ଶନିଦେବ ହେଉଛନ୍ତି ନ୍ୟାୟ ର ଦେବତା । ନବଗ୍ରହ ମାନଙ୍କ ମଧ୍ୟରେ ଭଗବାନ ଶନିଦେବ ଙ୍କୁ ଅଧିକ ମାନ୍ୟତା ଦିଆ ଯାଇ ଥାଏ । ଶାସ୍ତ୍ର ମତ ଅନୁସାରେ ଯଦି କେଉଁ ବ୍ଯକ୍ତିର ଶାଢେସାତ ଶନି ଚାଲିଛି ତେବେ ତାହାର ସବୁ କିଛି ନଷ୍ଟ ହୋଇଯିବ । ଯେଉଁ ବ୍ୟକ୍ତି ଉପରେ ଶନିଦେବଙ୍କ ବକ୍ର ଦ୍ରୁଷ୍ଟି ଥାଏ ସେ ନିଜର ପଇସା ଓ ସମ୍ମାନ ହରାଇ ଦେଇଥାଏ । ସବୁ ଆଡୁ ସମସ୍ଯା ମାନ ଆଗକୁ ଆସିଥାଏ । ନିର୍ଧନି ହେବା ସହ ନିଜର ପ୍ରିୟ ଲୋକଙ୍କୁ ମଧ୍ୟ ହରାଇ ଦେବାର ସମ୍ଭାବନା ଥାଏ ।
ଏହାର ବିପରୀତ ଭାବେ ଶନି ଭଗବାନଙ୍କ ଦୟା ଥିବା ଲୋକଙ୍କୁ ସବୁ ଖୁଶି ମିଳିଥିବ । ଯାହା ଜୀବନରେ ଶନିଦେବଙ୍କ ଶୁଭ ଦ୍ରୁଷ୍ଟି ଥାଏ ସେମାନେ ବହୁତ ଭଲ ମଣିଷ ହୋଇ ଥାନ୍ତି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଭଗବାନ ଶନି ଦେବ ନିଜର ବକ୍ରଦ୍ରୁଷ୍ଟି ରୁ ମୁକ୍ତ କରିବା ବେଳେ ମଧ୍ୟ କିଛି ଭଲ ପରିଣାମ ଦେଇ ଥାନ୍ତି ।
ଆମ ଜୀବନ ରେ ସବୁ ବେଳେ କିଛି ନା କିଛି ଭଲ ଓ ଖରାପ ଚାଲି ଥାଏ ଯାହା ଦ୍ଵାରା ଆମେ ଅନେକ ଚିନ୍ତା କରି ଥାଉ ମାତ୍ର ଆପଣ ନିଜ ଚିନ୍ତା ଛାଡି ଦିଅନ୍ତୁ ଭଗବାନ ଶନି ଦେବଙ୍କ ଦୟା ଆପଣଙ୍କ ଉପରେ ଆଜି ଠାରୁ ରହିବା ପାଇଁ ଯାଉଛି । ଆପଣଙ୍କ ଜୀବନରେ ଆସୁଥିବା କିଛି ଦୁର୍ଘଟଣା ଖୁବ କମ ସମୟ ମଧ୍ୟରେ ଟଳିଯିବ ।
କିଛି ନୂଆ କାମ ଆରମ୍ଭ କରିବା ପାଇଁ ଆପଣଙ୍କୁ ସବୁ ପ୍ରକକାର ସମର୍ଥନ ମିଳିବ । ଆପଣ ନିଜ ମନ ପସନ୍ଦର ଚାକିରି ପାଇବେ । ଆପଣ କାହା ପାଖରୁ ଉପହାର ପାଇ ପାରନ୍ତି । ବିବାହ ପାଇଁ ଯଦି ଆପଣଙ୍କ ବୟସ ହୋଇ ଯାଇଥିଲେ ଆପଣଙ୍କୁ ଉପଯୁକ୍ତ ପାତ୍ର ମିଳିଯିବେ । ପରିବାରର କେହି ଲାମ୍ବା ସମୟ ଯାଏ ବେମାର ଥିଲେ ଏବେ ସୁସ୍ଥ ହୋଇଯିବେ ।
ପ୍ରତେକ ଦିନ କିଛି କିଛି ଖାଦ୍ୟ ଯଦି ଗୋ ମାତା କୁ ଖାଇବା ପାଇଁ ଦେବେ ତେବେ ଆପଣଙ୍କ ଜୀବନରେ ଥିବା ଅର୍ଥ ସମସ୍ଯା ଦୂର ହେବ ଓ ଏହା ସହ ଆପଣଙ୍କ ଖରାପ ସମୟ ମଧ୍ୟ ସମାପ୍ତ ହୋଇଯିବ । ଆଗାମୀ ଦିନରେ ଆପଣଙ୍କ ସନ୍ତାନ ମାନେ ମଧ୍ୟ ଭଲ ସୁଯୋଗ ପାଇବା ପାଇଁ ଯାଉଛନ୍ତି ଚାକିରି କ୍ଷେତ୍ରରେ ।
ଆପଣ ଯଦି ସରକାରୀ ଚାକିରି ପାଇଁ ଚେଷ୍ଟା କରୁଛନ୍ତି ତେବେ ଆପଣ ଏହା ନିଶ୍ଚିତ ଭାବେ ପାଇଯିବେ । ଉପର ଅଧିକାରୀ ମାନେ ଆପଣଙ୍କ କାମର ପ୍ରଶଂସା କରି ପାରନ୍ତି ଯାହା ଦ୍ଵାରା ଆପଣ ପ୍ରମୋଶନ ମଧ୍ୟ ପାଇବାର ଯୋଗ ଅଛି ।ବାହାର ଜାଗାରେ ଆପଣ ଯଦି କିଛି ନୂଆ ବ୍ୟାପାର ଆରମ୍ଭ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏହା ଭଲ ପରିଣାମ ଆଣିଦେବ । ତେବେ ଏହି ଭାଗ୍ଯବାନ ରାଶି ମାନେ ହେଲେ ମିଥୁନ, କର୍କଟ, ବୃଷ, ମୀନ, କନ୍ୟା, ମେଷ ରାଶି ।