ଘରେ ରହିବେନି ଗୋଟିଏ ବି ମୂଷା, କରିଦିଅନ୍ତୁ ଏହି 1 ସହଜ ଘରୋଇ ଉପାୟ

ସମସ୍ତଙ୍କ ଘରେ ମୂଷା ନିଶ୍ଚିତ ଥାନ୍ତି । ଏମିତିରେ ଏହି ମୂଷା ଯୋଗୁ ଲୋକମାନେ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଘରୁ ମୂଷା ବାହାର କରିବା ପାଇଁ ଏକ ଘରୋଇ ଉପଚାର କହିବୁ । କୁହାଯାଏ କି ଯେଉଁ ଘରେ ମୂଷା ଥାଏ ସେହି ଘରେ ରହୁଥିବା ସଦସ୍ୟମାନଙ୍କ ଭୌତିକ ବିକାଶ ହୋଇ ନ ଥାଏ । ମୂଷା ଯୋଗୁ ଘର ଅପରିଷ୍କାର ରହିଥାଏ ଓ ମୂଷା ଘରେ ଦରିଦ୍ରତା ଆଣିଥାଏ ।

ମୂଷା ଯୋଗୁ ଘରେ କେତେକ ରୋଗ ମଧ୍ୟ ଚାଲି ଆସେ । ମୂଷା ଘରର ଜିନିଷ ପତ୍ର ଓ ଖାଦ୍ୟ ପଦାର୍ଥକୁ ବି ନଷ୍ଟ କରିଦିଏ । ଛୋଟ ପିଲାମାନଙ୍କ ପାଇଁ ମୂଷା ବହୁତ ହିଁ ଭୟଙ୍କର ହୋଇଥାଏ । କେତେକ ଲୋକମାନେ ଘରୁ ମୂଷାକୁ ବାହାର କରିବା ପାଇଁ କେତେକ ପ୍ରକାରର ଉପାୟ ସହିତ ବଜାରରୁ କେତେକ ଜିନିଷ ବି କିଣି ଆଣିଥାନ୍ତି ।

ଏହା ସତ୍ବେ ବି ମୂଷା କମ ହୁଅନ୍ତି ନାହିଁ । କିନ୍ତୁ ଆଜି ଆମେ ଆପଣଙ୍କୁ ଘରୁ ମୂଷାକୁ ଦୂର କରିବାର କିଛି ଉପାୟ କହିବୁ । ପ୍ରଥମ ଉପାୟ ହେଉଛି ଆପଣ ପେପରମିଣ୍ଟ ତେଲ ବ୍ୟବହାର କରି ଅତି ସହଜରେ ମୂଷାକୁ ଘରୁ ବାହାର କରି ପାରବେ । ଏହି ତେଲର ଗନ୍ଧକୁ ମୂଷାମାନଙ୍କ ଶରୀରକୁ ଯାଏ ନାହିଁ । ଛୋଟ ଛୋଟ ତୁଳାକୁ ଗୋଲ କରି ତାକୁ ତେଲରେ ବୁଡାଇ ଏହି ସବୁ ଛୋଟ ଛୋଟ ତୁଳାକୁ ସେହି ସ୍ଥାନରେ ରଖି ଦିଅନ୍ତୁ ଯେଉଁଠି ମୂଷାମାନେ ଯିବା ଆସିବା କରନ୍ତି କିମ୍ବା ରହିଥାନ୍ତି ।

ଏହାର ଗନ୍ଧ ବାହାରିବା ମାତ୍ରେ ମୂଷା ସେହି ସ୍ଥାନରୁ ଚାଲିଯିବେ । ଏହି ଉପାୟକୁ ଆପଣ ଅତି ସହଜରେ ବିନା ଖର୍ଚରେ ଘରେ କରି ପାରିବେ ଓ ମୂଷାମାନଙ୍କ ଠାରୁ ନିଜକୁ ବଞ୍ଚାଇ ପାରିବେ । ନାଲି ଲଙ୍କା ଗୁଣ୍ଡ ପାଉଡର ଦ୍ଵାରା ବି ଘରୁ ମୂଷା ବାହାରିଯିବେ । ଏଥିପାଇଁ ଆପଣ ଅଳ୍ପ ଲଙ୍କା ଗୁଣ୍ଡା ନେଇ ତାକୁ ଅଳ୍ପ ଶୁଖିଲା ଅଟାରେ ମିଶାଇ ମୂଷା ରହୁଥିବା କିମ୍ବା ଯାଉଥିବା ସ୍ଥାନରେ ପକାଇ ଦିଅନ୍ତୁ । ଯେମିତି ହିଁ ସେମାନେ ଏହି ଅଟା ପାଖକୁ କିମ୍ବା ଅଟାକୁ ଖାଇବାକୁ ଚେଷ୍ଟା କରିବେ ମୂଷା ଏହାକୁ ଶୁଙ୍ଘି ରହି ପାରିବ ନାହିଁ ଓ ସେମାନେ ଏହା ଠାରୁ ଦୂରେଇ ଯିବାକୁ ଚାହିଁବେ ଓ ଘରୁ ବାହାରକୁ ଚାଲିଯିବେ ।

କିନ୍ତୁ ପିଲାମାନଙ୍କୁ ଏହି ମିଶ୍ରଣ ଠାରୁ ଦୂରେଇ ରଖିବେ । ବହୁତ କମ ଲୋକମାନେ ଜାଣିଛନ୍ତି କି ତେଜପତ୍ର ଦ୍ଵାରା ବି ମୂଷାକୁ ଘରୁ ବାହାର କରି ହେବ । ଏହି କ୍ରମରେ ଆପଣ ୪ ରୁ ୫ ଟି ତେଜପତ୍ର ନେଇ ରାତିଆରେ ଶୋଇବା ସମୟରେ ଏହାକୁ ଜଳାଇ ଦିଅନ୍ତୁ ଓ କିଛି ସମୟ ପାଇଁ କବାଟ ଓ ଝରକା ବନ୍ଦ ଆକରୀ ଦିଅନ୍ତି । ତେଜପତ୍ର ର ଗନ୍ଧ ଯୋଗୁ ମୂଷାମାନେ ବାହାରକୁ ପଳାଇବେ । ତେପଜତ୍ର ଦ୍ଵାରା କେବଳ ମୂଷା ନୁହେଁ ଘରୁ ମସା ମାଛି ବି ଚାଲିଯିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *