ବନ୍ଧୁଗଣ ନମସ୍କାର । ପ୍ରତ୍ୟେକ ବ୍ୟକ୍ତି ନିଜ ଘରେ କିଛି ରଖୁ ବା ନ ରଖୁ ଘଣ୍ଟା ନିଶ୍ଚୟ ରଖିଥିବ । କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଘରେ ଘଣ୍ଟା କୁ ଉଚିତ୍ ଦିଗରେ ଠିକ ଭାବେ ନ ରଖା ଯାଏ ତେବେ ଏହା କାରଣ ରୁ ଘରେ ନକାରାତ୍ମକ ଉର୍ଜା ଭରି ଯାଇଥାଏ । ଯାହାଫଳରେ ଘରେ ଅଶାନ୍ତି କଳହ ତଥା ଦାରିଦ୍ର୍ୟତା ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ବନ୍ଧୁଗଣ ଘଣ୍ଟା ବିତି ଯାଇଥିବା ସମୟ ତଥା ଆସିଥିବା ସମୟ ବିଷୟ ରେ ଆମକୁ ସୂଚିତ କରିଥାଏ ।
ଏପରିକି ଆମ ଜୀବନରେ ଯଦି ସବୁଠାରୁ ଅଧିକ ପ୍ରଭାବ କାହାର ପଡ଼ିଥାଏ ତେବେ ସେ ହେଉଛି ସମୟ । ସମସ୍ତ ଙ୍କ ସମୟ ଏକା ପରି ହୋଇ ନ ଥାଏ । ତାହାସହ ସମୟ ସବୁବେଳେ ମଧ୍ୟ ଏକା ପରି ହୋଇ ରହି ନଥାଏ । ସମୟ ର ସହ ଜୀବନ ରେ ସୁଖ ଦୁଃଖ ଲାଗି ରହିଥାଏ ।
ସମୟ କେବେ କାହା ପାଇଁ ପ୍ରତୀକ୍ଷା କରି ନଥାଏ । କିନ୍ତୁ ଆପଣ ଚାହିଁଲେ କିଛି ଉପାୟ ମାନଙ୍କ ଦ୍ୱାରା ଆପଣ ନିଜ ସମୟ କୁ ଭଲ ଅବଶ୍ୟ କରି ପାରିବେ । ବନ୍ଧୁଗଣ ଅନେକ ଥର ଜୀବନ ରେ ଆମେ ଛୋଟ ମୋଟ ଜିନିଷ ଗୁଡିକୁ ନଜର ଅନ୍ଦାଜ୍ କରି ଦେଇଥାଉ । କିନ୍ତୁ ସେହି କରିଥିବା ଛୋଟ ମୋଟ କର୍ମ ର ପ୍ରଭାବ ଆମ ଜୀବନ ଉପରେ ବିଶେଷ ଭାବରେ ଦେଖିବାକୁ ମିଳିଥାଏ ।
ଘରେ ରଖିଥିବା ଜିନିଷ ଖାସ କରି ଘଣ୍ଟା ଜୀବନରେ ନିଜର ବିଶେଷ ପ୍ରଭାବ ପକାଇଥାଏ । ପ୍ରଥମେ ହେଉଛି ଘରେ ସବୁବେଳେ ଗୋଲାକାର ତଥା ଅଣ୍ଡାକାର ଆକୃତି ର ହିଁ ଘଣ୍ଟା ଲଗାଇବା ଉଚିତ୍ । ଆଜିକାଲି ଦେଖିବାକୁ ମିଳୁଛି କି ଅନେକ ସ୍ଥାନ ରେ ଲୋକ ମାନେ ଘଣ୍ଟା ମଧ୍ୟରେ କୌଣସି ଫୋଟୋ ଆଦି ଲଗାଇ ରଖି ଥାଆନ୍ତି ।
କିନ୍ତୁ ଏପରି କରିବା ଦ୍ବାରା ଜୀବନ ରେ ନକରାତ୍ମକତା ଭରି ଯାଇଥାଏ । ଏହା ବ୍ୟତୀତ କୌଣସି ଭଗବାନ ଙ୍କ ଫୋଟୋ ମଧ୍ୟ ଘଣ୍ଟା ମଧ୍ୟରେ ଲଗାଇ ରଖିବା ଉଚିତ୍ ହୋଇ ନଥାଏ । ଘରେ କେବେ ମଧ୍ୟ ବନ୍ଦ ପଡ଼ିଥିବା ବା ପୁରୁଣା ଭଙ୍ଗା ଘଣ୍ଟା କୁ ରଖିବା ଉଚିତ୍ ନୁହେଁ ।
ଏହା ବ୍ଯତୀତ ଗହରେ କେବେ ମଧ୍ୟ ଦକ୍ଷିଣ ଦିଗ ରେ ଘଣ୍ଟା କୁ ଲଗାଇବା ଉଚିତ ହୋଇ ନଥାଏ । କାରଣ ଦକ୍ଷିଣ ଦିଗ କାଳ ର ଦିଗ ହୋଇଥାଏ । ଏହି ଦିଗ ରେ ଘଣ୍ଟା ଲଗାଇବା ଦ୍ଵାରା ଘରେ କେବଳ ବିବାଦ ଓ ସମସ୍ଯା ର ହିଁ ସମ୍ମୁଖୀନ କରିବାକୁ ପଡିଥାଏ । ଘରେ ଘଣ୍ଟା କୁ ଉତ୍ତର ଦିଗ, ପୂର୍ବ ଦିଗ ବା ପଶ୍ଚିମ ଦିଗ ରେ ଆପଣ ଲଗାଇ ପାରିବେ ।
କିନ୍ତୁ ମାନେ ରଖିବେ ଘଣ୍ଟା କୁ କେବେ ମଧ୍ୟ ଘରର ମୁଖ୍ୟଦ୍ଵାର ର ଉପର ଭାଗରେ ଲଗାଇବା ଉଚିତ ହୋଇ ନଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ