତ ତୋ ଦେହ ଖରାପ ଅଛି ତେବେ ସେ ସ୍ତ୍ରୀ କୁ ନିଜ ଘରକୁ ନେ ତାପରେ ହସ୍ପିଟାଲ ଯାଇ ଚିକିତ୍ସା କରେ । ଚୋର ଭଳିଆ ଘରେ ଲୁଚିଚୁ କଣ ପାଇଁ । ବାହାରକୁ ଆସେ ନହେଲେ ଆମେ ଘର କବାଟ ଭାଙ୍ଗି ପଶିବୁ । ଆଗରୁ ତୋ ଦେହ ତ ଭଲ ରହୁଥିଲା ନିଜ ସ୍ତ୍ରୀ କୁ ରଖିଲାବେଲେ ତୋ ଦେହ ଖରାପ ହେଇଗଲା ।

ତୁ କେତେ ସତ କହୁଚୁ ଆମେ ଆଊ କୋର୍ଟ ବି ଜାଣିସାରିଲାଣି । ଏବଂ ସେଠିକାର ସମସ୍ତ ମହିଳା ତପସ୍ଵିନୀ ଙ୍କ ସହିତ ଅଛନ୍ତି ବୋଲି ମଧ୍ୟ କହିଛନ୍ତି । ତେବେ ବନ୍ଧୁଗଣ ତପସ୍ଵିନୀ ଏବଂ ସୁମିତ ଙ୍କ ଘଟଣାରେ ଆପଣଙ୍କ ରାୟ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଏହି ପୋଷ୍ଟ ଟି ସେୟାର କରି ତପସ୍ଵିନୀ କୁ ନ୍ୟାୟ ଦେବାରେ ସାହାଯ୍ୟ କରନ୍ତୁ । ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *