ଘର ଛାଡି ପଳାଇବେ ସବୁ ମଶା, ବାସ କରିଦିଅନ୍ତୁ ଏହି ସହଜ ଘରୋଇ ଉପାୟ

ବର୍ତ୍ତମାନ ସମସ୍ତେ ମଶା କାରଣରୁ ବହୁତ ଚିନ୍ତିତ ଅଛନ୍ତି । ଏକ ସର୍ବେ ଦ୍ଵାରା ଜଣାପଡିଛି କି ମଶା ଯୋଗୁ ଦୁନିଆରେ ସବୁ ବର୍ଷ ଅତ୍ୟଧିକ ଲୋକମାନେ ରୋଗରେ ପୀଡିତ ହୋଇଥାନ୍ତି । ମଶା କାମୁଡିଲେ ଆପଣ ଡେଙ୍ଗୁ ଓ ମେଲେରିଆ ଭଳି ରୋଗର ଶିକାର ହୋଇ ପାରନ୍ତି । ଏଥିପାଇଁ ସମସ୍ତେ ଘରୁ ମଶାକୁ ଦୂରେଇ ରଖିବା ପାଇଁ ବିଭିନ୍ନ ପ୍ରକାରର ଉପାୟ କରିଥାନ୍ତି । ମଶାକୁ ଘରୁ ଦୂର କରିବା ପାଇଁ ବଜାରରୁ ଲିକୁଇଡ କିମ୍ବା ମଶା ଧୂପ ଆଣିଥାନ୍ତି, ଯାହାକି ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇ ପାରେ ।

ଆଜି ଆମେ ଆପଣଙ୍କ ପାଇଁ ଘରୁ ମଶାକୁ ଦୂର ରଖିବା ପାଇଁ ଏକ ପ୍ରାକୃତିକ ଉପାୟ ନେଇ ଆସିଛୁ । ଏହି ଉପାୟକୁ କରିଲେ ଆପଣଙ୍କ ଘରେ ମଶା ନଜର ଆସିବ ନାହିଁ । ଏଥିପାଇଁ ଆପଣ ପ୍ରଥମେ ନିମ୍ବ ପତ୍ର ନିଅନ୍ତୁ ଓ ଏହାକୁ ଭଲ ଭାବରେ ଧୋଇବା ପରେ ପତ୍ରକୁ ଶୁଖାଇ ଦିଅନ୍ତୁ ।

ନିମ୍ବ ପତ୍ର ଗୁଡିକ ଅଲଗା କରି ଗ୍ରାଇଡିଙ୍ଗ କରି ଦିଅନ୍ତୁ । ବର୍ତ୍ତମାନ ନିମ୍ବ ପତ୍ରକୁ ଆପଣ ରାଶି ତେଲରେ କିମ୍ବା ସୋରିଷ ତେଲ କିମ୍ବା ନଡିଆ ତେଲରେ ଗରମ କରନ୍ତୁ । ଏଥିପାଇଁ ଆପଣ ଗୋଟିଏ ପାତ୍ରକୁ ଗ୍ୟାସରେ ରଖି ସେଥିରେ ୧.୫ କପ ରାଶି ତେଲ ଦିଅନ୍ତୁ । ଏଥିରେ ନିମ୍ବ ପତ୍ରର ଗୁଣ୍ଡକୁ ଦିଅନ୍ତୁ । ବର୍ତ୍ତମାନ ଏହାକୁ ଆପଣ ୫ ରୁ ୬ ମିନିଟ ଭଲ ଭାବରେ ଫୁଟାନ୍ତୁ ।

ଯାହା ଦ୍ଵାରା ନିମ୍ବ ପତ୍ରର ସବୁ ପୋଷାକ ତତ୍ଵ ଏହି ତେଲ ମଧ୍ୟକୁ ଚାଲି ଆସିବ । ଏହି ତେଲକୁ ଥଣ୍ଡା କରନ୍ତୁ । କର୍ପୁର ନେଇ ତାକୁ ଗୁଣ୍ଡ କରି ଦିଅନ୍ତୁ । ସେହି ନିମ୍ବପତ୍ରର ତେଲକୁ ଗୋଟିଏ ପାତ୍ରରେ ଛାଣି ସେଥିରେ ଏକ ଚାମଚ କର୍ପୁର ଗୁଣ୍ଡକୁ ମିଶାଇ ଦିଅନ୍ତୁ । ଆପଣ ଗୋଟିଏ ଛୋଟ ବୋତଲ ନେଇ ବୋତଲର ଠିପିକୁ କଣା କରି ସେଥିରେ ବଳିତା ଭର୍ତ୍ତି କରି ଦିଅନ୍ତୁ ।

ଏହି ନିମ୍ବ ପତ୍ର ତେଲକୁ ଏହି କାଚ ବୋତଲରେ ଭର୍ତ୍ତି କରି ଦିଅନ୍ତୁ ଓ ଠିପି ଦେଇ ଦିଅନ୍ତୁ । ଆପଣ ଏହି ବତୀକୁ ଲଗାଇ ଦିଅନ୍ତୁ ଯେଉଁଠି ଅଧିକ ମଶା ହେଉଛନ୍ତି । କେବଳ ୫ ମିନିଟ ଭିତରେ ଆପଣଙ୍କ ଘରୁ ସବୁ ମଶା ଗାୟବ ହୋଇଯିବ । ଏହା ଏକ ପ୍ରାକୃତିକ ଓ ଘରୋଇ ଉପଚାର ଅଟେ ଯାହାକୁ ପ୍ରୟୋଗ କରି ଆପଣ ନିଜ ଘରୁ ମଶାକୁ ବାହାର କରି ପାରିବେ । ଏଥିରେ ଆପଣଙ୍କ ଶରୀରକୁ କୌଣସି ବି ପ୍ରକାରର କ୍ଷତି ପହଞ୍ଚିବ ନାହିଁ । ଆମ ସହ ଆଗକୁ ରହିବାପାଇଁ  ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *