ଯେତେବେଳେ ବଜରଙ୍ଗବଲି ନିଜେ ବଞ୍ଚାଇବାକୁ ଆସିଲେ ବିଜୁଳି ଝଟକାରୁ, ହେଲା କିଛି ଏପରି କି ଦେଖି ସମସ୍ତେ ହେଲେ ଆଶ୍ଚର୍ଯ୍ୟ

ଭଗବାନ ଶ୍ରୀ କୃଷ୍ଣ ଭାଗବତ ଗୀତାରେ କହିଛନ୍ତି କି ସବୁ ସ୍ଥାନରେ ଭଗବାନ ଅଛନ୍ତି । ମନୁଷ୍ୟ, ପଶୁ, ପକ୍ଷୀ, ଗଛଲତା, ପବନ, ପାଣି ସବୁଥିରେ ଭଗବାନ ଅଛନ୍ତି । ଭଗବାନକୁ ଦେଖିବା ପାଇଁ କେବଳ ବ୍ୟକ୍ତି ଭିତରେ ଭକ୍ତି ଓ ଆସ୍ଥା ଥିବା ଦରକାର । ଆଜି ଆମେ ଆପଣଙ୍କୁ ଏହିଭଳି ଏକ ଆସ୍ଥା ଓ ଭକ୍ତିର ଅସଲ ଘଟଣା ବିଷୟରେ କହିବାକୁ ଯାଉଛୁ । ଏହା ବହୁତ ବର୍ଷ ପୁରୁଣା କଥା ଅଟେ । ଉତ୍ତର ପ୍ରଦେଶର ଫତେପୁର ଜିଲ୍ଲାରେ ଶ୍ୟାମ ନାମକ ଏକ ବ୍ୟକ୍ତି ରହୁଥିଲା ।

ଯିଏକି ଏକ କାରାଖାନାରେ କାମ କରୁଥିଲା । ସେ ବଜରଙ୍ଗବଲିର ବହୁତ ବଡ ଭକ୍ତ ଥିଲା । ଶ୍ୟାମର ପରିବାରରେ ପତ୍ନୀ ଓ ୧୧ ବର୍ଷର ପୁଅ ରାହୁଲ ରହୁଥିଲେ । ଶ୍ୟାମ ନିଜର ସନ୍ତାନକୁ ପିଲାଦିନୁ ହିଁ ଭଲ ଶିକ୍ଷା ଦେଇ ଆସୁଥିଲେ । ସେ ରାହୁଲକୁ ବଜରଙ୍ଗବଲିଙ୍କ ସତ୍ୟ ଘଟଣା ବିଷୟରେ ବି କହୁଥିଲା । ରାହୁଲକୁ ବଜରଙ୍ଗବଲିଙ୍କ କାହାଣୀ ଶୁଣିବାକୁ ବହୁତ ଭଲ ଲାଗୁଥିଲା । ଶ୍ୟାମର ଜୀବନରେ ଯେତେବେଳେ ବି କୌଣସି ସମସ୍ୟା ଆସେ ତେବେ ସେ ବଜରଙ୍ଗବଲିଙ୍କ ଶରଣକୁ ହିଁ ଯାଇଥାଏ ଓ ସବୁକିଛି ଠିକ ଠାକ ଚାଲିଥିଲା ।

ଦିନେ ଶ୍ୟାମକୁ କାରଖାନା ଯିବା ପାଇଁ ଡେରି ହୋଇଗଲା । ତେବେ ସେ ଘରୁ ଖାଇବା ଟିଫିନ ନ ନେଇ କାରଖାନା ଚାଲିଗଲା । ଶ୍ୟାମର ପତ୍ନୀ ନିଜ ପୁଅ ରାହୁଲ ହାତରେ ଟିଫିନ ଦେଇ କାରଖାନା ପଠାଇଲା । ରାହୁଲ ଖେଳି ଖେଳି ଟିଫିନ ଧରି କାରାଖାନା ଆଡକୁ ଯାଉଥିଲା । ଅନ୍ୟ ପଟେ ଶ୍ୟାମ ବି ଜଲ୍ଦି ଜଲ୍ଦି କାମ ସାରି ଘର ଆଡକୁ ଆସୁଥିଲା । ଏହି ସମୟରେ ରାହୁଲ ବିଜୁଳି ଖୁଣ୍ଟରୁ ବହୁତ ତଳକୁ ଝୁଲି ପଡିଥିବା ପଡିଥିବା ଏକ ଇଲେକ୍ଟ୍ରି ତାରକୁ ଧରି ପକାଇଲା ।

ଧରିବା ପରେ ରାହୁଲକୁ ବହୁତ ଜୋରରେ ବିଜୁଳି କରେଣ୍ଟ ମାରିଲା ଓ ସେ ସେଠି ଲାଗି ହୋଇ ରହିଗଲା । ସାମ୍ନାରୁ ଆସୁଥିବା ଶ୍ୟାମ ଏହା ଦେଖି ଜଲ୍ଦି ଦୌଡି ଯାଇ ରାହୁଲ ପାଖକୁ ଗଲା ।ସେ ତାରକୁ ସାଇଟ କରିବା ପାଇଁ ଗୋଟିଏ କାଠ ବାଡି ଖୋଜିବାକୁ ଲାଗିଲା ଓ ଦେଖୁ ଦେଖୁ ସେଠି ଭିଡ ଜମି ଗଲା । ରାହୁଲକୁ ବଞ୍ଚାଇବା ପାଇଁ କାହା ମୁଣ୍ଡରେ କିଛି ବି ଉପାୟ ଆସୁ ନ ଥିଲା । ଶ୍ୟାମ ବଜରଙ୍ଗବଲିଙ୍କୁ ପ୍ରାର୍ଥନା କରିଲା ।

 

ଏହି ସମୟରେ ଗୋଟିଏ କୁକୁର ଦୌଡି ଆସି ନିଜ ମୁହଁରୁ ତାରକୁ ଟାଣି ସାଇଡ କରିଦେଲା । ରାହୁଲର ହାତରେ କରେଣ୍ଟ ଲାଗିଥିବା କାରଣରୁ ରାହୁଲର ହାତ ତ ଜଳି ଯାଇ ଥିଲା । କିନ୍ତୁ ତାର ଜୀବନ ବଞ୍ଚି ଗଲା । ଅନ୍ୟ ପଟେ କୁକୁର ବିଜୁଳି ତାରକୁ ଧରିବା ସତ୍ବେ ବି ତାକୁ କିଛି ହେଲା ନାହିଁ ଓ ସେ ବି ବଞ୍ଚି ଗଲା । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଶ୍ୟାମ ବୁଝିଗଲା କି ତାର ରକ୍ଷା କରିବା ପାଇଁ ସ୍ଵୟଂ ବଜରଙ୍ଗବଲି ସେହି କୁକୁରକୁ ସେହି ସ୍ଥାନରେ ପଠାଇ ଥିଲେ ।

Leave a Reply

Your email address will not be published. Required fields are marked *