ବନ୍ଧୁଗଣ ଆମେ ପ୍ରତିଦିନ ଭଗବାନ ଙ୍କୁ ପୂଜା ଅର୍ଚ୍ଚନା କରିଥାଉ । ଏବଂ ଜାଣିଥାଉ କି ଭଗବାନ ଆମର ରକ୍ଷା ନିଶ୍ଚିନ୍ତ ଭାବରେ କରିବେ । କିନ୍ତୁ କିଛି ଲୋକ ଏହାକୁ ବିଶ୍ୱାସ କରନ୍ତି ନାହିଁ କି ଭଗବାନ ସତରେ ଆମ ସହିତ ଅଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ସତ ଘଟଣା କହିବାକୁ ଯାଉଛି ଯାହା ଶୁଣିବା ପରେ ଆପଣ ମଧ୍ୟ ବିଶ୍ଵାସ କରିବାକୁ ଲାଗିଯିବେ କି ଭଗବାନ ସତରେ ନିଜର ଭକ୍ତ ମାନଙ୍କ ସହିତ ରହିଥାନ୍ତି । ତେବେ ଚାଲନ୍ତୁ ଜାଣିବା ।
ଗୋଟେ ଥର ସୁରେଶ ନାମର ବ୍ୟକ୍ତି ଆସାମ ର ଜଙ୍ଗଲକୁ ନିଜ ସାଙ୍ଗ ମାନଙ୍କ ସହିତ ଯାଇଥିଲା । ସେ ଜଣେ ସାଧାରଣ ବ୍ୟକ୍ତି ଥିଲା ଯିଏ ହନୁମାନ ଙ୍କୁ ବହୁତ ପୂଜା ଅର୍ଚ୍ଚନା କରୁଥିଲା । ଏବଂ ହନୁମାନ ଙ୍କୁ ନିଜ ସବୁକିଛି ବୋଲି ଭାବୁଥିଲା । ଭକ୍ତିର ଏବଂ ସବୁ ପ୍ରକାର ନିୟମ ସହିତ ହନୁମାନ ଙ୍କୁ ପୂଜା କରୁଥିଲା । ସେ ପ୍ରତି ମଙ୍ଗଳବାର ଦିନ ହନୁମାନ ଙ୍କ ବ୍ରତ ମଧ୍ୟ କରୁଥିଲା । ନିଜ ସାଙ୍ଗ ମାନଙ୍କ ସହ ଜଙ୍ଗଲରେ ବୁଲୁଥିବା ସମୟରେ ହଠାତ ସେ ବାଟବଣା ହୋଇଯାଇଥିଲା । ଏବଂ ନିଜ ସାଙ୍ଗମାନଙ୍କୁ ଦେଖିବାକୁ ପାଇନଥିଲା ।
ସୁରେଶ ରାସ୍ତା ଭୁଲିଯାଇଥିଲା । ସେ ଏକୁଟିଆ ପୁରା ଜଙ୍ଗଲରେ ରାସ୍ତା ଖୋଜିବାରେ ଲାଗିଥିଲା । ଧୀରେ ଧୀରେ ରାତି ହେବାକୁ ଲାଗିଲା । ଭିନ୍ନ ଭିନ୍ନ ପଶୁ ମାନଙ୍କ ଚିତ୍କାର ଶୁଣିବାକୁ ମିଳୁଥିଲା । ସୁରେଶ ବହୁତ ବେଶି ଡରିଯାଇଥିଲା । ଏବଂ ମନରେ କେବଳ ହନୁମାନ ଙ୍କୁ ସ୍ମରଣ କରୁଥିଲା । ସେତେବେଳେ ସେ ଦେଖିଲା କି କିଛି ବାଟରେ ଗୋଟେ ନଦୀ ଟେ ଅଛି । ସୁରେଶ କୁ ଚାଲି ଚାଲି ବହୁତ ଜୋରେ ଶୋଷ ଲାଗିଥିଲା । ସେ ନଦୀ କୂଳକୁ ଗଲା । କିନ୍ତୁ ଜଙ୍ଗଲରେ ଅନ୍ଧାର ହେଇଆସୁଥିଲା ଏବଂ ପଶୁ ମାନଙ୍କ ଚିତ୍କାର ମଧ୍ୟ ବଢିବାରେ ଲାଗିଥିଲା । ସୁରେଶ ନଦୀରୁ ପାଣି ପିଇବା ପରେ ସେହିଠାରେ ଗୋଟେ ପଥର ଉପରେ ବସି ଭାବିବାକୁ ଲାଗିଲା କି ସେ କଣ କରିବ ।
ସେ ଯିବା ଜଡ଼ି କୁଆଡେ ଯିବ । ସୁରେଶ ସେହିଠାରେ ବସି ଚିଲାଇବାକୁ ଲାଗିଲା ଏବଂ ନିଜ ସାଙ୍ଗ ମାନଙ୍କ ନା ନେଉଥିଲା । ଏହି ଆଶାରେ କି କାଳେ କେହି ତାର ଚିତ୍କାର ଶୁଣି ତା ପାଖକୁ ଆସିବ । କିନ୍ତୁ ସେହି ଗଞ୍ଚ ଜଙ୍ଗଲରେ ସୁରେଶ ର ଚିତ୍କାର ଶୁଣିବାକୁ କେହି ନଥିଲେ । ସେତିକିବେଳେ ସୁରେଶ ଦେଖିଲା କି ଯେଉଁଠାରେ ସେ ବସିଛି ସେଠୁ ମଣିଷ ପାଦର ଚାଲିବାର ଚିହ୍ନ ରହିଛି । ସୁରେଶ ଭାବିଲା କି ବୋଧ ହୁଏ ଏହିଠାରୁ କୌଣସି ବ୍ୟକ୍ତି ଜଙ୍ଗଲରୁ ବାହାରକୁ ଯାଇଥିବ । ତେବେ ସୁରେଶ ସେହି ପଦଚିହ୍ନ କୁ ଲକ୍ଷ୍ୟ କରି ଆଗକୁ ବଢ଼ିବାକୁ ଲାଗିଲା । ସୁରେଶ ବହୁତ ବାଟ ଚାଲିବା ପରେ ଦେଖିଲା ପାଦ ଚିହ୍ନ ଗୋଟେ ସ୍ଥାନରେ ଶେଷ ହୋଇଯାଇଛି । ଏବଂ ଆଗକୁ କୌଣସି ପାଦର ଚିହ୍ନ ନାହିଁ ।
ସୁରେଶ ତଥାପି ଆଗେଇଗଲା ସେ ଭାବିଲା କି ହେଇପାରେ କିଛି ବାଟ ପରେ ତାକୁ ପାଦ ଚିହ୍ନ ମିଳିପାରେ କିନ୍ତୁ ଏମିତି ହେଲାନି ତାକୁ କୌଣସି ପଦଚିହ୍ନ ମିଳିଲା ନାହିଁ । ସୁରେଶ ନିରାଶ ହୋଇ ବସିପଡ଼ିଲା । ସେତିକିବେଳେ ତାର ଦୃଷ୍ଟି ଆଗରେ ପଡ଼ିଥିବା କିଛି ଶୁଖିଲା ପତ୍ର ଆଡକୁ ଗଲା ତାକୁ ଲାଗିଲା ଯେମିତି କେହି ପତ୍ର ଉପରେ ପାଦ ଦେଇଅଛି । ଯେମିତି ସେ ପାଖକୁ ଗଲା ସେ ଦେଖିଲା ଆଗକୁ ପାଦଚିହ୍ନ ତିଆରି ହୋଇ ହୋଇଯାଉଛି । ସୁରେଶ ଏହା ଦେଖି ଆଶ୍ଚର୍ଯ୍ୟ ହେଲା । ଏବଂ ଦରି ଦରି ନିଜ ପ୍ରଭୁ ହନୁମାନ ଙ୍କୁ ସ୍ମରଣ କରି ସେ ସେହି ପାଦଚିହ୍ନ ପଛରେ ଯିବାକୁ ଲାଗିଲା । ସେ ଭାବୁଥିଲା କି ଏହି ପାଦ ଚିହ୍ନ ସବୁ କାହାର । କିନ୍ତୁ ତାକୁ ଜଙ୍ଗଲରୁ ବାହାରକୁ ବିତ ଯିବାର ଥିଲା ।
କାରଣ ଜଙ୍ଗଲରେ ଅନ୍ଧାର ହେଇଯାଇଥିଲା ଏବଂ ପଶୁ ମାନେ କେତେବେଳେ ବି ବହାରିଯାଇପାରନ୍ତି । ସୁରେଶ ବହୁତ ସମୟ ଧରି ସେହି ପାଦ ଚିହ୍ନ ର ପଛରେ ଚାଲିଲା । ଚାଲି ଚାଲି ଯିବାପରେ ତାକୁ ଦୂରରୁ କିଛି ଆଲୁଅ ଦେଖାଗଲା । ଯେମିତି ଦୀପ ଜଳୁଥିଲା । ପଦଚିହ୍ନ ପଡ଼ିବା ବନ୍ଦ ହୋଇଗଲା । ସୁରେଶ ସେହି ଦୀପ ପାଖରେ ପହଞ୍ଚିଲା ତ ଦେଖିଲା କି ଜଙ୍ଗଲ ବାହାରକୁ ସେ ଆସିସାରିଛି । ଏବଂ ଜଙ୍ଗଲ ବାହାରେ ଗୋଟେ ହନୁମାନ ଙ୍କ ମନ୍ଦିର ଥିଲା ଯେଉଁଠାରେ ସେହି ଦୀପ ଜଳୁଥିଲା । ସୁରେଶ ବୁଝିଯାଇଥିଲା କି ତାକୁ ରକ୍ଷା କରିବା ପାଇଁ ଅନ୍ୟ କେହି ନୁହେଁ ବରଂ ସ୍ଵୟଂ ହନୁମାନ ଆସିଥିଲେ ।
ଏବଂ ହନୁମାନ ତାର ପାର୍ଥନା ଶୁଣିଥିଲେ ଏବଂ ତାକୁ ରକ୍ଷା କରିଥିଲେ । ହନୁମାନ ତାକୁ ସେହି ଘଞ୍ଚ ଜଙ୍ଗଲରୁ ବାହାରି କରିଥିଲେ ଏବଂ ତାର ଜୀବନ ବଞ୍ଚାଇଥିଲେ । ସୁରେଶ ତା ପରଦିନ ନିଜ ସାଙ୍ଗ ମାନଙ୍କୁ ସବୁ କଥା କହିଲା କିନ୍ତୁ କେହିବି ତା କଥାକୁ ବିଶ୍ବାସ କରିଲେନି । କିନ୍ତୁ ସୁରେଶ ନିଜେ ଜାଣିଥିଲା କି ତାକୁ ରକ୍ଷା କରିବାକୁ ଅନ୍ୟ କେହି ନୁହେଁ ବରଂ ସ୍ଵୟଂ ହନୁମାନ ଆସିଥିଲେ । ଏବଂ ସୁରେଶ ପ୍ରତିଦିନ ପରି ହନୁମାନ ଙ୍କୁ ଆହୁରି ଭକ୍ତିର ସହ ପୂଜା କରିବାକୁ ଲାଗିଲା । ତେବେ ବନ୍ଧୁଗଣ ହନୁମାନ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ଶ୍ରୀ ହନୁମାନ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।