ଝିଟିପିଟି ଆପଣଙ୍କୁ ରାତାରାତି କରିପାରେ ଧନୀ, କରନ୍ତୁ ଏହି ଉପାୟ | Ajira Anuchinta

ଘରେ ଝିଟିପିଟି ଦେଖିବା ଏକ ସାଧାରଣ ଘଟଣା ବୋଲି କୁହାଯାଇ ଥାଏ । ଏପରି କି ଝିଟିପିଟି କୁ ଏକ ସାଧାରଣ ଜୀବ ବୋଲି ମଧ୍ୟ ଲୋକେ ମନଇଥାନ୍ତି । କିନ୍ତୁ ଜ୍ଯୋତିଷ ଶାସ୍ତ୍ର ରେ ଝିଟିପିଟି କୁ ନେଇ ଅନେକ ମହତ୍ଵ ପୂର୍ଣ୍ଣ କଥା ମଧ୍ୟ କୁହାଯାଇଛି । ଏପରି କି ଝିଟିପିଟି ଉପରୁ ଖସି ପଡିବା ବା ତଳେ ଦେଖା ଦେବା ବା ଶରୀର ଉପରେ ପଡିଯିବା ମଧ୍ୟ ଅନେକ ଶୁଭ ଅଶୁଭ କୁ ଦର୍ଶାଇ ଥାଏ । ମଣିଷର ଭଲ ସମୟ ଆସିବା ପୂର୍ବ ରୁ ବା ମଣିଷ ଜୀବନରେ ସମୟ ର ପରିବର୍ତ୍ତନ ହେବା ପୂର୍ବ ରୁ ପ୍ରକୃତି ମନୁଷ୍ୟ କୁ କିଛି ଜୀବ ଜନ୍ତୁ ମାନକ ମାଧ୍ୟମ ରେ କିଛି ସଂକେତ ମାନ ଦେଇଥାଏ ।

ଆପଣ ଜାଣି ଆଶ୍ଚର୍ଯ୍ୟରେ ପଡି ଯାଇ ପାରନ୍ତି, କି ଆମ ଦୁନିଆର କିଛି ସ୍ଥାନରେ କିଛି ଲୋକ ଝିଟିପିଟି କୁ ଭଗବାନ ମାନି ପୂଜା କରିଥାନ୍ତି । ଆମ ହିନ୍ଦୁ ଧର୍ମ ର ଶାସ୍ତ୍ର ପୁରାଣ ଅନୁସାରେ ମଧ୍ୟ ଝିଟିପିଟି କୁ ଅତ୍ୟନ୍ତ ହିଁ ଶୁଭ ବୋଲି କୁହାଯାଇଛି ।

ଘରେ ଯଦି ଠାକୁର ଘରେ ପୂର୍ବ କାନ୍ଥ ରେ ଝିଟିପିଟି ଥାଏ, ତେବେ ଏହାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଇଥାଏ । ତାହାଛଡା ପୂଜା ସମୟରେ କାନ୍ଥ ରେ ଝିଟିପିଟି କୁ ଦେଖିବାର ଏକ ଅର୍ଥ ଏହା ମଧ୍ୟ ହୋଇଥାଏ କି ଈଶ୍ଵର ଆପଣ ଙ୍କର ପ୍ରାର୍ଥନା କୁ ସ୍ଵୀକାର କରି ନେଇଛନ୍ତି । ଆପଣଙ୍କ ଜୀବନରେ ଖୁବ ଶୀଘ୍ର ଏକ ସୁନ୍ଦର ଆରମ୍ଭ ହେବାକୁ ଯାଉଛି ।

ଦୀପାବଳି ର ରାତିରେ ଯଦି ଘରର କାନ୍ଥରେ ଏକତ୍ର ତିନୋଟି ଝିଟିପିଟି କୁ ଦେଖନ୍ତି, ତେବେ ଏହାର ଅର୍ଥ କି ମାତା ଲକ୍ଷ୍ମୀ ଙ୍କର ଆଗମନ ଆପଣଙ୍କ ଘରେ ହୋଇଛି । ଗୁରୁବାର ସନ୍ଧ୍ୟା ବେଳେ ପୂଜା କରିବା ସମୟରେ ଠାକୁର ଘରର ପୂର୍ବ କାନ୍ଥରେ ଝିଟିପିଟି ଦେଖିବାକୁ ପାଇଲେ, ପୁଜା ଘରୁ କିଛି ସିନ୍ଦୁର ଓ ହଳଦୀ ମିଶ୍ରିତ ଚାଉଳ ଆଣନ୍ତୁ ।

ଏହାପରେ ସେହି ଅକ୍ଷତ କୁ ନିଜ ହାତ ରେ ଧରି କିଛି ମନୋସ୍କମନ କରି ତିନିଥର ଝିଟିପିଟି ଉପରେ ପକାନ୍ତୁ । ଏହାଦ୍ଵାରା ଖୁବ ଶୀଘ୍ର ମନୋସ୍କାମନା ପୂରଣ ହୋଇ ଯାଇଥାଏ । ତାହା ସହ ମନେରଖନ୍ତୁ ଝିଟିପିଟି କୁ କେବେ ମଧ୍ୟ ମାରିବା ଉଚିତ ହୋଇ ନଥାଏ ।

ଏହାଦ୍ଵାରା ସୌଭାଗ୍ୟ ମଧ୍ୟ ଦୁର୍ଭାଗ୍ୟ ରେ ପରିଣତ ହୋଇଯାଏ । ଯଦି ଭୁଲ ବଶତଃ ଝିଟିପିଟି ର ଅଣ୍ଡା ବା ଝିଟିପିଟି ଆପଣ ଙ୍କ ହାତରୁ ବା ଆପଣ ଙ୍କ ଦ୍ଵାରା ମୃତ୍ୟୁ କୁ ପ୍ରାପ୍ତ ହେଉଛି ତେବେ ଆପଣ ତାହର ମୃତ ଶରୀର କୁ ନେଇ ମାଟିରେ ପୋତି ଦିଅନ୍ତୁ । ଏହା ପରେ ଈଶ୍ଵର ଙ୍କ ନିକଟ ରେ କରିଥିବା ଏହି ଭୁଲ ପାଇଁ କ୍ଷମା ପ୍ରାର୍ଥନା କରନ୍ତୁ । ଏପରି କରିବା ଦ୍ଵାରା ଆପଣ ଏହି ଦୋଷ ରୁ ମୁକ୍ତ ହୋଇଯିବେ । ତେବେ ବନ୍ଧୁଗଣ ଆପଣଙ୍କୁ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ, ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି ।

Leave a Reply

Your email address will not be published. Required fields are marked *