ଅଗାଧୁଆ ଫୁଲ ତୋଳୁଛନ୍ତି କି ? ଏମିତି ଫୁଲ ତୋଳୁଥିଲେ ସର୍ବନାଶ ହେବ, ଜାଣନ୍ତୁ ଫୁଲ ତୋଳିବାର ସଠିକ ନିୟମ !

ବନ୍ଧୁଗଣ ଭଗବାନ ଙ୍କୁ ପ୍ରସନ୍ନ କରିବା ପାଇଁ ଆମେ ପ୍ରତିଦିନ ଫୁଲ, ତୁଳସୀ, ବେଲପତ୍ର ଇତ୍ୟାଦି ତୋଳି ଭଗବାନ ଙ୍କୁ ଅର୍ପଣ କରିଥାଉ । କିନ୍ତୁ ଏହି ସବୁ ଜିନିଷ କୁ ଯଦି ଅନିତ୍ୟ ନିୟମ ର ସହକାରେ ତୋଳା ନ ଯାଏ, ତେବେ ଭଗବାନ ଏହି ସବୁ କୁ ଗ୍ରହଣ କରି ନଥାନ୍ତି । ତାହାଛଡା ଭଗବାନ ପ୍ରସନ୍ନ ହେବା ବଦଳ ରେ କୁପିତ ହୋଇ ଥାଆନ୍ତି । କୃପା ବଦଳ ରେ ଅନର୍ଥ ଘଟାଇଆ ଥାନ୍ତି । ଆମେ ଜଣାଇ ପାରି ନଥାଉ କିନ୍ତୁ ଆମର ସବୁ ପୂଜାର୍ଚନା ବ୍ୟର୍ଥ ଚାଲି ଯାଇଥାଏ ।

ଆଜିର ଏହି ବିଷୟରେ ଆପଣ ଜାଣି ପାରିବେ କି ଫୁଲ, ବେଲପତ୍ର ଓ ତୁଳସୀପତ୍ର କୁ ସବୁ କିପରି ଓ କେଉଁ ନିୟମ ଦ୍ଵାରା ତୋଳା ଯିବା ଉଚିତ । ଏହାସହ ସେଗୁଡିକୁ ଭଗବାନ ଙ୍କୁ କିପରି ଚଢିବା ଦ୍ଵାରା ଭଗବାନ ପ୍ରସନ୍ନ ହୋଇଥାନ୍ତି ।

ବନ୍ଧୁଗଣ ଆମର ଧର୍ମ ଶାସ୍ତ୍ର ଅନେକ ମୁନି ରୁଷୀୟ ମାନଙ୍କ ଦ୍ଵାରା ରଚିତ ହୋଇ ଯାଇଛି । ତେଣୁ କୁହାଯାଏ କି ନାନା ମୁନି ଙ୍କର ନାନା ମତ । ଏପରି ରେ କିଛି ରୁଷି ଙ୍କର କଥା କି ଫୁଲ କୁ ସବୁବେଳେ ଗାଧୋଇ ହିଁ ତୋଳିବା ଉଚିତ । ପୁଣି କିଛି ରୁଷି ଙ୍କର ମତ କି ଅଗଧୁଆ ଫୁଲ ତୋଳବା ମଧ୍ୟ କିଛି ଭୁଲ ନୁହେଁ ।

ଏପରି ରେ ସମସ୍ତ ଧର୍ମ ଶାସ୍ତ୍ର ର ବିଷୟ କୁ ମନ୍ଥନ କରି ଆମେ ଆଜି ଆପଣ ମାନଙ୍କ ସମ୍ମୁଖରେ କିଛି ଏପରି ନିୟମ ମାନ କୁ ନେଇ ପ୍ରସ୍ତୁତ ହୋଇଅଛୁ । ଯାହା ଦ୍ଵାରା ଆପଣ ଜାଣି ପାରିବେ କିପରି ଫୁଲ ତୋଳିବା ଉଚିତ । ଅନେକ ଥର ଦେଖାଯାଇଥାଏ କି କିଛି ଲୋକ ଠାକୁର ପୂଜା କରିବା ପାଇଁ ଅନ୍ୟର ଗଛ ରୁ ଫୁଲ ତୋଳି ବା ଲୁଚାଇ ନେଇ ଆସିଥାନ୍ତି । କିନ୍ତୁ ଏହା ବାସ୍ତବିକ ଭୁଲ ଅଟେ । କେବେ ମଧ୍ୟ କାହା ବାଡିରୁ ଲୁଚାଇ ଆଣିଥିବା ଫୁଲ ରେ ପୂଜା କରିବା ଉଚିତ ହୋଇ ନଥାଏ । ଯଦି ଆପଣଙ୍କ ବାଡିରେ ଫୁଲ ଗଛ ନାହିଁ, ତେବେ ଆପଣ ଏପରି ରେ ଯାହା ବାଡି ରୁ ଫୁଲ ଆଣୁଛନ୍ତି, ତାହା ଠାରୁ ତାଙ୍କର ପରାମର୍ଶ ନେଇ ନିଅନ୍ତୁ ।

ଏହା ଶାସ୍ତ୍ର ମତ ହୋଇଥାଏ । କୌଣସି ଫୁଲ ତୋଳିବା ସମୟରେ ଚପଲ ପିନ୍ଧିବା ଅନୁଚିତ । ଏହାସହ ଶରୀର ରେ ତେଲ ଲଗାଇ ଫୁଲ ତୋଳିବା ମଧ୍ୟ ଅନୁଚିତ । ଆପଣ ଚାହିଁଲେ ଅଗାଧୁଆ ମଧ୍ୟ ଫୁଲ ତୋଳି ପାରିବେ । କିନ୍ତୁ ଫୁଲ ତୋଳିବା ପୂର୍ବରୁ ଧୁଆ ଧୋଇ ହୋଇ ସ୍ଵଛ ଓ ପବିତ୍ର ହୋଇଯିବା ଉଚିତ । ଫୁଲ ସବୁ ଏକ ଦିନରେ ବାସି ହୋଇ ଯାଇଥାଏ । ତେଣୁ କେବେ ମଧ୍ୟ ପୂର୍ବ ଦିନରୁ ତୋଳି ରଖିଥିବା ଫୁଲ ଭଗବାନ ଙ୍କୁ ଚଢାଇବା ଉଚିତ ହୋଇ ନଥାଏ ।

କିନ୍ତୁ ପଦ୍ମ ଫୁଲ ଏକ ଏପରି ଫୁଲ ଯାହା 3 ଦିନ ପର୍ଯ୍ୟନ୍ତ ବାସୀ ହୋଇ ନଥାଏ । ତେଣୁ ଏହି ଫୁଲ କୁ ଭଗବାନଙ୍କୁ ଦିଆଯାଇ ହେବ । ତାହାସହ ଫୁଲ କୁ ଧୋଇ ଭଗବାନ ଙ୍କୁ ଚଢାଇବା ଉଚିତ ନୁହେଁ । କିନ୍ତୁ ଆପଣ ଫୁଲ କୁ ଗଙ୍ଗା ଜଳ କିମ୍ବା ଚନ୍ଦନ ଜଳରେ ଧୋଇ ଦେଇ ପାରିବେ । ସେହିପରି ଶାସ୍ତ୍ର ଅନୁସାରେ ତୁଳସୀ ପତ୍ର ତୋଳିବାର ମଧ୍ୟ କିଛି ନିୟମ ରହିଅଛି । ତୁଳସୀ ଗଛ ଅତ୍ୟନ୍ତ ପବିତ୍ର ବୃକ୍ଷ ଅଟେ। ତେଣୁ ଏହାକୁ ସବୁବେଳେ ସ୍ନାନ କରି ହିଁ ସ୍ପର୍ଶ କରିବା ଉଚିତ ।

ଏହାସହ ତୁଳସୀ ପତ୍ର କୁ ଶାସ୍ତ୍ର ଅନୁସାରେ ରବିବାର, ଗୁରୁବାର, ପୂର୍ଣ୍ଣିମା, ଅମବସ୍ୟା, ସଂକ୍ରାନ୍ତି, ଏକାଦଶୀ, ଦ୍ଵାଦଶୀ ଓ ଚତୁର୍ଦସୀ ତିଥିରେ ତୋଳାଯିବା ଅନୁଚିତ । ତାହାସହ ଏହାକୁ ସକାଳେ ସୂର୍ଯ୍ୟ ଉଦୟ ର ପର 3 ରୁ 4 ଘଣ୍ଟା ମଧ୍ୟରେ ହିଁ ତୋଳି ରଖି ଦେବା ଉଚିତ । ବେଲପତ୍ର କୁ ମଧ୍ୟ ସେହି ପରି ସୋମବାର, ଅଷ୍ଟମୀ, ପୂର୍ଣ୍ଣିମା, ଅମବସ୍ୟା, ସଂକ୍ରାନ୍ତି ଓ ଚତୁର୍ଦସୀ ତିଥିରେ ତୋଳା ଯିବା ଅନୁଚିତ । ଏହି ପତ୍ର ଗୁଡିକୁ ପୂର୍ବରୁ ତୋଳି ସମ୍ଭାଳି ରଖିବା ଉଚିତ । କାରଣ ଏଗୁଡିକ 7 ଦିନ ପର୍ଯ୍ୟନ୍ତ ବାସୀ ହୋଇ ନଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲଗାଇଠିଏ ଆପଣ ଆମକୁ ତାହା କମେଣ୍ଟ ରେ ଜଣାଇବାକଉ ଭୁଲିବେନି ।

Leave a Reply

Your email address will not be published. Required fields are marked *