ଭଗବାନ ଭଲ ସମୟ ଆସିବା ପୂର୍ବରୁ ଦେଇଥାନ୍ତି ଏହି 5 ଟି ସଙ୍କେତ – ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନମସ୍କାର ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମ ଜୀଵନ ରେ ଧନ ର କେତେ ମହତ୍ତ୍ୱ ଅଛି ଏହା କାହାକୁ ଅଛପା ନାହିଁ । ଧନ ର ଅଭାବ ଯୋଗୁଁ କେହି ବି ଖୁସି ରେ ରହି ପାରନ୍ତି ନାହିଁ । ଏହାର ଅର୍ଥ ହେଉଛି ଧନ ହିଁ ଜୀଵନ । ତା ବିନା କୌଣସି କାର୍ଯ୍ୟ କରିବା ଅସମ୍ଭବ ଅଟେ । କିନ୍ତୁ ଏହା ମଧ୍ୟ ସତ କି ଧନ ଦ୍ୱାରା ଆମେ କେବେବି ଖୁସି ଏବଂ ସମ୍ପର୍କ କୁ କିଣି ପାରିବା ନାହିଁ । କିନ୍ତୁ ଜୀଵନ ରେ ବଞ୍ଚିବା ପାଇଁ ଏବଂ ଚଳିବା ପାଇଁ ଧନ ର ଆବଶ୍ୟକତା ପଡ଼ିଥାଏ । ଏବଂ ଲୋକମାନେ ଧନ କୁ ପ୍ରାପ୍ତ କରିବା ପାଇଁ ଦିନ ରାତି ବହୁତ ପରିଶ୍ରମ ମଧ୍ୟ କରୁଛନ୍ତି ।

ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ଧନ ର କାମନା କରନ୍ତି । ପ୍ରତ୍ୟେକ ବ୍ୟକ୍ତି ଧନବାନ ହେବାର ସ୍ୱପ୍ନ ଦେଖିଥାନ୍ତି । ଏବଂ ଏକ ସୁଖବାନ ଜୀଵନ ଅତିବାହିତ କରିବାର ଆକାଂକ୍ଷା ରହିଥାଏ । ଏହା ଜୀବନର ଏକ କଟୁ ସତ୍ୟ ଅଟେ କି ଯାହା ପାଖରେ ପଇସା ଥାଏ ତାର ହାତ ମୁଠାରେ ପୁରା ଦୁନିଆ ରୁହେ । ଏବଂ ଯାହା ପାଖରେ ଧନ ନ ଥାଏ । ତାକୁ କେହି ବି ପଚାରି ନ ଥାନ୍ତି । ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ମାଆ ଲକ୍ଷ୍ମୀ ଙ୍କର ଆରାଧନା କରିଥାଏ । ଏବଂ ତାଙ୍କୁ ପ୍ରସନ୍ନ କରି ଧନ ପ୍ରାପ୍ତି କରିବା ପାଇଁ କାମନା ରଖିଥାନ୍ତି । ମାଆ ଲକ୍ଷ୍ମୀ କାହା ଉପରେ ଏତେ ସହଜରେ ପ୍ରସନ୍ନ ହୁଅନ୍ତି ନାହିଁ । ମାଆ ଲକ୍ଷ୍ମୀ ଙ୍କୁ ଖୁସି କରେଇବା ଅତି କଠିନ କାମ ଅଟେ । କିନ୍ତୁ ମାଆ ଲକ୍ଷ୍ମୀ ଯାହା ଉପରେ ଖୁସି ହୋଇ ଯାଆନ୍ତି ତାକୁ ସବୁ ସୁଖ ସୁବିଧା ର ଆଶୀର୍ବାଦ ଦେଇଥାନ୍ତି । ଏବଂ ତାଙ୍କ କୃପା ସର୍ଵଦା ତାଙ୍କ ସହ ରହିଥାଏ। ଏବଂ ସେ ଭକ୍ତି ରେ ଖୁସି ହୋଇ ଆମ ଘରେ ଆସି ରୁହନ୍ତି ମଧ୍ୟ । ତେବେ ମାତା ଲକ୍ଷ୍ମୀ ଘରକୁ ଆସିବା ପୂର୍ବରୁ ଦେଇଥାନ୍ତି କିଛି ସଙ୍କେତ ।

ଆଜି ଆମେ ସେହି ସଙ୍କେତ ବିଷୟରେ ହିଁ ଆଲୋଚନା କରିବୁ । ତେବେ ଆସନ୍ତୁ ଜାଣିନେବା ମାତା ଲକ୍ଷ୍ମୀ ଘରକୁ ଆସିବା ପୂର୍ବରୁ କେଉଁ ସଙ୍କେତ ଦେଇଥାନ୍ତି ।
୧- ପ୍ରଥମ ସଙ୍କେତ କଳା ରଙ୍ଗର ପିମ୍ପୁଡ଼ି । ପିମ୍ପୁଡ଼ି କଳା ଏବଂ ନାଲି ଦୁଇଟି ରଙ୍ଗର ହୋଇଥାଏ । ନାଲି ପିମ୍ପୁଡ଼ି ଘରେ ରହିବା ଅଶୁଭ ବୋଲି କୁହାଯାଏ କିନ୍ତୁ କଳା ପିମ୍ପୁଡ଼ି କୁ ଶୁଭ ବୋଲି କୁହାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କଳା ରଙ୍ଗର ପିମ୍ପୁଡ଼ି କୁ ମାଆ ଲକ୍ଷ୍ମୀ ର ରୂପ ବୋଲି ମାନି ନିଆ ଯାଇଥାଏ । ଏବଂ ଘରେ ଯଦି ଅଚାନକ କଳା ରଙ୍ଗର ପିମ୍ପୁଡ଼ି ଗୋଲ ଆକାରର ବୁଲୁ ଥିବାର ଦେଖାଯାଏ ତେବେ ଏହା ଏକ ଶୁଭ ସଙ୍କେତ ବୋଲି ମାନ୍ୟତା ରହିଛି । ଏବଂ ମାତା ଲକ୍ଷ୍ମୀ ଙ୍କ ଆଗମନ ବୋଲି ମଧ୍ୟ କୁହାଯାଏ ।

୨- ଦ୍ୱିତୀୟ ସଙ୍କେତ ହେଉଛି ଝିଟିପିଟି । ପିମ୍ପୁଡ଼ି ପରି ଝିଟିପିଟି କୁ ମଧ୍ୟ ମାଆ ଲକ୍ଷ୍ମୀ ଙ୍କ ପ୍ରତୀକ ମାନି ନିଆଯାଇ ଥାଏ । ଘରେ ଯଦି ଗୋଟିଏ ସ୍ଥାନରେ ତିନୋଟି ଝିଟିପିଟି ଏକାଠି ଦେଖାଯାଏ ତେବେ ଏହାକୁ ଶୁଭ ବୋଲି କୁହାଯାଏ । ଏହା ମାଆ ଲକ୍ଷ୍ମୀ ଙ୍କ ଆଗମନର ସଙ୍କେତ ଅଟେ । ଯଦି ଗୋଟିଏ ଝିଟିପିଟି ଆଉ ଏକ ଝିଟିପିଟି କୁ ଗୋଡାଉ ଥାଏ ତେବେ ଏହା ଘରର ଉନ୍ନତି ର ସଙ୍କେତ । ଏବଂ ଦୀପାବଳି ଦିନ ତୁଳସୀ ଗଛ ମୂଳରେ ଝିଟିପିଟି ଦେଖାଦେଲେ ଏହା ଧନ ଲାଭ ର ସଙ୍କେତ ହୋଇଥାଏ ।
୩- ତୃତୀୟ ସଙ୍କେତ ହେଉଛି ଶାସ୍ତ୍ର ରେ ଆମ ଘର ପାଖ ରେ କିଛି ପକ୍ଷୀ ମାନଙ୍କର ରହିବା ଅଶୁଭ ବୋଲି କୁହାଯାଏ । ଏବଂ ଆଉ କିଛି ପକ୍ଷୀ ଅଛନ୍ତି ଯାହାକୁ ଘରେ ରଖିବା ବହୁତ ଶୁଭ ବୋଲି ଏବଂ ଘରେ ଲକ୍ଷ୍ମୀ ଙ୍କ ଆଗମନ ବୋଲି ମଧ୍ୟ କୁହାଯାଏ । ଯଦି ଆପଣଙ୍କ ଘରେ କେଉଁ ପକ୍ଷୀ ଘରେ ଆସି ବସା ବାନ୍ଧି ଥାଆନ୍ତି ତେବେ ତାହା ଲକ୍ଷ୍ମୀ ଙ୍କ ଆଗମନ ବୋଲି କୁହାଯାଏ ।


୪- ଚତୁର୍ଥ ସଙ୍କେତ ହେଉଛି ଆପଣଙ୍କୁ ଯଦି ସକାଳେ ଏବଂ ସଞ୍ଜରେ ଶଙ୍ଖ ଧ୍ଵନି ଶୁଣା ଯାଉଥିଲେ ଏହା ଏକ ଶୁଭ ସଙ୍କେତ ଏବଂ ମାତା ଲକ୍ଷ୍ମୀ ଙ୍କ ଆପଣଙ୍କ ଉପରେ ଆଶୀର୍ବାଦ ରହିଥାଏ । ତାହାର ସଙ୍କେତ ଦେଇଥାଏ ।
୫- ପଞ୍ଚମ ସଙ୍କେତ ଯଦି ଆପଣଙ୍କ ଡାହାଣ ହାତର ପାପୁଲି କୁଣ୍ଡେଇ ହେବାକୁ ଲାଗୁଛି ତେବେ ଏହା ମଧ୍ୟ ଧନ ପ୍ରାପ୍ତି ର ଶୁଭ ସଙ୍କେତ ହୋଇଥାଏ । ମାଆ ଲକ୍ଷ୍ମୀ ଆପଣ ଙ୍କ ଉପରେ ପ୍ରସନ୍ନ ହୋଇ ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାନ୍ତି ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *