ମହିଳାମାନେ ଏମିତି ପୋଛା ଲଗାଇଲେ, ଘରକୁ ଆସିଥାଏ ଦାରିଦ୍ର୍ୟତା- Vastu Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସ୍ୱଚ୍ଛତା ହିଁ ଭଗବାନ ବୋଲି କୁହାଯାଏ । ଏଥିପାଇଁ ଆମ ଶାସ୍ତ୍ର ରେ ମଧ୍ୟ ସଫା ସୁତୁରା ରହିବା ପାଇଁ ପରାମର୍ଶ ଦିଆଯାଇଛି । ସ୍ୱୟଂ କୁ ସଫା ସୁତୁରା ରଖିବା ସହିତ ନିଜ ଆଖପାଖରେ ଥିବା ପରିବେଶ କୁ ମଧ୍ୟ ସଫା ରଖିବା ଉଚିତ ହୋଇଥାଏ । ଯେଉଁ ବ୍ୟକ୍ତି ନିଜ ସହିତ ନିଜ ଆଖପାଖରେ ଥିବା ପରିବେଶ କୁ ମଧ୍ୟ ସ୍ୱଚ୍ଛ ରଖିଥାଏ, ସେ ଜୀବନ ରେ ସୁଖ ଓ ସମୃଦ୍ଧି ପ୍ରାପ୍ତ କରିଥାଏ । ଏହା ସହିତ ଆପଣ ନିଜେ ଓ ନିଜ ଘରକୁ ମଧ୍ୟ ସଫା ରଖିଲେ ମାତାଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ।

କିନ୍ତୁ ଜ୍ୟୋତିଷ ଶାସ୍ତ୍ର ରେ ଏଭଳି କିଛି ଦିନ ଓ ବାର ସମ୍ବନ୍ଧରେ କୁହାଯାଇଛି, ଯେଉଁ ଦିନ ଅଥବା ବାର ରେ ଘର ପୋଛା କରିବା ଅନୁଚିତ ହୋଇଥାଏ । ଯଦି ଆପଣ ଏହି ଦିନ ମାନଙ୍କ ରେ ଘର ପୋଛା କରିଥାନ୍ତି ତେବେ ମାତାଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ ହୋଇଯାଇଥାନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେବେବି ଅପରାହ୍ନ ସମୟ ରେ ଘର ପୋଛା କରିବା ଆଦୋୖ ଉଚିତ ନୁହେଁ । ବରଂ ସକାଳ ସମୟ ରେ ଘର ପୋଛା କରିବା ଉଚିତ ହୋଇଥାଏ । ଏହି ସମୟ ମାତାଲକ୍ଷ୍ମୀ ଙ୍କ ଆଗମନ ର ସମୟ ହୋଇଥାଏ । ଏହି ସମୟ ରେ ଘର ସଫା ସୁତୁରା ଥିଲେ ମାତାଲକ୍ଷ୍ମୀ ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

୨. ବନ୍ଧୁଗଣ କେବେବି ଗୁରୁବାର ଦିନ ଘର ପୋଛା କରନ୍ତୁ ନାହିଁ । ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ବୁଧବାର ଦିନ ଘର ପୋଛା କରନ୍ତୁ । ଗୁରୁବାର ଦିନ ଘର ପୋଛା କରିବା ଦ୍ୱାରା ଗୁରୁ ଗ୍ରହ ବୃହସ୍ପତି ଏବଂ ମାତାଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ ହୋଇଥାନ୍ତି । ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ରଖନ୍ତୁ ।

୩. ବନ୍ଧୁଗଣ ସର୍ବଦା ଏହା ଧ୍ୟାନ ରଖନ୍ତୁ ଯେ, କେବେବି ଖାଲି ଜଳ ରେ ଘର ପୋଛା କରନ୍ତୁ ନାହିଁ । ନିମ୍ବ ପତ୍ରକୁ ଆଣି ଏହାକୁ ପାଣି ରେ ଭଲ ଭାବରେ ଫୁଟାଇ ଦିଅନ୍ତୁ ଏବଂ ଏହି ପାଣିକୁ ଘର ପୋଛା ପାଣିରେ ମିଶାଇ ଘର ପୋଛିବା ଦ୍ୱାରା ଆପଣଙ୍କ ଘରେ ଥିବା ସମସ୍ତ ବ୍ୟାକ୍ଟେରିଆ ନଷ୍ଟ ହୋଇଥାନ୍ତି ଏବଂ କୌଣସି ପ୍ରକାର ରୋଗ ବ୍ୟାଧି ହେବାର ମଧ୍ୟ ସମ୍ଭାବନା ରହିନଥାଏ । ମାତାଲକ୍ଷ୍ମୀ ମଧ୍ୟ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ।

୪. ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ଆପଣ ଘର ପୋଛିବା ସମୟରେ ସେହି ପାଣିରେ ଅଳ୍ପ ଲୁଣ ମିଶାଇ ଘର ପୋଛନ୍ତୁ । କାରଣ ଲୁଣ ର ସମ୍ବନ୍ଧ ଧନର ଦେବତା କୁବେର ଓ ମାତାଲକ୍ଷ୍ମୀ ଙ୍କ ସହିତ ରହିଥାଏ । ପାଣିରେ ଲୁଣ ମିଶାଇ ଘର ପୋଛିବା ଦ୍ୱାରା ମାତାଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ଘରେ ବାସ କରିଥାନ୍ତି । ଏହାଦ୍ବାରା ଆପଣଙ୍କ ଘରେ କେବେବି ଧନର ଅଭାବ ରୁହେ ନାହିଁ ଏବଂ ଆପଣଙ୍କ ଜୀବନ ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଯାଏ ।

Leave a Reply

Your email address will not be published. Required fields are marked *