Vastu Tips- ଭୋଜନ ( Food ) ର ନିୟମ, ଏମିତି ଭୋଜନ କଲେ ସର୍ବନାଶ ହେବ, ଏବେ ଠାରୁ ହୋଇଯାନ୍ତୁ ସଚେତନ, ଜାଣନ୍ତୁ ଭୋଜନ କରିବାର ସଠିକ ନିୟମ

ବନ୍ଧୁଗଣ ମହାଭାରତ ଗ୍ରନ୍ଥରେ ମନୁଷ୍ୟକୁ ଭୋଜନ କରୁଥିବା ସମୟରେ କିଛି ବହୁତ ଜରୁରୀ ନିୟମ ବିଷୟରେ କୁହାଯାଇ ଅଛି । ଯଦି କୌଣସି ମନୁଷ୍ୟ ଏହି ନିୟମର ପାଳନ କରି ଭୋଜନ କରିବ ତେବେ ସେ ଆରୋଗ୍ୟ ସହିତ ସୁଖ,ସମୃଦ୍ଧି,ବୈଭବ ପ୍ରାପ୍ତ କରିଥାଏ । ଶାସ୍ତ୍ରରେ କୁହାଯାଇଥିବା ଏହି ନିୟମ ବୈଜ୍ଞାନିକଙ୍କ ଦୃଷ୍ଟିରେ ମଧ୍ୟ ପରିପୂର୍ଣ୍ଣ ଅଟେ । ଏହି ପ୍ରକାର ଭୋଜନ କରିବା ଦ୍ୱାରା ମନୁଷ୍ୟ ସବୁ ଦେବୀ ଦେବତା ଙ୍କ ଆଶୀର୍ବାଦ ପ୍ରାପ୍ତ କରିଥାଏ । ତେବେ ଚାଲନ୍ତୁ ଜାଣିବା ସେହି ନିୟମ ଗୁଡ଼ିକ କଣ ରହିଛି ।

୧:- ଭୋଜନ କରିବା ପୂର୍ବରୁ ପାଦ, ହାତ, ମୁହଁକୁ ଭଲ ଭାବରେ ଧୋଇକି ଭୋଜନ କରିବା ଉଚିତ । ଭୋଜନ ଆଗରୁ ଅର୍ଣ୍ଣଦେବତା ଓ ଅର୍ଣ୍ଣପୂର୍ଣ୍ଣମାତା ଙ୍କ ସ୍ତୁତି ବୋଲି ସବୁ ଭୋକିଲା ପ୍ରାଣୀଙ୍କୁ ଭୋଜନ ପ୍ରାପ୍ତ ହେଉ ବୋଲି ଈଶ୍ୱର ଙ୍କୁ ପ୍ରାଥନା କରି ଭୋଜନ ଆରମ୍ଭ କରିବା ଉଚିତ ।

୧:-ଭୋଜନ ବନାଉଥିବା ମହିଳା ଙ୍କୁ ସ୍ନାନ କରି ସୁଦ୍ଧତାର ସହିତ ଭୋଜନ ତିଆରି କରିବା ଉଚିତ । ସର୍ବପ୍ରଥମେ ତିନୋଟି ରୁଟି ଗୋଟେ ଗାଈ ପାଇଁ, ଗୋଟେ କୁକୁର ପାଇଁ ଆଊ ଗୋଟେ କାଉ ପାଇଁ ଆଗେ ଅଲଗା ତିଆରି କରିସାରି ଅର୍ଣାଦେବଙ୍କୁ ଭୋଗ ଲଗାଇବା ପରେ ଘର ଲୋକଙ୍କୁ ଖାଇବାକୁ ଦିଅନ୍ତୁ ।

୩:- ଭୋଜନ ଘରେ ବସି ସମସ୍ତେ ମିଳିମିଶି କରିବା ଉଚିତ । ଚେଷ୍ଟା କରନ୍ତୁ କି କିପରି ସମସ୍ତେ ଏକା ସମୟରେ ମିଳିମିଶି ଭୋଜନ କରିବେ । ନିୟମ ଅନୁସାରେ ଅଲଗା ଅଲଗା ଭୋଜନ କରିବା ଦ୍ଵାରା ପରିବାରର ସଦସ୍ୟ ମାନଙ୍କ ଭିତରେ ପ୍ରେମ ରହିନଥାଏ । ଭୋଜନ ସମୟ ସକାଳ ଏବଂ ସନ୍ଧ୍ୟା ସମୟ ଅଟେ କାରଣ ପାଚନ କ୍ରିୟାର ଜଟିଳ ଅଗ୍ନି ସୂର୍ଯ୍ୟ ଦେବତାଙ୍କ ଉଦୟ ହେବାର ଦୁଇ ଘଣ୍ଟା ପରେ ଏବଂ ସୂର୍ଯ୍ୟ ଅସ୍ତ ହେବାର ଅଧା ଘଣ୍ଟା ଆଗରୁ ରହିଥାଏ । ଯେଉଁ ବ୍ୟକ୍ତି ଗୋଟେ ଥର ଭୋଜନ କରେ ସେ ଯୋଗୀ, ଯେଉଁ ବ୍ୟକ୍ତି ଦୁଇ ଥର ଭୋଜନ କରେ ତାକୁ ଭୋଗି ବୋଲି କୁହାଯାଇଥାଏ ।

୪:- ଭୋଜନ ପୂର୍ବ ଏବଂ ଉତ୍ତର ଦିଗକୁ ମୁଖ କରି କରିବା ଉଚିତ । ଦକ୍ଷିଣ ଦିଗ କରି ଭୋଜନ କରିବା ଦ୍ଵାରା ଏହା ପ୍ରେତକୁ ପ୍ରାପ୍ତ ହୋଇଥାଏ । ପଶ୍ଚିମ ଦିଗରେ କରାଯାଇଥିବା ଭୋଜନ ରୋଗ ସୃଷ୍ଟି କରିଥାଏ । ଖଟ ଉପରେ ବସି, କିମ୍ବା ହାତରେ ଧରି, କିମ୍ବା ଭାଙ୍ଗିଯାଇଥିବା ବାସନରେ ଭୋଜନ କରନ୍ତୁ ନାହିଁ । କଳହ କିମ୍ବା ଦୁଃଖ ଜାଗାରେ ମଧ୍ୟ ଭୋଜନ କରିବା ଅନୁଚିତ ହୋଇଥାଏ । ତେବେ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *