ନମସ୍କାର ବନ୍ଧୁଗଣ ତେବେ ବାସ୍ତୁ ଶାସ୍ତ୍ର ରେ ବହୁତ ଗୁଡିକ୍ ନିୟମ ରହିଛି ଏବଂ ଏହି ସବୁ ନିୟମ ଆମ ଧର୍ମ ଗ୍ରନ୍ଥ ମଧ୍ୟ କୁହନ୍ତି । ଆମ ଦେଶରେ ମହିଳା ମାନଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ । ସେମାନଙ୍କ ର ସମ୍ମାନ କରିବା ଉଚିତ । ଏବଂ ଘରର ସମସ୍ତ ଦାୟିତ୍ୱ ମହିଳା ମାନଙ୍କ ହାତରେ ରହିଥାଏ । ଏବଂ ମାନ୍ୟତା ରହିଛି କି ଯେଉଁ ଘରେ ମହିଳା ମାନଙ୍କ ସମ୍ମାନ ନ ହୋଇଥାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ଏବଂ ସେ ଘରେ ସର୍ଵଦା ଧନ ର ଅଭାବ ମଧ୍ୟ ଦେଖାଯାଏ ।
ମହିଳା ମାନଙ୍କ ଦ୍ୱାରା ହୋଇ ଥିବା ଛୋଟ ଛୋଟ କାମ ପୁରା ପରିବାର ଉପରେ ପ୍ରଭାବ ପକାଇଥାଏ । ଆଜି ଆମେ ବାସ୍ତୁ ଶାସ୍ତ୍ର ଅନୁସାରେ ରାତିରେ ଶୋଇବା ପୂର୍ବରୁ କଣ ସବୁ କରି ନେବା ଉଚିତ ତାହାର ଏକ ନିୟମ ଆମେ ଆଜି ଆଲୋଚନା କରିବୁ । ତେବେ ଆସନ୍ତୁ ଜାଣିନେବା ସେହି ସବୁ କଥା ଗୁଡିକ କଣ କଣ ।
୧- ପ୍ରଥମରେ ଏହି କର୍ମ ବ୍ୟସ୍ତ ଜୀବନରେ ଆମ ସମସ୍ତଙ୍କ ପାଖରେ ସମୟର ଅଭାବ ହୋଇଥାଏ ଏହାର କାରଣ ହେଲା ସକାଳ ୯ ଟାରୁ ୫ ଟା ପରେ କାହାକୁ ବି କାମ କରିବାକୁ ସମୟ ମିଳେ ନାହିଁ ସେମିତି ଆପଣଙ୍କୁ କହିଦେବୁ କି ରାତିରେ ଆମେ ଅଧିକାଂଶ ଆମ କାମ କରିବାକୁ ପସନ୍ଦ କରିଥାନ୍ତି ଯେମିତିକି କପଡା ଧୋଇବା ଓ ସୁଖାଇବା ବହୁତ ଲୋକ ସକାଳ ସମୟରେ କପଡା ଧୋଇବାକୁ ସମୟ ମିଳେ ନାହିଁ ଏଥିପାଇଁ ସେମାନେ ରାତିରେ ଧୋଇଥାନ୍ତି ବହୁତ ଲୋକ ଏହି କାର୍ଯ୍ୟକଲାବେଳେ ଭୁଲ୍ କରିବସନ୍ତି ଯାହାର କାରଣରୁ ତାଙ୍କ କପଡାର ସାହାଯ୍ୟରେ ଆପଣଙ୍କ ଘରେ ନକରାତ୍ମକ ଉର୍ଜା ପ୍ରବେଶ କରିଥାଏ ।
୨- ଦ୍ଵିତୀୟ ରେ ହେଉଛି ରାତିର ଶୋଇବା ପୂର୍ବରୁ ଅଇଁଠା ବାସନ କୁ ସଫା ସୁତୁରା କରିବା ଆବଶ୍ୟକ ଅଟେ । ଅଇଁଠା ବାସନ ରହିବା ଦ୍ୱାରା ଘରେ ନକରାତ୍ମକ ଉର୍ଜା ସ୍ଥାପନ ହୋଇଥାଏ ତେଣୁ ଶୋଇବା ପୂର୍ବରୁ ସର୍ଵଦା ଅଇଁଠା ବାସନ କୁ ମାଜି ରଖିବା ଏବଂ ଏହା ପରେ ସକରାତ୍ମକ ବାତାବରଣ ହୋଇ ଥାଏ । ଏବଂ ମନ ଶୁଦ୍ଧ ରୁହେ ଏବଂ ମାତା ଲକ୍ଷ୍ମୀ ମଧ୍ୟ ଖିସି ହୁଅନ୍ତି ।
୩-ତୃତୀୟ ରେ ପ୍ରାୟତଃ ଲୋକମାନେ ଶୋଇବା ପୂର୍ବରୁ ନିଜ ଶଯ୍ୟା ନିକଟରେ ଜୋତା ଏବଂ ଚପଲ ରଖି ଶୋଇଥା’ନ୍ତି । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଜୋତା ଏବଂ ଚପଲକୁ କେବେ ବିଛଣା କିମ୍ବା ଆପଣଙ୍କ ମୁଣ୍ଡ ପାଖରେ ରଖିବା ଉଚିତ୍ ନୁହେଁ । ଏହା ଜୀବନରେ ନକାରାତ୍ମକ ଶକ୍ତି ଆଣିଥାଏ ।
୪-ଚତୁର୍ଥ ରେ ହେଉଛି ଝାଡୁକୁ ଘରେ ରଖିବା ପାଇଁ ଏମିତି ଏକ ଜାଗା ରହିବା ଦରକାର ଯେଉଁଠାରେ ବାହାର ବ୍ୟକ୍ତିର ନଜର ନ ପଡିବ । ଝାଡୁକୁ ସର୍ବଦା ଶୁଆଇକି ରଖିବା ଉଚିତ । ମା ଲକ୍ଷ୍ମୀଙ୍କର ପ୍ରତୀକ ଝାଡୁ ହୋଇ ଥିବାରୁ ଏହାର ଅପମାନ କରିବା ବା ଏହାକୁ ଗୋଇଠା ମାରିବା ଉଚିତ ନୁହେ । ଝାଡୁକୁ କୌଣସି ଖରାପ ଅଳିଆ ଆବର୍ଜନା କରିବା ପାଇଁ ବ୍ୟବହାର କରିବା ଉଚିତ ନୁହେ । ଏପରି କରିବା ଦ୍ଵାରା ଘରେ ଦରିଦ୍ରତା ଦେଖା ଯାଇଥାଏ । କେବେବି ରାତି ସମୟରେ ଝାଡୁ କରିବା ଉଚିତ ନୁହେଁ ।
୫- ପଞ୍ଚମରେ ହେଉଛି ଶାସ୍ତ୍ର ଅନୁଯାୟୀ ତୁଳସୀ ଗଛକୁ ରାତିରେ କିମ୍ବା ସୂର୍ଯ୍ୟାସ୍ତ ସମୟରେ ମଧ୍ୟ ଛୁଇଁବା ଉଚିତ୍ ନୁହେଁ । ଯଦି ରାତିରେ ତୁଳସୀ ଗଛକୁ ଛୁଇଁଯାଏ, ତେବେ ପରିବାରରେ ଆର୍ଥିକ ସଙ୍କଟ ଆସେ । ଏହା ବ୍ୟତୀତ ରାତିରେ ତୁଳସୀକୁ ପାଣି କେବେ ବି ଦିଆଯିବା ଉଚିତ୍ ନୁହେଁ । ତେବେ ସବୁଦିନ ରାତିରେ ସ୍ୱାମୀ କୁ ସ୍ତ୍ରୀ ପ୍ରତି ଖୁବ ଭଲ ପାଇବା ଦେଖାଇବା ଉଚିତ ଏହା ଦ୍ୱାରା ସଂସାର ଭଲରେ ଚାଲିଥାଏ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।