ତୁଳସୀ ଗଛରେ ଭୁଲରେ ବି ଦିଅନ୍ତୁ ନାହିଁ ଏପରି ପାଣି । ନଚେତ ହୋଇଯିବ ପୁରା ପରିବାର ଦରିଦ୍ର୍ୟ

ନମସ୍କାର ବନ୍ଧୁଗଣ । ବିଶ୍ଵର  ସମସ୍ତ ପାପକୁ ମୋଚନ କରିବାର ଶକ୍ତି ଥାଏ ଗୋଟାଏ ଗଛରେ ଏବଂ ତାହାର ନାଁ ହେଉଛି ତୁଳସୀ ଗଛ । ମାତା ତୁଳସୀକୁ ସବୁ ଦିନ ଯେଉଁ ଲୋକ ଜଳ ଅର୍ପଣ ଓ ପୂଜା ଆଦି କରେ ସେ ବହୁତ ଶୁଭ ଫଳ ପ୍ରାପ୍ତ କରିଥାଏ । ତା ଘରର ଚାରିଭାଗରେ ସର୍ବଦା ସାକାରାତ୍ମକ ପ୍ରଭାବ ରହିଥାଏ । ସାଧାରଣତ ମାତା ତୁଳସୀ କୁ ପୂଜା କରିଥିବା ଘରେ କୋଣସି ଦୁର୍ଘଟଣା ଘଟିନଥାଏ ।

ଶାସ୍ତ୍ର ଅନୁସାରେ ଲୋକମାନଙ୍କୁ ସବୁ ଦିନ ମାତା ବୃନ୍ଦାବତୀଙ୍କୁ ପୂଜା କରିବା ଉଚିତ୍ । ମାତ୍ର ଏକାଦଶୀ ଓ ରବିବାର ଦିନ ତୁଳସୀକୁ ଜଳ ଅର୍ପଣ କରାଯାଇନଥାଏ । କାରଣ ସେହି ଦିନ ମା ‘ ବୃନ୍ଦାବତୀ ଭଗବାନ ଶ୍ରୀ ହରିଙ୍କ ନିମନ୍ତେ ନିର୍ଜଳ ଉପବାସ ରଖିଥାନ୍ତି । ତେଣୁ ସେହି ଦିନରେ ଜଳ ଅର୍ପଣ କରାଯାଇ ନ ଥାଏ । ଶାସ୍ତ୍ର ନିୟମ ଅନୁଯାୟୀ ସୂର୍ଯ୍ୟ ପୂର୍ବା ଦିଗରେ  ଉଦୟ ହେବା ପରେ ଲୋକେ ଉଠି ନିଜର ନିତ୍ୟ କାର୍ଯ୍ୟ ସାରି ସୂର୍ଯ୍ୟକୁ ଜଳ ଅର୍ପଣ କରିବା ପରେ ମାତା ବୃନ୍ଦାବତୀ ବା ତୁଳସୀ ଚଉରାରେ ଜଳ ସମର୍ପଣ କରିବା ଉଚିତ୍ ହୋଇଥାଏ ।

ଯଦି ସୂର୍ଯ୍ୟ ଉଦୟ ସମୟରେ ଆପଣ ଜଳ ସମର୍ପଣ କରୁଛନ୍ତି ତେବେ ଆପଣ  ବହୁତ ଶୁଭ ଫଳ ପ୍ରାପ୍ତ କରିଥାନ୍ତି । ଶାସ୍ତ୍ର ର୍ରେ କୁହାଯାଏ ଯେ ମାତା ବୃନ୍ଦାବତୀକୁ ଜଳ ସମର୍ପଣ କରିବା ବେଳେ ଆପଣଙ୍କ ମୁଖ ପୂର୍ବ ଓ ଉତ୍ତର ଦିଗକୁ ମୁଖ କରି ଜଳ ଅର୍ପଣ କରିବା ଉଚିତ୍ । ଆପଣ  ଜଳ ଅର୍ପଣ ବେଳେ ଗଛ ଉପରୁ ନ ଦେଇ ସବୁ ବେଳେ ଚେର ରେ ଜଳ ଅର୍ପଣ କରିବାର ବିଧି ଶାସ୍ତ୍ର ରେ କୁହାଯାଇଛି । ଜଳ ଅର୍ପଣ କରି ତାହାର ପ୍ରଦକ୍ଷଣ କରି ଏପରି ତିନି ଥର କରିବେ ।

ମାତା ବୃନ୍ଦାବତୀକୁ ଜଳ ଅର୍ପଣ କରିବା ସମୟରେ ସର୍ବଦା ମାନେ ରଖିବେ ଯଥା ଜଳ ଅର୍ପଣ ବେଳେ ଆପଣଙ୍କ ବୃଦ୍ଧା ଆଙ୍ଗୁଳି ଓ ତର୍ଜନୀ ଆଙ୍ଗୁଳି କୁ ଏକାଠି ହେବାକୁ ଦେବେ ନାହିଁ । ନଚେତ୍ ଦୁଇଟି ଆଙ୍ଗୁଠି ମିଳିତ ହେବା ଯୋଗୁ ରାକ୍ଷସ ଆଙ୍ଗୁଳି ହୋଇଥାଏ । ଯେବେ ଆପଣ ରାକ୍ଷସ ମୁଦ୍ରା କରି ଜଳ ଅର୍ପଣ କରିବେ ତେବେ ତାହା ରକ୍ତ ରେ ପରିଣତ ବା ଆପଣଙ୍କ ପରିଶ୍ରମ  ବ୍ୟଥ ହୁଏ ।

ଖୋଲା ହସ୍ତରେ ମାତା ବୃନ୍ଦାବତୀକୁ ଜଳ ଅର୍ପଣ କରିବା ଉଚିତ୍ । ଜଳ ଅର୍ପଣ ପରେ ଗାୟତ୍ରୀ ମନ୍ତ୍ର କୁ ଜପ କରିବା ଉଚିତ୍ ହୋଇଥାଏ । ଏଭଳି ଭାବରେ ଆପଣ ମାତା ବୃନ୍ଦାବତୀକୁ ଜଳ ଅର୍ପଣ କରିବା ଉଚିତ୍ । ଯାହା ଫଳରେ କି ଆପଣ ତାହାର ଶୁଭ ଫଳ ପ୍ରାପ୍ତ କରିଥାନ୍ତି । ଆମ ପୋଷ୍ଟକୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ, କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *