ଆସିଲା ସବୁଠୁ ବଡ ଖବର, ଏହି ଦିନ ଖୋଲିବ ସ୍କୁଲ, ହେବ ଦଶମ ଦ୍ଵାଦଶ ପରୀକ୍ଷା, ସରକାର କଲେ ବଡ ଘୋଷଣା, ଜାଣନ୍ତୁ ପୁରା ଖବର…

ବନ୍ଧୁଗଣ ବର୍ତ୍ତମାନ ର ସବୁଠାରୁ ବଡ ଖବର ଖୋଲିବାକୁ ଯାଉଛି ରାଜ୍ୟର ସମସ୍ତ ସ୍କୁଲ ଏବଂ କଲେଜ । ଖୁବ ଶୀଘ୍ର ଦଶମ ଏବଂ ଦ୍ଵାଦଶ ପରୀକ୍ଷା ହେବ ବୋଲି ଜଣାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ତେବେ ଏହାକୁ ନେଇ କଣ ରହିଛି ସମ୍ପୂର୍ଣ୍ଣ ଖବର ଆସନ୍ତୁ ଜାଣିବା । ଯେମିତି ଆପଣ ସମସ୍ତେ ଜାଣିଛନ୍ତି ମୁମ୍ବାଇ ରେ ସମସ୍ତ ସ୍କୁଲ କଲେଜ ଖୋଲା ହୋଇ ସାରିଲାଣି ଏହାକୁ ନେଇ ଓଡ଼ିଶା ରାଜ୍ୟରେ ମଧ୍ୟ ସ୍କୁଲ କଲେଜ ଖୋଲିବାକୁ ଦାବି କରାଯାଇଛି ।

ରାଜ୍ୟରେ ଲଗାତାର ସଂକ୍ରମଣ ହ୍ରାସ ହେବାରେ ଲାଗିଛି । ଯେଉଁ କାରଣରୁ ଅଭିଭାବକ ଏବଂ ଶିକ୍ଷାନୁଷ୍ଠାନ ର ବରିଷ୍ଠ ଅଧିକାରୀ ସ୍କୁଲ ଖୋଲିବାକୁ ଦାବି ଜତାଇଛନ୍ତି । ବର୍ତ୍ତମାନ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟର ଶିଶୁ ମାନଙ୍କୁ ଅନଲାଇନ ଶିକ୍ଷା ପ୍ରଦାନ କରାଯାଉଛି କିନ୍ତୁ ଏହି ଅନଲାଇନ ଶିକ୍ଷାଦାନ କେତେ ସଫଳ ହେଉଛି ତାହାକୁ ନେଇ ପ୍ରଶ୍ନ ଉଠିବାରେ ଲଗିଛି ।

ଅନଲାଇନ ପାଠ ପଢାରେ ବାଧ୍ୟକ ମଧ୍ୟ ସୃଷ୍ଟି ହେଉଛି କାରଣ କିଛି ପିଲାଙ୍କ ପାଖରେ ମୋବାଇଲ ନାହିଁ ତ କେତେକ ସ୍ଥାନରେ ନେଟୱର୍କ ଆସୁନାହିଁ । ଗତ ଦୁଇ ବର୍ଷରୁ ପିଲାମାନେ ସ୍କୁଲ ନଯାଇ ଅନଲାଇନ ରେ ପାଠ ପଢ଼ୁଛନ୍ତି ଯାହା ପିଲାମାନଙ୍କ ପାଠ ପ୍ରତି ଆଗ୍ରହ ମଧ୍ୟ କମିବାରେ ଲାଗିଛି ବୋଲି ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । କୋଭିଦ ସ୍ଥିତିକୁ ନେଇ ରାଜ୍ୟରେ ସମସ୍ତ ସ୍କୁଲ ବନ୍ଦ ଥିବା ବେଳେ ଛାତ୍ରଛାତ୍ରୀ ପାଠ ପଢାରେ ଏହା ବାଘ୍ୟାତ ସାଜିଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସୌମ୍ୟରଞ୍ଜନ ଦାସ ।

ରାଜ୍ୟରେ ବର୍ତ୍ତମାନ କରୋନ କମିବାରେ ଲାଗିଛି ତେଣୁ ଖୁବ ଶୀଘ୍ର ସ୍କୁଲ କଲେଜ ଖୋଲିପରେ ବୋଲି ମଧ୍ୟ କହିଛନ୍ତି । ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ଛାତ୍ର ଛାତ୍ରୀ ନିଜର ପାଠ ପଢାରେ ମନ ଦେବାକୁ କହିଛନ୍ତି କାରଣ ଖୁବ ଶୀଘ୍ର ଅଫଲାଇନ ରେ ପରୀକ୍ଷା କରାଯିବ । ପରୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ଗଣଶିକ୍ଷା ମନ୍ତ୍ରୀ ନିଜର ପ୍ରତିକ୍ରିୟା ଦେଇଛନ୍ତି । ବର୍ତ୍ତମାନ ବିଭିନ୍ନ କେଲେଜ ର ଛାତ୍ର ଛାତ୍ରୀ ପରୀକ୍ଷା ବାତିଲ କରାଯାଉ ବୋଲି ଦାବି କରିଛନ୍ତି ।

କାରଣ ତାଙ୍କର ଅନଲାଇନ କ୍ଲାସ ହୋଇଛି ଏବଂ ତାହା ମଧ୍ୟ ତାଙ୍କର କୋର୍ସ ସରିନାହିଁ । ତେଣୁ ସେମାନେ ନିଜର ଅଫଲାଇନ ରେ ଦେଇଥିବା କ୍ୱାଟର ପରୀକ୍ଷା ଫଳାଫଳ ଦ୍ୱାରା ନିଜର ବୋର୍ଡ ପରୀକ୍ଷା ରେଜଲ୍ଟ ପ୍ରକାଶ କରିବାକୁ ଦାବି କରିଛନ୍ତି । ଏଥି ପାଇଁ ବର୍ତ୍ତମାନ ରାଜ୍ୟରେ ସମସ୍ତ କଲେଜ ବାହାରେ ରାଲୀ ହେବାର ମଧ୍ୟ ଦୃଶ୍ୟ ସାମ୍ନାକୁ ଆସିଛି । ବନ୍ଧୁଗଣ ଫେବୃୟାରୀ ୧୦ ରୁ ସ୍କୁଲ ଏବଂ କଲେଜ ଖୋଲିବାକୁ ଯାଉଅଛି ବୋଲି ଶୁଣିବାକୁ ମିଳୁଛି । କିନ୍ତୁ କୋଭିଡ ର ପରିସ୍ଥିତି ଦେଖି କୌଣସି ବି ମୁହର୍ତରେ କିଛି ମଧ୍ୟ ହୋଇପାରେ । ତେବେ ବନ୍ଧୁଗଣ ସ୍କୁଲ ଏବଂ କଲେଜ ଖୋଲିବାକୁ ନେଇ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *