ନିଜେ ମା ଲକ୍ଷ୍ମୀ ଦେଇଛନ୍ତି ବରଦାନ, ଯିଏ ଏହି ସମୟରେ ନିଜ ଘରେ ଝାଡୁ ଲଗାଇଥାଏ ତାଙ୍କ ଘର ଧନ ଦୌଲତରେ ଭରି ଯାଇଥାଏ

ବନ୍ଧୁଗଣ ଶସ୍ତ୍ର ଅନୁଯାୟୀ ଝାଡୁ ଘରର ଅପରିଷ୍କାର ସଫା କରିନ ଥାଏ ବରଂ ଘରର ଦାରିଦ୍ରତାକୁ ଦୂର କରିଥାଏ । ଝାଡୁ ଘରକୁ ସୁଖ ଓ ସମୃଦ୍ଧି ଆଣିଥାଏ । ଝାଡୁରେ ମା ଲକ୍ଷ୍ମୀଙ୍କ ବାସ ମଧ୍ୟ ହୋଇଥାଏ । ଝାଡୁକୁ ଆଦର ନ କରିଲେ ଘରେ ଓ ପରିବାରରେ ପ୍ରଭାବ ପଡିଥାଏ । ଘରେ ଝାଡୁ ଲଗାଇବା ସମୟରେ କିଛି ନିୟମକୁ ପଲାଣ କରିବାକୁ ପଡିଥାଏ । ଘରେ କେତେବେଳେ ଝାଡୁ ଲଗାଇବେ ଓ ଲଗାଇବେ ନାହି, ପୁରୁଣା ଝାଡୁ କେବେ ବଦଳାଇବେ, ନୂଆ ଝାଡୁ କେବେ ନେବେ ଓ ଏହାର ବ୍ୟବହାର କେବେ କରିବେ ତାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଗପଶପ ନ କରି ଘରେ ଝାଡୁ ଲଗାନ୍ତୁ । ଏମିତି କରିଲେ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଝାଡୁରେ ଅଜାଣତରେ ଗୋଡ ବାଜିଲେ ମା ଲକ୍ଷ୍ମୀଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ । ଝାଡୁ ଲଗାଇବା ସମୟରେ ଧ୍ୟାନ ଦେବେ ଗୋଡ ଯେମିତି ନ ବାଜିବ । ସୂର୍ଯ୍ୟ ଉଦୟ ପୂର୍ବରୁ ବା ସୂର୍ଯ୍ୟ ଉଦୟ ସମୟରେ ଝାଡୁ କରି ପାରିବେ । ସୂର୍ଯ୍ୟ ଉଦୟ ପରେ ଝାଡୁ ଘରେ ଲଗାଇଏ ମା ଲକ୍ଷ୍ମୀ ରୁଷ୍ଟ ହୋଇ ଚାଲି ଯାଇଥାନ୍ତି ।

ସନ୍ଧ୍ୟା ସମୟରେ ବା ସୂର୍ଯ୍ୟାସ୍ତର କିଛି ସମୟ ପୂର୍ବରୁ ଝାଡୁ ଲଗାଇବାର ବିଧି ଆସି । ରାତିରେ ବା ସନ୍ଧ୍ୟାରେ ଝାଡୁ ଲଗାଇବା ଅନୁଚିତ । କୌଣସି କାରଣରୁ ଝାଡୁ ରାତିରେ କରିବାକୁ ପଡିଲେ ଘରର ଏକ କୋଣରେ ଅଳିଆ ରଖି ଦିଅନ୍ତୁ । କାରଣ ରାତିରେ ଘରର ଅଳିଆ ବାହାରକୁ ଦେଲେ ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ଘରେ ସନ୍ଧ୍ୟା ହେବା ପରେ, ପୂଜା ପରେ, ଖାଦ୍ୟ ଖାଇବା ପରେ, କର୍ମକୁ ଯିବା ପରେ ତୁରନ୍ତ ଝାଡୁ ଲଗାନ୍ତୁ ନାହି ।

କାରଣ କର୍ମ ଅସଫଳ ହେବାର ସମ୍ଭାବନା ଥାଏ । ଘରକୁ ଆସିଥିବା ଅତିଥିଙ୍କ ଯିବା ପରେ, ଆସିବା ପରେ, କାନ୍ଦୁଥିଲେ, ଛିଙ୍କିଲେ, ରାତିରେ ଚିଲାଉଥିବା ସମୟରେ ଝାଡୁ କରନ୍ତୁ ନାହି । ଘରର ଐଶାନ୍ୟ କୋଣରୁ ଝାଡୁ ଆରମ୍ଭ କରି ଉତ୍ତର ଦିଗରେ ସେସଦା କରନ୍ତୁ । ଝାଡୁକୁ ସର୍ବଦା ଲୁଚାଇକି ରଖିବା ଉଚିତ । ଏମିତି ସ୍ଥାନରେ ରଖନ୍ତୁ ନାହି ଯେମିତି ଝାଡୁ ଉପରେ ସମସ୍ତଙ୍କର ନଜର ପଡିବ ।

ଝାଡୁକୁ ଐଶାନ୍ୟ କୋଣରେ ରଖନ୍ତୁନି । କାହିଁକି ନା ଏହା ଦେବାଦେବୀଙ୍କ ସ୍ଥାନ ହୋଇଥାଏ । ଦକ୍ଷିଣ ଓ ପଶ୍ଚିମ ଦିଗରେ ଝାଡୁ ରଖିବା ଉତ୍ତମ ଅଟେ । ଝାଡୁକୁ ରୋଷେଇ, ବେଡ ରୁମରେ ରଖନ୍ତୁନି । ହଲରେ ସୋଫା ବା କବାଟ ପଛ ପରତେ ଝାଡୁ ଲୁଚାଇକି ରଖିବା ଉଚିତ । ଛାତ ଉପରେ, ରୋଷେଇ ଘରେ ଝାଡୁ ରଖିବା ଅନୁଚିତ । ଝାଡୁକୁ କେବେ ଠିଆ କରି ରଖିବା ଅନୁଚିତ ।

ଝାଡୁକୁ ସବୁବେଳେ ଶୁଆଇକି ରଖିବା ଉଚିତ । ଗୋଟେ କି ଦୁଇଟି ଝାଡୁ ନ କିଣି 3ଟି ଝାଡୁ କିଣନ୍ତୁ । ନୂଆ ଝାଡୁର ବ୍ଯବହାର ଶନିବାରରେ କରନ୍ତୁ । ଝାଡୁକୁ ଶୁକ୍ଲ ପାଖରେ ନୁହେଁ କୃଷ୍ଣ ପାଖରେ କିନନ୍ତୁ । ପୁରୁଣା ଝାଡୁକୁ ଶନିବାରରେ ପିଙ୍ଗନ୍ତୁ ।

Leave a Reply

Your email address will not be published. Required fields are marked *