ଆସିଲା ବଡ ଖୁସି ଖବର, ପୁଣି ଏହି ତାରିଖରୁ ଖୋଲିବ School, ସରକାର କଲେ ବଡ ଘୋଷଣା, ଜାଣନ୍ତୁ ପୁରା ଖବର…

ବନ୍ଧୁଗଣ ଯେପରି ଆପଣ ସମସ୍ତେ ଜାଣିଛନ୍ତି ରାଜ୍ୟରେ ବର୍ତମାନ ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ ରହିଛି । କିନ୍ତୁ ସରକାର ଙ୍କ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏବେ ଆସିଛି ବଡ ନିଷ୍ପତି । କଭିଡ ସ୍ଥିତି ସୁଧୁରିବାରେ ଲାଗିଛି ଏବଂ ସ୍କୁଲ କଲେଜ ଖୋଲିବାକୁ ନେଇ ସରକାର ନିଜର ଏକ ବୈଠକ ଆୟୋଜନ କରିଛନ୍ତି । ଏଠାରେ ଖରା ଛୁଟି ବାତିଲ ହେବ ବୋଲି ନିଷ୍ପତି ନେଇଛନ୍ତି ସରକାର । ରାଜ୍ୟରେ ସମସ୍ତ ଶ୍ରେଣୀ ଅର୍ଥାତ୍ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଉଚିତ ସମୟରେ ଶିକ୍ଷାଦାନ ଶେଷ କରିବା ସହିତ କିପରି ପରୀକ୍ଷା ହେବ ଏବଂ ଫଳ ପ୍ରକାଶ ପାଇବ ସେହକୁ ନେଇ ମଧ୍ୟ ବିଚାର କରାଯାଇଛି ।

ତେବେ ଆସନ୍ତୁ ଜାଣିବା ଏହାକୁ ନେଇ କଣ ରହିଛି ସମ୍ପୂର୍ଣ ବିଷୟ ବସ୍ତୁ । ରାଜ୍ୟରେ କୋଭିଡ଼ କାରଣରୁ ବର୍ତ୍ତମାନ ଅନଲାଇନ ରେ ଶିକ୍ଷା ପ୍ରଦାନ କରାଯାଉଛି ତେବେ ଏହି ଅନଲାଇନ ଶିକ୍ଷାଦାନ ରେ ଯେମିତି କୌଣସି ଅସୁବିଧା ନ ହୁଏ ଏବଂ ଛାତ୍ର ଛାତ୍ରୀ ସଠିକ ଶିକ୍ଷା ପାଇପାରିବେ ସେଥିପାଇଁ ସରକାର ଏଥିରେ ଗୁରୁତ୍ବ ଦେବା ପାଇଁ ନିଷ୍ପତି ଦେଇଛନ୍ତି ।

ଚଳିତ ବର୍ଷ ଖରା ଛୁଟିରେ ପିଲା ମାନଙ୍କର ଅଫଲାଇନ ଜାରି ହୋଇପାରେ ବୋଲି କହିଛନ୍ତି ରାଜ୍ୟ ସରକାର । ଯଦି ସ୍ଥିତି ନ ସୁଧୁରେ ତାହେଲେ ଅନଲାଇନ କ୍ଲାସ ହେବାର ସମ୍ଭାବନା ରହିଛି । ଏହାକୁ ନେଇ ସବୁ ଜିଲ୍ଲାର ଦିଓ ଏବଂ ଏମଏସସି ଙ୍କ ସହିତ ଏବଂ ସବୁ ଶିକ୍ଷା ଅନୁଷ୍ଠାନର ବରିଷ୍ଠ ଅଧିକାରୀ ଙ୍କ ସହ ଏହି ମାସରେ ଶେଷ ରେ ଆଲୋଚନା ହେବ ବୋଲି ଜଣା ପଡିଛି ।

ତେବେ ଆଗକୁ ନିର୍ବାଚନ ଲାଗି ରାଜ୍ୟରେ ଅନେକ ସ୍କୁଲ ର ଶିକ୍ଷକଙ୍କୁ ଅତିରିକ୍ତ ଭାବେ ନିୟୋଜିତ କରାଯିବାକୁ ଅନଲାଇନ ପାଠ ପଢିବାରେ ବ୍ୟାଘାତ ସୃଷ୍ଟି ହୋଇପାରେ । ତେବେ ମାର୍ଚ୍ଚରେ ବାର୍ଷିକ ପରୀକ୍ଷା ଶେଷ ହେବା ପରେ ଏପ୍ରିଲ ମାସରୁ ଏକ୍ସଟ୍ରା କ୍ଲାସ ର ଆୟୋଜନ ମଧ୍ୟ କରାଯାଇପାରେ । ତେବେ ବର୍ତ୍ତମାନ କୋଭିଡ ର ସ୍ଥିତି ଅଳ୍ପ ମାତ୍ରାରେ ସୁଧୁରିବାରେ ଲାଗିଛି ଯେଉଁ କାରଣରୁ ଫେବୃଆରୀ ୨ ରୁ ସ୍କୁଲ ଏବଂ କଲେଜ ଖୋଲିପାରେ ବୋଲି ବିଶେଷ ସୂଚନା ମିଳିଛି ।

ଛାତ୍ର ଛାତ୍ରୀ ମାନେ ମଧ୍ୟ ଅଫଲାଇନ କ୍ଲାସ ଦ୍ୱାରା ପାଠ ପଢ଼ିବାରେ ସୁବିଧା ହେଉଛି ବୋଲି କହିଛନ୍ତି । ତେବେ ସରକାର ଙ୍କ ଏହି ନିଷ୍ପତି ସ୍ଥିତି ଦେଖି ବଦଳାଯାଇ ମଧ୍ୟ ପାରେ । ତେବେ ବନ୍ଧୁଗଣ ସ୍କୁଲ ଖୋଲିବାକୁ ନେଇ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *