ଏହି ଉପାୟ କୁ ପ୍ରୟୋଗ କରିବାର ମାତ୍ର କିଛି କ୍ଷଣ ମଧ୍ୟରେ ଆପଣ ସମସ୍ତ କରଜରୁ ପାଇବେ ମୁକ୍ତି- Vastu Shastra

ସାଧାରଣତଃ ସବୁ ପକ୍ଷୀ ଖୁବ ଅଧିକ ଚଞ୍ଚଳ ହୋଇଥା’ନ୍ତି । କିନ୍ତୁ ପାରା ଏକ ଏପରି ପକ୍ଷୀ ଯାହା ଚଞ୍ଚଳ କମ ଓ ଶାନ୍ତ ଅଧିକ ହୋଇଥାଏ । ଆରାମ କରିବା ପାଇଁ ସବୁବେଳେ ଐତିହାସିକ ସ୍ମାରକ ଓ ଉଚ୍ଚ ଅଟ୍ଟାଳିକା ଖୋଜି ଥାଏ । ପାରା ଙ୍କୁ ଦାନା ଖୁଆଇବା ସାଧାରଣତଃ ଲୋକ ଙ୍କୁ ଖୁବ ପସନ୍ଦ ଥାଏ । କିନ୍ତୁ ଏମାନେ ସ୍ଥାନ କୁ ଖୁବ ଶୀଘ୍ର ଅପରିଷ୍କାର କରି ଦେଇଥାନ୍ତି ବୋଲି କିଛି ଲୋକ ଏମାନଙ୍କୁ ଅଧିକ ପସନ୍ଦ ମଧ୍ୟ କରି ନଥାନ୍ତି ।

ପାରା ମାନଙ୍କୁ ଶାନ୍ତିର ପ୍ରତୀକ ବୋଲି ମଧ୍ୟ ମନା ଯାଇଛି । ପାରା ନିଜର ଜୀବନ ସାଥିଙ୍କ ପାଇଁ ମଧ୍ୟ ଖୁବ ଭଲ ହୋଇଥାଏ । ଜ୍ଯୋତିଷ ଶାସ୍ତ୍ରରେ ପାରା କୁ ମାତା ଲକ୍ଷ୍ମୀ ଙ୍କର ଭକ୍ତ ବୋଲି କୁହାଯାଇଥାଏ । ଏହି କାରଣ ରୁ ଯେଉଁ ଘରକୁ ପାରା ନିୟମିତ ଯିବା ଆସିବା କରେ, ସେହି ଘରେ ମାତା ଲକ୍ଷ୍ମୀ ଙ୍କର ମଧ୍ୟ ଆଗମନ ହୋଇଥାଏ ।

ସେହି ଘରେ ସୁଖ ଶାନ୍ତି ର ମଧ୍ୟ ବୃଦ୍ଧି ହୋଇଥାଏ । ପାରା ଙ୍କୁ ନିୟମିତ ଦାନା ଦେବା ଖୁବ ଭଲ ହୋଇଥାଏ । କିନ୍ତୁ ପାରା ମାନଙ୍କୁ ଛାତ ଉପରେ ଭୁଲରେ ମଧ୍ୟ କେବେ ଦାନା ଦେବା ଉଚିତ ହୋଇ ନଥାଏ । ଯଦି ପାରା ମାନଙ୍କୁ ଦାନା ଦେବାର ଅଛି, ତେବେ ଏମାନଙ୍କୁ ଘରର ଅଗଣା ରେ ଦାନା ଦିଅନ୍ତୁ ।

ଜ୍ଯୋତିଷ ଶାସ୍ତ୍ରରେ ଛାତ କୁ ରାହୁ ବୋଲି କୁହାଯାଇଛି ଓ ପାରା ହେଉଛି ବୁଧ ଙ୍କର ପ୍ରତୀକ । ପାରା ମାନେ ଯେତେବେଳେ ଛାତ ଉପରକୁ ଦାନା ଖାଇବାକୁ ଆସନ୍ତି ଓ ଛାତ ଉପରେ ମଇଳା କରି ଅସନା କରି ଦିଅନ୍ତି, ଏହାଦ୍ଵାରା ରାହୁ ଙ୍କର ଖରାପ ପ୍ରଭାବ ଦେଖିବାକୁ ପଡେ । ତେଣୁ ନିଜ ଛାତ କୁ ସବୁବେଳେ ପରିଷ୍କାର ରଖିବା ଉଚିତ । ତାହାସହ ପାରା ମାନଙ୍କୁ ଦାନା ଦେବା ଉଚିତ, କିନ୍ତୁ ଏମାନଙ୍କୁ ଘରେ କେବେ ମଧ୍ୟ ବସା କରିବାକୁ ଦେବା ଉଚିତ ହୋଇ ନଥାଏ ।

ଯେଉଁ ଘରେ ପ୍ରତିଦିନ ପାରା ଦାନା ଖାଇବାକୁ ଆସିଥାଏ, ସେହି ଘରେ ଦିନକୁ ଦିନ ସୁଖ ସମୃଦ୍ଧି ରେ ମଧ୍ୟ ବୃଦ୍ଧି ହେବାକୁ ଲାଗେ । ତେଣୁ ପ୍ରତ୍ଯେକ ବ୍ୟକ୍ତିଙ୍କୁ ପାରା ମାନଙ୍କୁ ଦାନ ନିହାତି ଦେବା ଉଚିତ । ଏହା ଦ୍ଵାରା ଜାତକ ରେ ଗୁରୁ ଗ୍ରହ ଓ ଶୁକ୍ର ଗ୍ରହ ଖୁବ ଭଲ ସ୍ଥିତିରେ ରହିଥାନ୍ତି । ଘରର ଛାତ କୁ ଓ ଘରର ବାଥ ରୁମ କୁ ମଧ୍ୟ ସବୁବେଳେ ସଫା ରଖିବା ଉଚିତ । ଏହାଦ୍ଵାରା ରାହୁ ନିଜ ସ୍ଥାନରେ ଠିକ ଭାବରେ ରହିଥାଏ ।

ଯଦି ଆପଣଙ୍କ ଜୀବନରେ ସମସ୍ଯା ଲାଗି ରହୁଛି, ତେବେ ଆପଣ ପ୍ରତ୍ଯେକ ଗୁରୁବାର ଦିନ ହଳଦୀ ମିଶ୍ରିତ ଅରୁଆ ଚାଉଳ ପାରା କୁ ଖାଇବାକୁ ଦିଅନ୍ତୁ, ଦେଖିବେ ଜୀବନରେ ଥିବା ସମସ୍ତ ସମସ୍ଯା ରୁ ଆପଣ ମୁକ୍ତ ହୋଇଯିବେ । ତାହାସହ ବନ୍ଧୁଗଣ ଏହି ଉପାୟ ଟିକୁ କରିବା ଦ୍ଵାରା ଜୀବନରୁ ଦରିଦ୍ରତା ର ମଧ୍ୟ ନାସ ହୋଇ ଯାଇଥାଏ । ତେବେ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ ତେବେ ଆପଣ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ସେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *