Kalia ଯୋଜନାକୁ ନେଇକି ଆସିଲା ବଡ ଖୁସି ଖବର, କେଉଁ ଦିନ ମିଳିବ 7th କିସ୍ତି, କାହାକୁ ମିଳିବ, ନ ମିଳିଲେ କଣ କରିବେ, ଜାଣନ୍ତୁ ସବୁକିଛି

ବନ୍ଧୁଗଣ ବର୍ତ୍ତମାନ ସମୟରେ କାଳିଆ ଚାଷୀଙ୍କ ପାଇଁ ଆସିଲା ଖୁସିର ଖବର । ଏବେ କାଳିଆ ଯୋଜନା ହିତଧିକାରୀ ଙ୍କୁ ମିଳିବ କାଳିଆର ସପ୍ତମ କିସ୍ତି । ତେବେ କ୍ଷୁଦ୍ର, ଭୂମିହୀନ ଚାଷୀଙ୍କୁ କେତେ ମିଳିବ । କାଳିଆ ଯୋଜନା ପାଇଁ ଡେଟ ଆଦି ସବୁ କିଛି ଫକ୍ସ ହୋଇସାରିଛି । କେଉଁ ତାରିଖରେ ମିଳିବ କାଳିଆ ଯୋଜନାର ଟଙ୍କା । ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିଷୟ ବସ୍ତୁ ।

ବର୍ତ୍ତମାନ କାଳିଆ ଯୋଜନାରେ ରାଜ୍ୟର କ୍ଷୁଦ୍ର ନାମ ମାତ୍ର ଚାଷୀଙ୍କୁ ମିଶାଇ ୫୬ ଲକ୍ଷ ରୁ ଅଧିକ ଚାଷୀ ଏହି ସହାୟତା ନେଉଛନ୍ତି । ତେବେ ଚାଷୀ ଙ୍କ ମଧ୍ୟରେ ହସ ଦେବା ପାଇଁ ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ଯୋଜନାର ଆରମ୍ଭ କରିଥିଲେ । ଗତ କିଛି ଦିନ ତଳେ ରାଜ୍ୟର ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କାଳିଆ ଯୋଜନା ଅନ୍ତର୍ଗତ ଭୂମିହୀନ କୃଷକ ମାନଙ୍କୁ ୩୮୬ କୋଟି ଟଙ୍କାର କୋଭିଡ ସହାୟତା ର ଘୋଷଣା କରିଥିଲେ ।

ଏହା ଦ୍ବାରା ୧୮ ଲକ୍ଷ ଭୂମିହୀନ କୃଷକ ମାନଙ୍କ ପରିବାର ବଛା ହୋଇଥିଲେ । ଏଥିରେ ପ୍ରତେକ ଭୂମିହୀନ ଚାଷୀ କାଳିଆ ଯୋଜନାର କିସ୍ତି ସହିତ ଅତିରିକ୍ତ ଭାବେ ୧୦୦୦ ଟଙ୍କା ମଧ୍ୟ ପାଇଥିଲେ । ତେବେ ପୁଣି ଥରେ ଚାଷୀ ଭାଇ ମାନଙ୍କୁ ମିଳିବାକୁ ଯାଉଛି ୫୦୦୦ ଟଙ୍କା । କାରଣ ବର୍ତ୍ତମାନ ଓଡ଼ିଶାରେ ଚାଷ କାମ ଆଗେଇ ଚାଲିଥିବାରୁ ଚାଷୀଙ୍କୁ ଅଧିକ ସାହାଯ୍ୟ ପାଇଁ ଜାନୁଆରୀ ଶେଷ ସପ୍ତାହରେ ନବୀନ ପଟ୍ଟନାୟକ କାଳିଆର ସପ୍ତମ କିସ୍ତି ଟଙ୍କା ପଠେଇଦେବେ ବୋଲି ସୂଚନା ଦେଇଛନ୍ତି ।

ରାଜ୍ୟର ସମସ୍ତ କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କୁ ପ୍ରତି ରବି ଓ ଖଳି ଋତୁରେ ଚାଷ କରିବା ପାଇଁ ବିହନ ସାର କୀଟନାଶକ ଔଷଧ କିଣିବା ସହିତ ମଜୁରୀ ଓ ଆନୁଷଙ୍ଗିକ ଅନ୍ୟାନ୍ୟ କାର୍ଯ୍ୟ ନିମନ୍ତେ ପାଞ୍ଚ ଗୋଟି ଫସଲ ଋତୁରେ ମୋଟ ୨୫ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ । ତେବେ ଖୁବ ଶୀଘ୍ର ରାଜ୍ୟସରକାର କାଳିଆର ସପ୍ତମ କିସ୍ତି ପଠାଇବେ ବୋଲି ବିଶେଷ ସୂଚନା ଦେଇଛନ୍ତି । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆପଣ ପଇସା ପାଇଲେଣି କି ନାହିଁ ଆମକୁ କମେଣ୍ଟ ରେ ନିସ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *