ଆପଣଙ୍କ ହାତ ପାପୁଲିରେ ଅଛି କି ଏମିତି ଚିହ୍ନ ? ତ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା

ହାତ ରେଖା ମଧ୍ୟରେ ବି ଆପଣ ନିଜର ଭବିଷ୍ୟତ ଜାଣି ପାରିବେ । ହାତ ରେଖା ମଧ୍ୟରେ ଏମିତି କିଛି ଲୁଚିଥାଏ ଯାହା ବିଷୟରେ ସାଧାରଣ ମଣିଷ କେବେ ବି ଜାଣି ପାରେ ନାହିଁ । ବେଳେ ବେଳେ ହାତର ରେଖା କେତେକ ଇଂଗ୍ଲିଶ ଅକ୍ଷର ଭଳି ହୋଇଥାଏ । ଯଦି ଆପଣଙ୍କ ହାତର ରେଖାରେ M ଅକ୍ଷର ଦେଖା ଯାଉଛି ତେବେ ଏହା ବହୁତ ମହତ୍ଵ ରଖିଥାଏ ଆପଣଙ୍କ ପାଇଁ ।

ଯେଉଁ ବ୍ୟକ୍ତିମାନଙ୍କ ହାତର ପାପୁଲିରେ M ଚିହ୍ନ ଦେଖାଯାଏ ଅର୍ଥାତ ରେଖା ଗୁଡିକ M ଅକ୍ଷର ଭଳି ଦେଖା ଯାଉଛନ୍ତି ତେବେ ସେମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ବିଜନେସରେ ଭଲ ପାର୍ଟନର ହୋଇଥାନ୍ତି । ଏମାନେ ମିଛକୁ ଆଗ ଧରି ନିଅନ୍ତି । ସାମ୍ନାରେ ଥିବା ବ୍ୟକ୍ତିର ମନର କଥା ବି ଜାଣି ନିଅନ୍ତି ।

ମହିଳା କିମ୍ବା ପୁରୁଷ ଯାହାର ବି ହାତରେ ଯଦି M ଅକ୍ଷର ବାଲା ରେଖା ଥିବ ତେବେ ଏମାନେ ବହୁତ ଭଲ ଦମ୍ପତି ହୋଇଥାନ୍ତି । ବୈବାହିକ ଜୀବନ ସୁଖମୟ ବ୍ୟତିତ ହୋଇଥାଏ । ଏହା ସହିତ ଯାହାର ହାତ ରେଖା M ଭଳି ହୋଇଥାଏ ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି । ଏମାନେ ଜୀବନରେ ସମସ୍ତ ସମସ୍ୟାକୁ ସମାଧାନ କରିବାର କ୍ଷମତା ରଖନ୍ତି । ଏହିଭଳି ବ୍ୟକ୍ତିକୁ ବିଶେଷ ଆଶୀର୍ବାଦ ମିଳିଥାଏ ।

ଏମାନେ ପ୍ରାୟତଃ ସବୁ କ୍ଷେତ୍ରରେ ସଫଳ ହୋଇଥାନ୍ତି । ଏମାନେ ଭଗବାନଙ୍କ ବହୁତ ପ୍ରିୟ ହୋଇଥାନ୍ତି । ଏମାନଙ୍କ ପ୍ରାର୍ଥନା ବି ଜଲ୍ଦି ପୁରା ହୋଇଥାଏ । ଯଦି ଏମାନେ କାହାକୁ ଅଭିଶାପ ଦେଇ ଦିଅନ୍ତି ତେବେ ତାହା ତାଙ୍କୁ ଲାଗି ଯାଇ ପାରେ । ଏମାନେ ଯାହା ସହ ବି ବନ୍ଧୁ ହୁଅନ୍ତି ତାଙ୍କର ବି ଭାଗ୍ୟ ଚମକି ଉଠିଥାଏ । କିନ୍ତୁ କହିଦେଉଛୁ କି ଯଦି ଆପଣ ସବୁ କାମ ଡାହାଣ ହାତରେ କରୁଛନ୍ତି ଓ ଏହି ଚିହ୍ନ ଆପଣଙ୍କ ବାମ ହାତରେ ଅଛି ତେବେ ଏହା ବହୁତ ଭଲ ହୋଇଥାଏ ।

ସେହିଭଳି ବାମ ହାତରେ ସବୁ କାମ କରୁଛନ୍ତି ଓ ଡାହାଣ ହାତରେ ଅଛି ତେବେ ଏହା ବହୁତ ଭଲ ଅଟେ । କିନ୍ତୁ ବାମ ହାତରେ କାମ କରୁଛନ୍ତି ଓ ବାମ ହାତରେ ଏହି ଚିହ୍ନ ଅଛି ତେବେ ଏହା ବିଶେଷ କୌଣସି ଲାଭ ଦେଇ ନ ଥାଏ । କିନ୍ତୁ କହିଦେଉଛୁ କି ଏହିଭଳି M ଚିହ୍ନ ବହୁତ କମ ଲୋକମାନଙ୍କ ହାତରେ ଦେଖାଯାଏ । ଏହିଭଳି ଚିହ୍ନ ଭାଗ୍ୟବାନ ବ୍ୟକ୍ତିମାନଙ୍କ ହାତରେ ଥାଏ । ଏହିଭଳି ଚିହ୍ନ ଥିଲେ ଆପଣଙ୍କୁ ଟଙ୍କାର ଅଭାବ ରହିବ ନାହିଁ । ସମସ୍ତ ସୁଖ ଓ ସୁବିଧା ବି ମିଳିବ । ଯଦି ଆପଣଙ୍କ ହାତରେ M ଚିହ୍ନ ଅଛି ତେବେ ଆପଣଙ୍କ ସମସ୍ତଙ୍କ ଠାରୁ ଭିନ୍ନ ଅଟନ୍ତି । ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *