ନମସ୍କାର ବନ୍ଧୁଗଣ । ଶାସ୍ତ୍ର ଅନୁସାରେ ଶୁକ୍ରବାର ଦିନ କୁ ମାତା ଲକ୍ଷ୍ମୀ ଙ୍କର ବାର ବୋଲି କୁହାଯାଇଥାଏ । ଏହି ଦିନ ମାତା ଲକ୍ଷ୍ମୀ ଙ୍କର ପୂଜା କରିବା ଦ୍ଵାରା ଜୀବନରେ ଥିବା ସମସ୍ତ ଧନ ଜନିତ ସମସ୍ଯା ଦୂର ହୋଇ ଯାଇଥାଏ । ତାହାଛଡା ଶୁକ୍ରବାର ଦିନ ଶ୍ରୀ ସୂକ୍ତମ ର ପାଠ କରିବା ଦ୍ଵାରା ମଧ୍ୟ ମାତା ଲକ୍ଷ୍ମୀ ଖୁବ ଅଧିକ ପ୍ରସନ୍ନ ହୋଇ ଯାଇଥାନ୍ତି । ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଘରକୁ କିଛି ପକ୍ଷୀ ଆସିବାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯିଥାଏ ।
ଏପରି ରେ ଏହି ପକ୍ଷୀ ଙ୍କର ଘରକୁ ଆଗମନ ହେବାକୁ ଘର କୁ ମାତା ଲକ୍ଷ୍ମୀ ଙ୍କର ମଧ୍ୟ ଆଗମନ ବୋଲି କୁହାଯାଇଥାଏ । ଯଦି ଆପଣ ଏହି ପକ୍ଷୀ ମାନଙ୍କୁ ନିଜ ଘରକୁ ଆସୁଥିବାର ଦେଖୁଛନ୍ତି, ତେବେ ଏହାକୁ କେବେ ମଧ୍ୟ କାହ ଆଗରେ ପରି ପ୍ରକାଶ କରନ୍ତୁ ନାହିଁ । ତାହାଛଡା ସେମାନଙ୍କୁ ମଧ୍ୟ ଘରୁ ତଡନ୍ତୁ ନାହିଁ ।
ବନ୍ଧୁଗଣ ଶୁକ୍ରବାର ଦିନ ଯଦି ଘରକୁ ଧଳା ପେଚା ଆସିବାର ଦେଖନ୍ତି, ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହାର ମୁଖ୍ୟ କାରଣ ହେଉଛି ଏହା ମାତା ଲକ୍ଷ୍ମୀ ଙ୍କର ବାହାନ । ଘରକୁ ଧଳା ପେଚା ଆସିଲେ ମାତା ଲକ୍ଷ୍ମୀ ଙ୍କର ଆଗମନ ବୋଲି କୁହାଯାଇଥାଏ ।
ଦ୍ଵିତୀୟ ପକ୍ଷି ହେଉଛି ପାରା । ବନ୍ଧୁଗଣ ପକ୍ଷୀ ଶାସ୍ତ୍ର ରେ ପାରା କୁ ସୁଖ ଶାନ୍ତି ଓ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଇଛି । ତାହାଛଡା ଏହାକୁ ଭଲପାଇବାର ମଧ୍ୟ ପ୍ରତୀକ ବୋଲି କୁହାଯାଇଥାଏ । ଏପରିରେ ପାରା ଯେଉଁ ସ୍ଥାନକୁ ଯାଏ, ସେହି ସ୍ଥାନରେ ହସ ଖୁସି ଭରି ଯାଇଥାଏ । ତୃତୀୟ ପକ୍ଷୀ ଟି ହେଉଛି ମୟୂର ।
ମୟୂର ଏକ ଅତ୍ୟନ୍ତ ପବିତ୍ର ପକ୍ଷୀ ହୋଇଥାଏ । ଏହା ମାତା ସରସ୍ଵତୀ ତଥା ଭଗବାନ କାର୍ତ୍ତିକେୟ ଙ୍କର ମଧ୍ୟ ବାହନ ଅଟେ । ତାହାସହ ଏହାର ପଙ୍ଖ ମଧ୍ୟ ସଦା ସର୍ବଦା ପରଂବ୍ରହ୍ମ ଭଗବାନ ଶ୍ରୀ କୃଷ୍ଣ ଙ୍କ ମସ୍ତକ ରେ ଶୋଭା ପାଇଥାଏ । ତେଣୁ ଏହା ଘରକୁ ଆସିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ଘରକୁ ଶୁକ୍ରବାର ଦିନ ଆସିବା ଦ୍ଵାରା ଘରର ଉନ୍ନତି ରେ ବିକାଶ ହୋଇଥାଏ ।
ଚତୁର୍ଥ ପକ୍ଷୀ ଟି ହେଉଛି ବାଇ ଚଢେଇ । ଏହା ଯଦି ଘରକୁ ଶୁକ୍ରବାର ଦିନ ଆସୁଛନ୍ତି, ତେବେ ଜାଣନ୍ତୁ ଆପଣଙ୍କ ଘର କୁ ଏକ ପବିତ୍ର ସକାରାତ୍ମକ ଊର୍ଜା ଘେରି ରଖିଛି । ଘର ଉପରେ ଈଶ୍ଵର ଙ୍କ ବିଶେଷ କୃପା ବନି ରହିଛି । ପଞ୍ଚମ ଟି ହେଉଛି ନୀଳକଣ୍ଠ । ଏହା ଏକ ଏପରି ପକ୍ଷୀ ଯାହାକୁ ଦେଖିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ ।
ଏହାର ଦର୍ଶନ ସାକ୍ଷାତ ମହାଦେବ ଙ୍କର ଦର୍ଶନ ସଙ୍ଗେ ସମାନ ବୋଲି କୁହାଯାଇଛି । ଏପରି ରେ ଯେଉଁ ଘରେ ଆସି ନୀଳକଣ୍ଠ ପକ୍ଷୀ ବସି ଯାଏ ସେହି ଘରର ଭାଗ୍ୟ ସଂପୂର୍ଣ୍ଣ ରୂପରେ ବଦଳି ଯାଇଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ