ବାଛନ୍ତୁ ନିଜ ପସନ୍ଦର ଗୋଟିଏ ରଙ୍ଗ ଓ ଜାଣନ୍ତୁ ନିଜର ଗୁପ୍ତ ରହସ୍ୟ ( Personality Test )

ବନ୍ଧୁଗଣ ପ୍ରତେକ ବ୍ୟକ୍ତିର ବିଚାର ଓ ସ୍ଵଭର ତାର ବ୍ୟକ୍ତିତ୍ୱର ଆଇନା ହୋଇଥାଏ । ବ୍ୟକ୍ତିର ପସନ୍ଦ ନାପସନ୍ଦ ଜୀବନରେ ବହୁତ କିଛି ଜଣାଇଥାଏ । ରଙ୍ଗର ମହତ୍ତ୍ଵ ସମସ୍ତଙ୍କ ଜୀବନରେ ଅଧିକ ରହିଥାଏ । ଏଥିରୁ ହିଁ ବ୍ୟକ୍ତିର ସ୍ଵଭାବ, ଚିନ୍ତାଧାରା, ଆଦି ଜାଣିହୋଇଥାଏ । ବ୍ୟକ୍ତିର ପସନ୍ଦ କରିଥିବା ରଙ୍ଗ ଦ୍ୱାର ତାର ସ୍ଵଭାବ ବିଷୟରେ ଜାଣିହେବ । ବନ୍ଧୁଗଣ ଏଠାରେ ଆପଣ ବିଭିନ୍ନ ପ୍ରକାରର ରଙ୍ଗ ଦେଖିପାରୁଥିବେ । ଏଥି ମଧ୍ୟରୁ ଆପଣ ନିଜର ପସନ୍ଦର କୌଣସି ଗୋଟିଏ ରଙ୍ଗକୁ ବାଛି ନିଅନ୍ତୁ ଏବଂ ଆମେ ଆପଣଙ୍କୁ ଏହି ରଙ୍ଗ ସହିତ ଜଡିତ ଆପଣଙ୍କ ଭବିଷ୍ୟତ ବିଷୟରେ କହିବୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

ନାଲି ରଙ୍ଗ:- ଯଦି ଆପଣ ନାଲି ରଙ୍ଗକୁ ପସନ୍ଦ କରିଛନ୍ତି ତେବେ ଆପଣ ବହୁତ ଆତ୍ମବିଶ୍ବାସି ବ୍ୟକ୍ତି ଅଟନ୍ତି । ଆପଣ ସମସ୍ତଙ୍କ ମନର କଥା ବୁଝିଥାନ୍ତି । ଆପଣ ବହୁତ ନରମ ହୃଦୟର ବ୍ୟକ୍ତି ଅଟନ୍ତି । ଆପଣ ନିଜର ପରିଶ୍ରମ ଦ୍ୱାରା ସଫଳତା ହାସଲ କରିଥାନ୍ତି । ଆପଣ ନିଜର ପରିବାର ଲୋକଙ୍କୁ ବହୁତ ଭଲ ପାଇଥାନ୍ତି ।

କମଳା ରଙ୍ଗ:- ଯଦି ଆପଣ କମଳା ରଙ୍ଗ ବାଛିଛନ୍ତି ତେବେ ଆପଣ ବହୁତ ଉଚ୍ଚ ଚିନ୍ତାଧାରା ରଖିଥାନ୍ତି । ଆପଣ କେବେ ମଧ୍ୟ କାହା ଉପରେ ନିଜର ହକ ଜତାନ୍ତି ନାହିଁ । ଆପଣ ନିଜର ବନ୍ଧୁ ବାନ୍ଧବ ମାନଙ୍କ ସବୁ କାର୍ଯ୍ୟରେ ସାଥ ଦେଇଥାନ୍ତି । ଆପଣ ସବୁବେଳେ ନିଜର ନିଷ୍ପତି ଉପରେ ବିଶ୍ୱାସ କରିଥାନ୍ତି । ଆପଣ ବହୁତ ପରିଶ୍ରମୀ ବ୍ୟକ୍ତି ଅଟନ୍ତି ।

ହଳଦିଆ ରଙ୍ଗ:- ଯଦି ଆପଣ ହଳଦିଆ ରଙ୍ଗ ବାଛିଛନ୍ତି ତେବେ ଆପଣ ବହୁତ ଖୋଲା ହୃଦୟରେ ବ୍ୟକ୍ତି ଅଟନ୍ତି । ଆପଣ କେବେ ମଧ୍ୟ କୌଣସି କଥାକୁ ମନରେ ନିଅନ୍ତି ନାହିଁ । ଆପଣ ସବୁବେଳେ ଖୁସି ରହିବାକୁ ଚେଷ୍ଟା କରିଥାନ୍ତି । ଆପଣ ସମସ୍ତଙ୍କ ମନ ନେଇ ଚଳିବାକୁ ପସନ୍ଦ କରିଥାନ୍ତି ।

ସବୁଜ ରଙ୍ଗ:- ଯଦି ଆପଣ ସବୁଜ ରଙ୍ଗ ବାଛିଛନ୍ତି ତେବେ ଆପଣ ପ୍ରକୃତି ପ୍ରେମୀ ଅଟନ୍ତି । ଆପଣଙ୍କୁ ଦୂର ଯାତ୍ରା କରିବା ବହୁତ ପସନ୍ଦ ହୋଇଥାଏ । ଆପଣ ସବୁବେଳେ ପଜିଟିଭ କଥା ଭାବିଥାନ୍ତି । ଆପଣ କୌଣସି କାର୍ଯ୍ୟ କରିବା ପୂର୍ବରୁ ନିଜର ପରିବାର ଲୋକଙ୍କ ମତାମତ ନେବାକୁ ପସନ୍ଦ କରିଥାନ୍ତି ।

ନୀଳ ରଙ୍ଗ:- ଯଦି ଆପଣ ନୀଳ ରଙ୍ଗ ବାଛିଛନ୍ତି ତେବେ ଆପଣ ସବୁବେଳେ ସକାରାତ୍ମକ ଚିନ୍ତା କରିଥାନ୍ତି । ଆପଣ ଭଗବାନ ଙ୍କ ଉପରେ ବହୁତ ବିଶ୍ବାସ ରଖିଥାନ୍ତି । ଆପଣ କେବେ ମଧ୍ୟ କାହାକୁ ଦୁଃଖ ବା କଷ୍ଟ ଦିଅନ୍ତି ନାହିଁ । ଆପଣ ଅନ୍ୟର ସାହାଯ୍ୟ କରିବାକୁ ଭଲ ପାଇଥାନ୍ତି ।

ବାଇଗେଣି ରଙ୍ଗ:- ଯଦି ଆପଣ ବାଇଗେଣି ରଙ୍ଗ ବାଛିଛନ୍ତି ତେବେ ଆପଣ ଅନ୍ୟାୟ ଦେଖିଲେ ଚୁପ ରୁହନ୍ତି ନାହିଁ । ଆପଣ ସବୁବେଳେ ନ୍ୟାୟ ପାଇଁ ନିଜର ସ୍ଵର ରଖିଥାନ୍ତି । ଆପଣ ନିଜର ପ୍ରିୟ ଜନଙ୍କୁ ବହୁତ ସ୍ନେହ ଆଦର କରିଥାନ୍ତି । ଆପଣଙ୍କ ଜୀବନରେ କେବେ ମଧ୍ୟ କୌଣସି ସମସ୍ୟା ଆସେନାହିଁ ।

ଗୋଲାପୀ ରଙ୍ଗ:- ଯଦି ଆପଣ ଗୋଲାପୀ ରଙ୍ଗ ବାଛିଛନ୍ତି ତେବେ ଆପଣ ବହୁତ ସରଳ ହୋଇଥାନ୍ତି । ଆପଣ କେବେ କାହାକୁ କିଛି ମଧ୍ୟ କୁହନ୍ତି ନାହିଁ । ଆପଣ ଯେତେ ଦୁଃଖରେ ଥିଲେ ମଧ୍ୟ କାହାକୁ ଜଣାନ୍ତି ନାହିଁ । ଆପଣ ଅନ୍ୟର ଦୁଃଖ ଦେଖିପାରନ୍ତି ନାହିଁ । ଆପଣ ନିଜର କର୍ତ୍ତବ୍ୟ ଖୁବ ଭଲ ଭାବରେ ତୁଲାନ୍ତି । ତେବେ ବନ୍ଧୁଗଣ ଆପଣ କେଉଁ ରଙ୍ଗ ବାଛିଛନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *