Special Story- କେମିତି IAS ଅଫିସର ହେଲେ ରିକ୍ସାବାଲା ର ପୁଅ, ଜାଣନ୍ତୁ ତାଙ୍କ ସଫଳତା ର ରାଜ

ବନ୍ଧୁଗଣ ଜୀବନରେ ଶିକ୍ଷିତ ହେବା ସମସ୍ତଙ୍କର ଇଚ୍ଛା ରହିଥାଏ । କେତେ ଜଣଙ୍କ ପାଖରେ ସବୁ ସୁବିଧା ଥାଇ ମଧ୍ୟ ସେମାନେ ପାଠ ପଢ଼ିନଥାନ୍ତି । ଆଊ ଅନ୍ୟ ପଟେ କିଛି ଲୋକଙ୍କ ପାଖରେ କୌଣସି ସୁବିଧା ନଥାଇ ବି ସେମାନେ ବହୁତ ଅଧିକା ପାଠ ପଢିଥାଆନ୍ତି । ଏବଂ ସୁନାମ ମଧ୍ୟ ଅର୍ଜନ କରିଥାନ୍ତି । ବ୍ୟକ୍ତି ଧନୀ ପରିବାରରୁ ହେଉ ବା ଗରିବ ପାଠ ପଢିବା ସମସ୍ତଙ୍କ ପାଇଁ ସମାନ ରହିଥାଏ ।

ବ୍ୟକ୍ତିର ମନବଳ ଓ ଇଚ୍ଛାଶକ୍ତି ଥିଲେ ସମସ୍ତେ ପାଠ ପଢାରେ ଆଗୁଆ ହେଇପାରିବ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ବ୍ୟକ୍ତି ଙ୍କ ବିଷୟରେ କହିବୁ ଯିଏ ଏହା ପ୍ରମାଣ କରିଦେଇଛନ୍ତି କି ପାଠ ପଢିବାକୁ ଇଚ୍ଛାଶକ୍ତି ଥିଲେ ସେଠାରେ କୌଣସି ଜିନିଷର ଅଭାବ ହୋଇନଥାଏ । ତେବେ ଚାଲନ୍ତୁ ଜାଣିବା ।

ପ୍ରତିବର୍ଷ ଲକ୍ଷ ଲକ୍ଷ ଛାତ୍ର ଆଇଏଏସ ପରି ସିଭିଲ ସର୍ଭିସ ପାଇଁ ପରୀକ୍ଷା ଦେଇଥାନ୍ତି । କିନ୍ତୁ ଏହା ମଧ୍ୟ ବହୁତ କମ ସଂଖ୍ୟାରେ ଛାତ୍ର ଉତିର୍ନ ହୋଇଥାନ୍ତି । ଏହି ପରୀକ୍ଷା ପାସ କରିବା ବହୁତ କଷ୍ଟକର ହୋଇଥାଏ । ତେବେ ଯେଉଁ ମାନେ ଏହି ପରୀକ୍ଷା ରେ ଉତିନ୍ନ ହୋଇଥାନ୍ତି ସେମାନଙ୍କୁ ସମାଜରେ ମାନ ସମ୍ମାନ ମିଳିଥାଏ । ଆଜି ଆମେ ଯେଉଁ ବ୍ୟକ୍ତି ଙ୍କ ବିଷୟରେ କହିବାକୁ ଯାଉଛୁ ସେ ଜଣେ ମାମୁଲି ରିକ୍ସା ବାଲାର ପୁଅ ଅଟନ୍ତି । ସେହି ବ୍ୟକ୍ତି ଜଣଙ୍କ ଅଟନ୍ତି ଗୋବିନ୍ଦ ଯେଶ୍ୱାଲ ।

ତାଙ୍କର ଘର ବନାରସ ର ଏକ ଛୋଟ ଗାଁ ରେ ଅବସ୍ଥିତ । ଗୋବିନ୍ଦ ଙ୍କ ପିତା ଥିଲେ ଜଣେ ମାମୁଳି ରିକ୍ସା ଟାଣୁଥିବା ବ୍ୟକ୍ତି । ତାଙ୍କର ଆର୍ଥିକ ସ୍ଥିତି ବହୁତ ଖରାପ ଥିଲା । ଗୋବିନ୍ଦ ଏବଂ ତାଙ୍କର ମାତା ପିତା ବନାରସ ରେ ଗୋଟେ ଛୋଟ ଘରେ ଭଡ଼ାରେ ରହୁଥିଲେ ଯୋଉଠି କେବଳ ଗୋଟେ ରୁମ ଥିଲା ଆଊ ଗୋଟେ ବାଥରୁମ ଥିଲା । ଏମିତି ପରିସ୍ଥିତିରେ ମଧ୍ୟ ଗୋବିନ୍ଦ ନିଜର ପାଠ ପଢାରେ ଖୁବ ମନ ଲଗାଉଥିଲେ । ଗୋବିନ୍ଦ ନିଜର ବହି ଖାତା କିଣିବା ପାଇଁ ଛୋଟ ଛୋଟ ପିଲାମାନଙ୍କୁ ପାଠ ପଢ଼ାଉଥିଲେ ।

ଏବଂ ସେହି ପଇସାରୁ ନିଜପାଇଁ ବହି ଖାତା କିଣିଥିଲେ । ଗୋବିନ୍ଦ ନିଜର ଅଭାବ ଦେଖିନଥିଲେ ବରଂ ସେହି ଅଭାବ ଠୁ କେମିତି ଶିକ୍ଷା ପ୍ରାପ୍ତି କରିବେ ତାହା ଚିନ୍ତା କରିଥିଲେ । ସେ ଖୁବ ମନ ଧ୍ୟାନ ଦେଇ ପାଠ ପଢୁଥିଲେ । ସେ ଆଇଏଏସ ପାଇଁ ପ୍ରସ୍ତୁତି କରୁଥିଲେ । ଏବଂ ତାଙ୍କର ଏହି ଇଚ୍ଛାଶକ୍ତି କାରଣରୁ ସେ ୨୦୦୬ ରେ ମାତ୍ର ୨୪ ବର୍ଷ ବୟସରେ ନିଜର ପ୍ରଥମ ଚେଷ୍ଟାରେ ହିଁ ଆଇଏଏସ ପରୀକ୍ଷାରୁ ଉତିର୍ଣ୍ଣ ହୋଇଥିଲେ । ଏବଂ ନିଜର ପରିବାର କୁ ସେ ଗୋଟେ ଭଲ ଜୀବନ ଦେଇଥିଲେ ।

ଗୋବିନ୍ଦ କହିଛନ୍ତି କି ଯେଉଁଠି ପାଠ ପଢ଼ିବାର ଇଚ୍ଛା ଥାଏ ସେଠାରେ କୌଣସି ଜିନିଷର ଅଭାବ ରହିନଥାଏ । ଜୀବନରେ ଯଦି କିଛି କରିବାକୁ ଚେଷ୍ଟା କରୁଛନ୍ତି ତେବେ ତାକୁ ହାସଲ କରିବାକୁ ସେହି ପରି କଠିନ ପରିଶ୍ରମ ମଧ୍ୟ କରିବାକୁ ପଡ଼ିଥାଏ । କଷ୍ଟ କଲେ ହିଁ କୃଷ୍ଣ ମିଲିଥାନ୍ତି । ଗୋବିନ୍ଦ ଙ୍କ ପରିବାର ଲୋକ ତାଙ୍କ ପାଇଁ ଗର୍ବିତ । ତେବେ ବର୍ତ୍ତମାନ ଗୋବିନ୍ଦ ଏବଂ ତାଙ୍କ ପିତା ମାତା ଗୋଟେ ବଡ଼ ଘରେ ରହୁଛନ୍ତି ଏବଂ ବହୁତ ଖୁସିରେ ମଧ୍ୟ ଅଛନ୍ତି । ତେବେ ବନ୍ଧୁଗଣ ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *