ବୃଷ ରାଶି 2023, ମଇ ମାସରେ ଆପଣଙ୍କୁ ମିଳିବ 4ଟି ବଡ ଖୁସି ଖବର….

ନମସ୍କାର ବନ୍ଧୁଗଣ , ଆଜି ଆମେ ଜାଣିବା ମଇ ମାସରେ ବୃଷରାଶି ବ୍ୟକ୍ତିବିଶେଷକମାନଙ୍କ  ସମ୍ବନ୍ଧରେ । ଜ୍ୟୋତିଷ ଶାସ୍ତ୍ରଅନୁସାରେ ଗ୍ରହମାନଙ୍କ ପରିବର୍ତ୍ତନ ରାଶିଉପରେ ଭଲ ଓ ଖରାପ ପ୍ରଭାବ ପକେଇଥାଏ । ସେମାନଙ୍କ ଜୀବନରେ କଣ ଘଟିବାକୁ ଯାଉଛି ତାହା ସମ୍ବନ୍ଧରେ କହିଥାଏ । ତେବେ ଆଜି ଆମେ ଆପଣଙ୍କୁ ବୃଷ ରାଶି ରାଶିଫଳ ସମ୍ପର୍କରେ କହିବୁ ।

ମଇ ମାସରେ ବୃଷ ରାଶିମାନଙ୍କ ଗ୍ରହର ଗୋଚର ଏପରିକ ରହିବ ଯଥା ଆପଣଙ୍କ ପ୍ରଥମ ଲଗ୍ନ ଭାଗରେ ବିରାଜିତ ଅଛନ୍ତି ଶୁକ୍ରଦେବ । ଆପଣଙ୍କ ଦ୍ଵିତୀୟ ଭାବରେ ମଙ୍ଗଳଦେବ ଓ ଷଷ୍ଟ ଭାବରେ କେତୁ ଏବଂ ଦ୍ଵାଦଶ ଘରେ ରାହୁଦେବ ।  ଦଶମ ଭାବରେ ଶନିଦେବ ରହିଛନ୍ତି । ମଇମାସରେ ବୃଷରାଶି ବ୍ୟକ୍ତିମାନଙ୍କ ସ୍ଵାସ୍ଥ ଜନିତ ସମସ୍ୟା ଆସିବାର ସମ୍ଭାବନା ରହିଛି ।

ଆପଣଙ୍କ ପଞ୍ଚମ ଘରେ ଅଛନ୍ତି ବୁଧଦେବ ସେ ଦ୍ଵାଦଶ ଘରେ ରାହୁଙ୍କ ସହିତ ଥିବା ହେତୁ ଆପଣଙ୍କୁ ପେଟ ସମ୍ବନ୍ଧୀୟ ସମସ୍ଯା ଆସିବାର ସମ୍ଭାବନା ଦେଖାଯାଉଛି । ଏହା ବ୍ୟତୀତ ଚର୍ମ ସହ ଯୋଡିତ ଆସିଥିବା ଦେଖାଯିବ । ତେଣୁ ଏହା ପ୍ରତି ଆପଣଙ୍କୁ ବିଶେଷ ଧ୍ୟାନ ଦେବାର ଅଛି । ପଞ୍ଚମ ଭାବ ଆପଣଙ୍କ ଶିକ୍ଷା ସହ ଯୋଡିତ ସୂଚନା ଦେଇଥାଏ । ପଞ୍ଚମ ଘରେ ବୁଧଦେବଙ୍କ ସହ ସୂର୍ଯ୍ୟ ରହିବା ହେତୁ ବୁଧଦେବ ଦୁର୍ବଳ ହୋଇଯାଇଛନ୍ତି ।

ତେଣୁ ମଇମାସରେ ଆପଣଙ୍କ ମନ ବିଚଳିତ ହୋଇଥାଏ । ଆପଣ ଯଦି କୋଣସି ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ଯେଉଛନ୍ତି ବା କୋଣସି କ୍ଷେତ୍ରରେ ଦାଖଲ କରିବାକୁ ଇଛା କରୁଛନ୍ତି । ମଇମାସ ଅପେକ୍ଷା ଜୁନ ମାସ ଆପଣଙ୍କ ପାଇଁ ବହୁତ ଭଲ ରହିବ । କାରଣ ମଇମାସରେ ବୁଧଦେବଙ୍କ ସ୍ଥିତି ଭଲ ନାହିଁ । ଏବେ ଆସନ୍ତୁ ଜାଣିବା ବୃଷରାଶିମାନଙ୍କ ପ୍ରେମ ଜୀବନ ବିଷୟରେ ବୁଧଙ୍କ ସହିତ ରାହୁଥିବା ଯୋଗୁ ଆପଣ କୋଣସି ଜିନିଷ ବା କଥାକୁ ନେଇ ପ୍ରେମିକାଙ୍କ ସହ ତର୍କବିତର୍କ କରନ୍ତୁ ନାହିଁ  ।

ଆପଣ ସାମାନ୍ଯ ବିଷୟକୁ ନେଇ ଝଗଡା ନ କରି ବୁଝିବା ଦ୍ଵାରା ଆପଣଙ୍କ ପ୍ରେମ ସମ୍ପର୍କ ସୁଖଶାନ୍ତିରେ କଟିଥାଏ ।  ମାତ୍ର ଶୁକ୍ରଦେବ ମଧ୍ୟ ଭଲ ସ୍ଥିତିରେ ଥିବା କାରଣରୁ ପ୍ରେମ ଜୀବନ ଆସିଥିବା ଦୁଃଖ ଦୂର ହେଇଯିବ ।   ସପ୍ତମ ଭାବର ମାଲିକ ହେଉଛନ୍ତି ମଙ୍ଗଳଦେବ ସେ ଆପଣଙ୍କ ଦ୍ଵିତୀୟ ଭାବରେ ରହିଛନ୍ତି । 11 ମଇ ପରେ ସେ ତୃତୀୟ ଭାବକୁ ପଳେଇଯିବେ ତେଣୁ ଆପଣଙ୍କ ବୈବାହିକ ଜୀବନରେ ବାଧା ଆସିବାର ସମ୍ଭାବନା ଦେଖାଯାଉଛି । ଆପଣଙ୍କ ଜୀବଣ ସାଥି ଆପଣ ପ୍ରତି ଅସନ୍ଥୁଷ୍ଟ ରହିପାରିବେ ଏବଂ ତାଙ୍କୁ କାମ ସମ୍ବନ୍ଧରେ ଦୂର ଯାତ୍ରା ମଧ୍ୟ କରିବାକୁ ପଡିପାରେ ।

ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ବିଷୟ ହେଲା ବ୍ୟବସାୟ ଓ ଭବିଷ୍ୟତ । ଆପଣଙ୍କ ଦଶମ ଘରେ ବିରାଜିତ ଅଛନ୍ତି ଶନିଦେବ ଏବଂ ଶନିଦେବ ସ୍ଥିତି ମଧ୍ୟ ଭଲ ହେବା କାରଣତୁ ଆପଣଙ୍କ କର୍ମ କ୍ଷେତ୍ରରେ ତାହାର ଭଲ ପ୍ରଭାବ ପଡିବାକୁ ଯାଉଛି । ଭାଗ୍ୟ ଆପଣଙ୍କ ସାଥ ଦେବ ଆପଣ ଯେକୋଣସି ନୂତନ କାମ ଆରମ୍ଭ କରିବେ ବା ଶୁଭ କାର୍ଯ୍ୟ କରିବେ ତାହା ସଫଳ ହୋଇଥାଏ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ, କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *