Special Story- ମା ବାପା ପଢା ପାଇଁ ବିକ୍ରି କରିଦେଲେ ଘର, ପୁଅ ଏବେ ହେବ IAS ଅଫିସର, ତାଙ୍କ ସଫଳତାର କାହାଣୀ ଶୁଣିଲେ ଲୁହ ଆସିଯିବ ଆଖିରେ…

ବନ୍ଧୁଗଣ ପ୍ରତିବର୍ଷ ବହୁତ ଛାତ୍ର ଛାତ୍ରୀ ବିଭିନ୍ନ ପ୍ରକାରର ପରୀକ୍ଷା ଦେବା ପାଇଁ ପରିଶ୍ରମ କରିଥାନ୍ତି । ସେହି ପରୀକ୍ଷା ଗୁଡ଼ିକ ମଧ୍ୟରୁ ଆଇଏଏସ ଅଫିସର ହେବା ପାଇଁ ହେଉଥିବା ପରୀକ୍ଷା ସବୁଠାରୁ କଠିନ ହୋଇଥାଏ । IAS ଅଫିସର ହେବା ପାଇଁ ପ୍ରତିବର୍ଷ କିଛି ଯୁବକ ଯୁବତୀ ମନରେ ଆଶା ରଖି ରାଜଧାନୀ ଦିଲ୍ଲୀ ଆସିଥାନ୍ତି । କିଛି ଜଣଙ୍କର ଆଶା ପୂରଣ ହୁଏ ତ କିଛି ଜଣଙ୍କ ଆଶା ଅଧୁରା ରହିଯାଏ ।

ଇନ୍ଦୋର ର ପ୍ରଦୀପ ସିଂହ ବି ୨୦୧୭ ମସିହାରେ ଆଇଏଏସ ଅଫିସର ହେବା ପାଇଁ ଦିଲ୍ଲୀ ଆସିଥିଲେ । ସେଠାରେ ସେ ନିଜର ପରୀକ୍ଷା ପାଇଁ ପ୍ରସ୍ତୁତି କଲେ ଏବଂ ପରୀକ୍ଷା ମଧ୍ୟ ଦେଲେ । ଶେଷରେ ସେ ନିଜର ମାତା-ପିତାଙ୍କ ସ୍ବପ୍ନ ପୁରା କରି ବର୍ତମାନ IAS ଅଫିସର ହୋଇସାରିଛନ୍ତି ।

ପ୍ରଦୀପ ଙ୍କ ସ୍ବପ୍ନ ପୁରା ହେଲା :- ଶୁକ୍ରବାର ଦିନ ତାଙ୍କର ପରୀକ୍ଷା ଫଳ ପ୍ରକାଶ ପାଇବାର ଥିଲା । ତେବେ ସେହି ଲିଷ୍ଟ ରେ IAS, IPS, ଏବଂ IFS ଭଳି ପଦବୀ ପାଇଁ ୭୮୯ ଜଣ କ୍ୟାଣ୍ଡିଡେଟ ଙ୍କ ମଧ୍ୟରୁ ପ୍ରଦୀପ ଙ୍କ ନାମ ମଧ୍ୟ ଉଲ୍ଲେଖ ହୋଇଥିଲା । ସେ ଟପ କରିନଥିଲେ ବି ୯୩ ନମ୍ୱର ରାଙ୍କ ଅର୍ଜନ କରିଥିଲେ । ଯାହା ପାଇଁ ସହଜ ହୋଇନଥାଏ ।

ପିତା ଗାଡ଼ିରେ ତେଲ ଭର୍ତି କରନ୍ତି :- ପ୍ରଦୀପ ଙ୍କୁ IAS ଅଫିସର ର ପଦବୀ ସହଜରେ ମିଳିନାହିଁ । ସେ ଏବଂ ତାଙ୍କ ପରିବାରର ସମସ୍ତ ସଦସ୍ୟ ଏଥି ପାଇଁ ବହୁତ ତ୍ୟାଗ ଏବଂ କଷ୍ଟ କରିଛନ୍ତି । ପ୍ରଦୀପ ଙ୍କ ପିତା ଙ୍କ ନାମ ମନୋଜ ସିଂହ ଅଟେ ସେ ଜଣେ ମାମୁଲି ପ୍ରେଟ୍ରୋଲ ଭର୍ତି କରୁଥିବା ବ୍ୟକ୍ତି ଅଟନ୍ତି । ସେ ମଧ୍ୟପ୍ରଦେଶ ରେ ଦେବସ ନାକା ପେଟ୍ରୋଲ ପମ୍ପ ରେ ପେଟ୍ରୋଲ ଭର୍ତି କରନ୍ତି । ପ୍ରଦୀପ ୨୦୧୭ ରେ ଅହଲ୍ୟା ଉନିଭର୍ସଟି ରୁ ମଧ୍ୟ ଆଇଆଇପିଏସ ରେ ବିକମ କରିଥିଲେ ।

ମାଆ ବିକ୍ରି କରିଦେଲେ ପୁଅର ପାଠ ପଢା ପାଇଁ ଘର:- ପ୍ରଦୀପ ଯେତେବେଳେ ପରୀକ୍ଷା ଦେବାପାଇଁ ପ୍ରସ୍ତୁତି କରୁଥିଲେ ସେତେବେଳେ ତାଙ୍କ ପାଖରେ ପଇସା ନଥିଲା । ସେଥିପାଇଁ ତାଙ୍କ ମାତା ପିତା ନିଜର ଏକମାତ୍ର ଘର ବିକ୍ରି କରିଦେଇଥିଲେ । ଏବଂ ବର୍ତମାନ ମଧ୍ୟ ସେ ଭଡ଼ା ଘରେ ରହୁଛନ୍ତି । ପ୍ରଦୀପ କହିଛନ୍ତି ସେ ନିଜର ସଫଳତା ଦ୍ୱାରା ମାତା ପିତା ଙ୍କ ସମସ୍ତ ଦୁଃଖ ଦୂର କରିବେ ।

ପ୍ରଦୀପ କହିଛନ୍ତି ଏହି କଥା:- ନିଜର ପରୀକ୍ଷା ଦେବା ସମୟରେ ପ୍ରଦୀପ ଙ୍କ ମାଆ ଙ୍କ ଦେହ ବହୁତ ଖରାପ ହୋଇଯାଇଥିଲା । ସେ ହସ୍ପିଟାଲ ଗ୍ରସ୍ତ ମଧ୍ୟ ହୋଇଥିଲେ କିନ୍ତୁ ପୁଅର ପାଠ ପଢାରେ ଅବହେଳା ନହେଉ ବୋଲି ତାଙ୍କ ପିତା ତାଙ୍କୁ ଏହାର ଖବର ମଧ୍ୟ ଦେଇନଥିଲେ । ତେବେ ବନ୍ଧୁଗଣ ଯଦି ଆପଣଙ୍କୁ ପ୍ରଦୀପ ଙ୍କ କାହାଣୀ ପ୍ରେରିତ କରିଥାଏ ତେବେ ଗୋଟେ ସେୟାର କରନ୍ତୁ ତାଙ୍କ ପାଇଁ । ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *