ଯେବେ ଭଗବାନ ପୂଜା ସ୍ଵୀକାର କରି ଘରକୁ ଆସନ୍ତି , ସେତେବେଳେ ଦେଇଥାନ୍ତି ଏହି 5 ଟି ସଙ୍କେତ – ଜାଣନ୍ତୁ କଣ ଭଗବାନ ଆପଣଙ୍କ ଉପରେ ସନ୍ତୁଷ୍ଟ ଅଛନ୍ତି

ନମସ୍କାର ବନ୍ଧୁଗଣ ଆମ ପୁରାଣ ଶା-ସ୍ତ୍ର ଅନୁସାରେ ଆରମ୍ଭ ରେ ଏହି ବ୍ରହ୍ମାଣ୍ଡ ଶୂନ୍ୟ ଥିଲା ଏବଂ ଚାରିଆଡ଼େ କେବଳ ଅନ୍ଧକାରମୟ ଥିଲା । ଦିନେ ହଠାତ ଏକ ବିଶାଳ ଶିବଲିଙ୍ଗ ର ପ୍ରକଟ ହୋଇଥିଲା ଏବଂ ଏହାଦ୍ବାରା ସମ୍ପୂର୍ଣ୍ଣ ସଂସାର ଉର୍ଜା ରେ ପରିପୂର୍ଣ୍ଣ ହୋଇଯାଇଥିଲା । ଏହା ସହିତ ସଂସାର ରେ କିଛି ପଦାର୍ଥ ର ଆବିଷ୍କାର ହେଲା । ଜଳ, ଧାତୁ, ଅଗ୍ନି ଏବଂ ବାୟୁ । ଏହି କାରଣରୁ କୁହାଯାଏ ଯେ,ସଂସାର ର ସମସ୍ତ ପଦାର୍ଥ ରେ ଭଗବାନ ଶିବ ଙ୍କ ବାସ ରହିଛି । ଶିବ ହିଁ ଆଦି ଅଟନ୍ତି ଏବଂ ଶିବ ହିଁ ଅନ୍ତ ଅଟନ୍ତି ।

ବନ୍ଧୁଗଣ ଯେବେବି ଆପଣ ପୂଜା କରନ୍ତି ଏବଂ ଈଶ୍ୱର ଙ୍କ ଆରାଧନା କରନ୍ତି , ସେହି ସମୟରେ ଆପଣଙ୍କ ଅନ୍ତର ଆ-ତ୍ମା ଈଶ୍ୱର ଙ୍କ ହୃଦୟ ସହିତ ଜଡ଼ିତ ହୋଇଯାଏ । ଈଶ୍ୱର ଙ୍କ ଆରାଧନା କରୁଥିବା ସମୟରେ ସମ୍ପୂର୍ଣ୍ଣ ବାତାବରଣ କେବଳ ସକରାତ୍ମକ ଉର୍ଜା ରେ ପରିପୂର୍ଣ୍ଣ ହୋଇଯାଏ ଏବଂ ସମସ୍ତ ଦୁଃଖ ଦୁର ହୁଏ । ସର୍ବବ୍ୟାପୀ ଈଶ୍ୱର ଙ୍କ ଆରାଧନା କରିବା ସମୟରେ ଈଶ୍ୱର କିଛି ସଂକେତ ଦେଇଥାନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ସଂକେତ ଗୁଡିକ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ଜାଣିବା ।

ପ୍ରଥମ ରେ ହେଉଛି ଯଦି ଆପଣ ପୂଜା କରୁଥିବା ସମୟରେ କିମ୍ବା ଆରତୀ କରୁଥିବା ସମୟରେ ଆପଣଙ୍କ ଘରକୁ କେହି କୁଣିଆ ଆସିବା ଅତ୍ୟନ୍ତ ଶୁଭ ହୋଇଥାଏ । କାରଣ ଅତିଥି କୁ ଭଗବାନ ବୋଲି କୁହାଯାଏ ।  ତେଣୁ ଏହା ଈଶ୍ୱରଙ୍କ ଆଶୀର୍ବାଦ ବୋଲ ମଧ୍ୟ କୁହାଯାଏ । ଏହା ଛଡା ଯଦି କେହି ଏହି ପୂଜା ସମୟରେ ଆପଣ ଙ୍କୁ କିଛି ଉପହାର ଦିଏ ତେବେ ତାହା ମଧ୍ୟ ଶୁଭ ଏବଂ ଭଗବାନ ଙ୍କ ଆଶୀର୍ବାଦ ବୋଲି ଭାବିବା ଉଚିତ ।

ଦ୍ଵିତୀୟ ରେ ହେଉଛି ଅଗ୍ନି ଜ୍ୟୋତି ର ବଢ଼ିବା । ଆପଣ ଯେତେବେଳେ ପୂଜା କରୁଛନ୍ତି ସେତେବେଳେ ଯଦି ଆପଣ ଜାଳିଥିବା ଦୀପ ଟି ବହୁତ ଅଧିକ ଜୋରରେ ଜଳିବାକୁ ଲାଗେ କିମ୍ବା ତେଜ ବଢ଼ିଥାଏ ତେବେ ଏହା ଶୁଭ ସଙ୍କେତ ଏବଂ ଈଶ୍ୱର ପ୍ରସନ୍ନ ଅଛନ୍ତି ବୋଲି ମଧ୍ୟ ସୂଚନା ମିଳିଥାଏ ।

ତୃତୀୟରେ ହେଉଛି ପୂଜା କରୁଥିବା ସମୟରେ ଧୂପକାଠି ରୁ ବାହାରୁ ଥିବା ଧୂଆଁ ଯଦି ଇଷ୍ଟଦେବ ଙ୍କ ଆଡ଼କୁ ଗତି କରୁଛି , ତେବେ ଏହାର ଅର୍ଥ ଈଶ୍ୱର ଆପଣଙ୍କ ଭକ୍ତି ରେ ପ୍ରସନ୍ନ ଅଛନ୍ତି ଏବଂ ସେ ଆପଣଙ୍କ ପୂଜା କୁ ସ୍ୱୀକାର କରିଛନ୍ତି ।
ଚତୁର୍ଥ ରେ ହେଉଛି ଯଦି ଆପଣ ପୂଜା କରୁଥିବା ସମୟରେ ଈଶ୍ୱର ଙ୍କ ମୁଣ୍ତ ଉପରେ ଚଢା ହୋଇଥିବା ଫୁଲ ଆପଣଙ୍କ ଉପରେ ପଡ଼ିଥାଏ , ତେବେ ଏହାର ଅର୍ଥ ଈଶ୍ୱର ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ଏବଂ ବହୁତ ଶୀଘ୍ର ଆପଣଙ୍କୁ ଈଶ୍ୱର ଙ୍କ କୃପାଦୃଷ୍ଟି ଲାଭ ହେବ ।

ତେବେ ପଞ୍ଚମ ରେ ହେଉଛି ଯଦି ଆପଣ ପୂଜା କରୁଥିବା ସମୟରେ ଯଦି ଆପଣଙ୍କ ଘରକୁ କେହି ବ୍ରାହ୍ମଣ କିମ୍ବା ଭିକାରୀ ଆସନ୍ତି ଏବଂ ଭୋଜନ କରନ୍ତି ତେବେ ଏହା ବହୁତ ଶୁଭ ଏବଂ ଏହା ଭଗବାନଙ୍କ ଆସିବାର ସଙ୍କେତ ମଧ୍ୟ ।

ଯଦି ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *