ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦଶହରାରେ ମା ଦୂର୍ଗାଙ୍କୁ ପୂଜା ଅର୍ଚନା କରାଯାଇଥାଏ । ଦଶହରାରେ ମା ଦୂର୍ଗାଙ୍କର ଆଗମନ ଦ୍ଵାରା ଗାଁ, ସହର ସବୁଆଡେ ପୂଜାର ଉଲାସ ଦେଖାଯାଇଥାଏ । ଚଳିତ ମାସରେ ଆରମ୍ଭ ହେବାକୁ ଯାଉଥିବା ମା ଦୂର୍ଗାଙ୍କର ନବରାତ୍ରି ବର୍ଷର ବହୁତ ଶ୍ରେଷ୍ଠ ଦିନ ମାନ ହୋଇଥାଏ । ଏହି ଦିନମାନଙ୍କରେ ମା ଦୂର୍ଗା ଧରା ପୃଷ୍ଠରେ ଅବତାରଣା କରିଥାନ୍ତି । ମା’ ଙ୍କର ଆଶ୍ରୀବାଦ ସବୁ ଭକ୍ତ ମାନଙ୍କର ଉପରେ ରହିଥାଏ । ଏହି ନବରାତ୍ରି ଦିନମାନଙ୍କରେ ଏପରି କିଛି ଭୁଲ୍ କରିବା ଉଚିତ ନୁହେଁ ।
ଯାହା ଦ୍ଵାରା ମା’ କ୍ରୋଧ ପ୍ରକାଶ କରିବେ । ମା ଦୂର୍ଗାଙ୍କର ପୂଜା ଆରାଧନା ସମୟରେ ନିଷ୍ଟାର ସହ ପୂଜା କରିବା ଉଚିତ । କୌଣସି ପ୍ରକାର ଖରାପ ଭାବନା କିମ୍ବା ଦୁଶ୍ଚିନ୍ତା ମନ ଭିତରକୁ ଆଣିବା ଶୁଭ ହୋଇନଥାଏ । ଯାହା ଦ୍ଵାରା ପୂଜା ସଫଳ ହୋଇନଥାଏ । ମା ଦୂର୍ଗାଙ୍କ ନବରାତ୍ରି ସମୟରେ ନିଜ ପାଟିରୁ ଖରାପ ଶବ୍ଦର ବ୍ୟବହାର କରିବା କିମ୍ବା କାହାର ଚୁଗୁଲାମୀ କରିବା ଉଚିତ ହୋଇନଥାଏ ।
କାରଣ ଯେଉଁ ମୁହଁରେ ମା’ ଙ୍କ ନାମ ଉଚାରଣ କରୁଛି । ସେହି ମୁହଁରୁ କେବେ ମଧ୍ୟ କାହା ପାଇଁ କଟୁ କଥା ପ୍ରୟୋଗ କରିବା ଶୁଭ ହୋଇନଥାଏ । ନବରାତ୍ରି ଦିନମାନଙ୍କରେ ସବୁ ପ୍ରକାର ଆମିଷ ବ୍ୟଞ୍ଜନକୁ ପରିତ୍ୟାଗ କରି ନିରାମିଷ ଖାଦ୍ୟ ଖାଇବା ଠିକ ହୋଇଅଥାଏ । ଏହା ଦ୍ଵାରା ମା ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ।
ଏହି ସମୟ ମଧ୍ୟରେ ନିଷାଦ୍ରବ୍ୟ ମଧ୍ୟ ପରିତ୍ୟାଗ କରିବା ଉଚିତ । ନବରାତ୍ରି ଭଳି ଶୁଭ ଦିନମାନଙ୍କରେ ସାହାଜ୍ଯ ମାଗୁଥିବା ଲୋକଙ୍କୁ ନିଜ ସକ୍ଷମତା ଅନୁସାରେ ସାହାଜ୍ଯ କରିବା ଉଚିତ । ଯାହା ଦ୍ଵାରା ମା ଆପଣଙ୍କ ଉପରେ ଶୁଭଦୃଷ୍ଟି ପକାଇବେ । ନବରାତ୍ରି ଭଳି ମା ଦୂର୍ଗାଙ୍କର ପବିତ୍ର ଦିନ ମାନଙ୍କରେ ନଖ, ଚୁଟି ଓ ଦାଢି କାଟିବା ଉଚିତ ହୋଇନଥାଏ । ଆପଣ ନବରାତ୍ରି ପୂର୍ବରୁ ହିଁ ନିଜର ନଖ, ଦାଢି ଓ ଚୁଟି କାଟିପାରିବେ ।
ଏହି ଦିନ ମାନଙ୍କରେ ଚମଡାରୁ ପ୍ରସ୍ତୁତ ଜିନିଷର ବ୍ୟବହାର କରିବାରୁ ନିଜକୁ ନିବୃତ ରଖନ୍ତୁ । କାରଣ ଚମଡ ଜାତୀୟ ଜିନିଷ ପଶୁ ମାନଙ୍କରୁ ପ୍ରସ୍ତୁତ ହୋଇଥାଏ । ଯେପରି ବେଲ୍ଟ, ପର୍ସ ଏହି ସବୁ ଜିନିଷରୁ ନିଜକୁ ଦୂରେଇ ରଖନ୍ତୁ । ଏହି ଦିନମାନଙ୍କରେ ଯଦି ଘରେ କଳସ ଓ ଅଖଣ୍ଡ ଦୀପର ସ୍ଥାପନା କରିଛନ୍ତି । ଘରର ସବୁ ବ୍ୟକ୍ତି ତାହାକୁ ଛାଡି ଯିବା ଉଚିତ ନୁହେଁ ।
କାରଣ ଯଦି କୌଣସି କାରଣରୁ କଳସ ଗଡିପଡେ କିମ୍ବା ଦୀପ ଲିଭି ଯାଇଥାଏ । ତେବେ ଏହାକୁ ଅଶୁଭ ମଣାଯାଇଥାଏ । ନବରାତ୍ରି ମାନଙ୍କରେ ଦିନ ବେଳା ଶୋଇବା ବର୍ଜିତ ଥାଏ । ତେଣୁ ଦିନ ବେଳା ଶୋଇବା ଉଚିତ ନୁହେଁ । ମାସିକ ଧର୍ମ ପାଳନ କରୁଥିବା ନାରୀ ମନ୍ଦିରକୁ ଯାଇପାରିବେ ନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ