ବିବାହ ସମୟରେ କନ୍ୟାର ଋତୁସ୍ରାବ ହେଲେ କଣ ସୂଚନା ମିଳିଥାଏ- Ajira Anuchinta

ନିଜର ଇଛାରେ ବର କନ୍ୟା ବିବାହ କଲେ ତାହାକୁ ଗନ୍ଧର୍ବ ବିବାହ କୁହାଯାଏ । ବରକୁ ନିଜ ଘରକୁ ନିମନ୍ତ୍ରଣ କରି କନ୍ୟାକୁ ଯଥାଶକ୍ତି ଅଳଙ୍କୃତ କରି ବିବାହ ଦେଲେ ତାଙ୍କ ଠାରୁ ଉତ୍ପନ୍ନ ହେଇଥିବା ପୁଅ ଦୁଇ କୁଳର ଏକୋଇଶ ପୁରୁଷ ଉଦ୍ଧାର କରିଥାଏ । ବାତୁଳ, ପତିତ, କୁଷ୍ଠ ରୋଗୀ , ନପୁଂସକ , ନିଜ ଗୋତ୍ର ରେ ଜାତ , ଅନ୍ଧ, ବଧିର ,ଓ ଅପ୍ସକାର ରୋଗୀକୁ କନ୍ୟା ଦେବା ଅନୁଚିତ । ବରର କୁଳ, ଧନ , ସ୍ଵଭାଵ , ବୟସ , ବିଦ୍ୟା , ପିତ୍ରାଦିର ସହାୟତା ଗୁଣ ପରୀକ୍ଷା କରି କନ୍ୟା ଦେବା ଉଚିତ ।

ଯେଉଁ ପୁରୁଷର ଗୃହ, ଗ୍ରୀବା ସୁଦୃଢ଼ ହୋଇଥାଏ , ଶୁକ୍ର ଗାଢ଼ ହୋଇଥିବ , ମୃତ୍ର ଶବ୍ଦ , ପେଣଯୁକ୍ତ ହୋଇଥିବ ତାକୁ ଉତ୍ତମ ପୁରୁଷ ଲକ୍ଷଣଯୁକ୍ତ ପୁରୁଷ କୁହାଯାଏ । ଯେଉଁ କନ୍ୟା ଲଜ୍ୟା ହୀନ, ଉଗ୍ର ସ୍ଵଭାଵ , ଦାନ୍ତ ଅସୁନ୍ଦର, ଆଖିପିଙ୍ଗଳ ବର୍ଣ୍ଣ , ସର୍ବାଙ୍ଗ ଲୋକଯୁକ୍ତ , କଟି ସ୍ଥୁଳ ଏହିପରି କନ୍ୟା ବିବାହ ଯୋଗ୍ୟ ନୁହେଁ ।

ସମାନ ପ୍ରକାର ଜାତ କନ୍ୟା , ଶିଷ୍ୟର ସନ୍ତତି , ଗୁରୁର ସନ୍ନତି ଏମାନଙ୍କର ସହିତ ବିବାହ ନିଷେଧ ଅଟେ । ବଡ଼ ଭଉଣୀ ଥାଉ ଥାଉ ସାନ ଭଉଣୀର ବିବାହ ଶାସ୍ତ୍ର ରେ ନିଷିଦ୍ଧ ଅଟେ । ଏକ ବର୍ଷ ରେ ଦୁଇ ଭାଇ ବା ଦୁଇ ଭଉଣୀ ବିବାହ କରିବା ଅନୁଚିତ । ଛଅ ମାସ ଅନ୍ତରରେ ବିବାହ କରାଇବା ଦ୍ୱାରା ତିନିବର୍ଷ ରେ ବିବାହ ଯୋଗ ହୋଇଥାଏ ।

ଭିନ୍ନ ଭିନ୍ନ ମାତା ଠାରୁ ଜନ୍ମ ହୋଇଥିବା ସନ୍ତାନ ଏକ ଦିନରେ ଗୋଟିଏ ମଣ୍ଡପ ରେ ବିବାହ କରିପାରିବେ । ଯାଆଁଳା ଦୁଇ ଭାଇ ବା ଦୁଇ ଭଉଣୀ ଏକ ବର୍ଷ କିମ୍ବା ଗୋଟିଏ ଦିନରେ ବିବାହ କରିପାରିବେ । ବିବାହ ଦିନ କନ୍ୟା ଋତୁମତି ହେଲେ ତାକୁ ସ୍ନାନ କରାଇ ସଂସ୍କାର କରି ବିବାହ କରାଇବା ଉଚିତ ।

ବିବାହ ସମୟରେ ଯଦି ବର ବା କନ୍ୟା ର ମାତା ରଜସ୍ୱଳା ହୋଇଥାନ୍ତି ତେବେ ସେହି ସମୟରେ ବିବାହ କାର୍ଯ୍ୟ କରିବ ଉଚିତ ନୁହେଁ । ଶୁଦ୍ଧି ପରେ କରିବା ଉଚିତ । କନ୍ୟା ଦିନ , ଦୀପ ଦାନ , ଅନ୍ନ ଦାନ , ଆଶ୍ରୟ ଦାନ , ଓ ଅଭ୍ୟ ଦାନ ରାତ୍ର କାଳରେ କରାଗଲେ ଅଶୁଭ ହୋଇ ନ ଥାଏ । ଜ୍ୟେଷ୍ଠ ମାସ ରେ ଜ୍ୟେଷ୍ଠ କନ୍ୟା ବା ପୁତ୍ର ଏ ବିବାହ କରିବା ନିଷିଦ୍ଧ ଅଟେ ।

ଜନ୍ମ ମାସ , ଜନ୍ମଦିନ , ଜନ୍ମ ନକ୍ଷତ୍ର ରେ ବର ଓ କନ୍ୟା ବିବାହ ନିଷିଦ୍ଧ ଅଟେ । କନ୍ୟାର ଜନ୍ମ ରାଶିରେ ଯଦି ରବିଥାଇ ବିବାହ କଲେ ବିଧବା ଯୋଗ ହୋଇଥାଏ । ମେଷ ସହିତ କନ୍ୟା , ତୁଲା ସହିତ ମୀନ , ମିଥୁନ ସହିତ ବୃଷ, ମକର ସହିତ ସିଂହ, କୁମ୍ଭ ସହିତ କର୍କଟ , ବୃଷ ସହିତ ଧନୁ ବିବାହ କଲେ ମୃତ୍ୟୁ ଯୋଗ ହୋଇଥାଏ । ସିଂହ ସହିତ ମୀନ , ତୁଲା ସହିତ ବୃଷ , କୁମ୍ଭ ସହିତ କନ୍ୟା , ମିଥୁନ ସହିତ ମକର, ମେଷ ସହିତ ବୃଷ , ରାଶି ବିବାହ କଲେ ଶୁଭ ଫଳ ମିଳିଥାଏ । ଗୁରୁ , ଶୁକ୍ର, ବୁଧ ଓ ସୋମବାର ଦିନ ବିବାହ କଲେ କନ୍ୟା ଭାଗ୍ୟବତୀ ହୁଏ ।

Leave a Reply

Your email address will not be published. Required fields are marked *