ମାର୍ଗଶୀର ଗୁରୁବାର, ନିଶ୍ଚୟ କରନ୍ତୁ ଏହି 5 କାମ ଘରେ ହେବ ଧନର ବର୍ଷା ( Vastu Tips )

ଓଡିଶା ରେ ମାର୍ଗଶିର ମାସ ର ଗୁରୁବାର ଦିନ ମାତା ଲକ୍ଷ୍ମୀ ଙ୍କର ବିଶେଷ ଭାବରେ ପୂଜା କରାଯାଇ ଥାଏ । ଓଡିଶା ର ଅନ୍ଯତମ ପର୍ବ ପର୍ବାଣି ମାନଙ୍କ ମଧ୍ୟରୁ ଏହି ମାଣବସା ଗୁରୁବାର ପୂଜା ଟି ହେଉଛି ଅନ୍ଯତମ । ଏହି ଗୁରୁବାର ଓଷା ର ପୁଜା ଓଡିଶାର କଳା ସଂସ୍କୃତି ଓ ଖାଦ୍ୟ ପେୟ, ଆନନ୍ଦ ଉତ୍ସବ ଓ ସରଳ ବିଶ୍ଵାସ ର ଏକ ଶ୍ରେଷ୍ଠ ଉଦାହରଣ  । ତେଣୁ ଏହି ପୂଜା କୁ ବ୍ରାହ୍ମଣ ଠାରୁ ନେଇ ଚାଣ୍ଡାଳ ପର୍ଯ୍ୟନ୍ତ ସମସ୍ତେ ନିଜ ଘରେ କରିଥାନ୍ତି ।

ମାତା ଲକ୍ଷ୍ମୀ ହେଉଛନ୍ତି ସମସ୍ତ ପ୍ରକାର ର ବୈଭବର ଅଧିକାରୀ ଓ ସମସ୍ତ ପ୍ରକାରର ସୁଖ ଶାନ୍ତି ଓ ସମୃଦ୍ଧି କୁ ମଧ୍ୟ ପ୍ରଦାନ କରିଥାନ୍ତି । ଯେଉଁ ବ୍ୟକ୍ତିର ଜୀବନରେ ମାତା ଲକ୍ଷ୍ମୀ ଙ୍କର ହାତ ରହିଥାଏ, ସେହି ବ୍ୟକ୍ତିର ଜୀବନରେ ଆଉ କୌଣସି ପ୍ରକାରର କିଛି ଦୁଃଖ ରହି ନଥାଏ । ତାହାଛଡା ବନ୍ଧୁଗଣ ଗୁରୁବାର ବା ବୃହସ୍ପତି ବାର ଟି ହେଉଛି ଅତ୍ୟନ୍ତ ଶୁଭ ବାର ।

ଏହି ବାର ଲକ୍ଷ୍ମୀ ନାରାୟଣ ଙ୍କୁ ସମର୍ପିତ ଅଟେ । ଯେଉଁ ବ୍ୟକ୍ତି ଏହି ବାରରେ ଲକ୍ଷ୍ମୀ ନାରାୟଣ ଙ୍କର ବିଶେଷ ଭାବରେ ପୂଜା କରିଥାଏ, ସେହି ବ୍ୟକ୍ତିର ସମସ୍ତ କାମନା ପୂରଣ ହୋଇଥାଏ । ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ମାତା ଲକ୍ଷ୍ମୀ ଙ୍କର ବିଶେଷ ଭାବରେ ପୂଜା କରିବା ଦ୍ଵାରା ଜୀବନ ରୁ ଚିରଦିନ ପାଇଁ ଦରିଦ୍ରତା ଦୂର ହୋଇ ଯାଇଥାଏ ଓ ମାତା ଲକ୍ଷ୍ମୀ ଙ୍କର ବିଶେଷ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ ।

ଖାସ କରି ଯଦି ଆପଣ ଏହି ପବିତ୍ର ମାର୍ଗଶିର ମାସର ଗୁରୁବାର ଦିନ ଏହି କାମ ଗୁଡିକୁ କରନ୍ତି, ତେବେ ଆପଣଙ୍କୁ ଏହାର ଖୁବ ଭଲ ପରିଣାମ ଦେଖିବାକୁ ମିଳିବ । ଘରକୁ ମାତା ଲକ୍ଷ୍ମୀ ଟାଣି ହୋଇ ଆସିବେ । ଅନେକ ଥର ଦେଖା ଯାଇଥାଏ କି, ଅନେକ ଚେଷ୍ଟା କରି ମଧ୍ୟ ବେଳେ ବେଳେ ଧନ ଉପାର୍ଜନ କରିବା ଅତ୍ୟନ୍ତ କଷ୍ଟ ପ୍ରତୀତ ହୋଇଥାଏ । କିନ୍ତୁ ଶାସ୍ତ୍ର ଅନୁସାରେ କିଛି କର୍ମ କରିବା ଦ୍ଵାରା ସବୁ କିଛି ପ୍ରାପ୍ତ କରିବା ଅତ୍ୟନ୍ତ ସରଳ ହୋଇଯାଏ ।

ଯେପରିକି ପ୍ରଥମେ ହେଉଛି ପ୍ରାତଃ ବ୍ରହ୍ମମୂହୁର୍ତ୍ତ ରେ ଉଠି ସ୍ନାନ କରିବା । ଏହାଦ୍ଵାରା ଜୀବନରେ ଉନ୍ନତିର ଭିନ୍ନ ଭିନ୍ନ ମାର୍ଗ ସବୁ ଖୋଲି ଯାଇଥାଏ ଓ ମାତା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ମଧ୍ୟ ହୋଇ ଯାଆନ୍ତି । କିନ୍ତୁ ମନେ ରଖନ୍ତୁ ସ୍ନାନ କରିବା ସମୟରେ ଜଳରେ ଗଙ୍ଗା ଜଳ ଓ କିଛି ହଳଦୀ ଦେଇ “ଓଁ ବୃହସ୍ପତାୟ ନମଃ” ମନ୍ତ୍ର ଟିର ବାରମ୍ବାର ଉଚ୍ଚାରଣ କରି ସ୍ନାନ କରିବେ ।

ଦ୍ଵିତୀୟ ରେ ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିବା ସହ ମାତା ଲକ୍ଷ୍ମୀ ଙ୍କୁ ହଳଦିଆ ରଙ୍ଗର ପୁଷ୍ପ ଓ ଫଳ ପ୍ରସାଦ ଆଦି ଅର୍ପଣ କରନ୍ତୁ । ତୃତୀୟ ରେ ହଳଦୀ ପାଣି କଦଳୀ ଗଛରେ ମଧ୍ୟ ଅର୍ପଣ କରନ୍ତୁ । ଏପରି କରିବା ଦ୍ଵାରା ଘରକୁ କେବଳ ଧନ ହିଁ ଧନ ମାଡି ଆସିଥାଏ । ଚତୁର୍ଥ ରେ ଧନ ର ଅଭାବ ଦୂର କରିବା ପାଇଁ ଏହି ଦିନ ଉପବାସ ରହି ଗରିବ କିମ୍ବା ଭିକାରୀ ମାନଙ୍କୁ କୌଣସି ହଳଦିଆ ରଙ୍ଗ ର କିଛି ଖାଦ୍ୟ ଆଦି ଦାନ କରନ୍ତୁ ।

ପଞ୍ଚମ ରେ ଗୁରୁବାର ଦିନ ତୁଲସୀ ଗଛରେ କଞ୍ଚା କ୍ଷୀର ଅର୍ପଣ କରିବା ଦ୍ଵାରା ଗୁରୁ ବୃହସ୍ପତି ଙ୍କର ଜୀବନରେ ଖୁବ ଭଲ ପ୍ରଭାବ ଦେଖିବାକୁ ମିଳେ । ବନ୍ଧୁଗଣ ଏହି ସବୁ କାର୍ଯ୍ୟ ଗୁଡିକ କରିବା ଦ୍ଵାରା ଜୀବନରେ ମାତା ଲକ୍ଷ୍ମୀର କୃପା ଭରି ଯାଇଥାଏ ।

କିନ୍ତୁ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ କିଛି କାମ କୁ କରିବାକୁ ବାରଣ ମଧ୍ୟ କରାଯାଇଛି । ଯେପରିକି ପ୍ରଥମ ଟି ହେଉଛି ଗୁରୁବାର ଦିନ ଘରର ମହିଳା ମାନଙ୍କୁ ନିଜର କେଶ କୁ ସାମ୍ପୋ କରିବା ଉଚିତ ହୋଇ ନଥାଏ । ଦ୍ଵିତୀୟ ରେ ଏହି ଦିନ ଦାଢି, ନଖ ଓ କେଶ ଆଦି ସବୁ କାଟିବା ମଧ୍ୟ ଅନୁଚିତ ।

ଏହା ଦ୍ଵାରା ଗୁରୁ ଗ୍ରହ ନୀଚ ସ୍ଥାନ କୁ ଆସି ଯାଇଥାନ୍ତି ଓ ମା ଲକ୍ଷ୍ମୀ ମଧ୍ୟ ରାଗି ଯାଇଥାନ୍ତି । ତୃତୀୟ ଟି ହେଉଛି ଗୁରୁବାର ଦିନ କାହାକୁ ମଧ୍ୟ ଉଧାର ଦେବା କି ଆଣିବା ଉଚିତ ହୋଇ ନଥାଏ । ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ଘର କୁ ପୋଛା ଲଗାଇବା ବା ଝଡା ଝଡି କରିବା ଅନୁଚିତ ।

ଯାହା କିଛି ସଫା ଓ ସ୍ବଚ୍ଛ ଆଦି କରିବାର ଅଛି, ସେ ସବୁ ବୁଧବାର ଦିନ ରୁ ହିଁ କରି ଦେବା ଉଚିତ । ଯଦି ଆପଣ ଏହି ଦିନ ଗହର ପୋଚୁଛନ୍ତି ତେବେ ପୋଛା ପାଣି ରେ ଲୁଣ ପକାଇ ଘର ପୋଛନ୍ତୁ । ଏପରି କରିବା ଦ୍ଵାରା ମା ଲକ୍ଷ୍ମୀ ଘରକୁ ଆକର୍ଷିତ ହୋଇ ଆସିଥାନ୍ତି । ଏହି ସବୁ କାମ ଗୁଡିକୁ ନଜର ରଖି କରିବା ଦ୍ଵାରା ଜୀବନରେ ମାତା ଲକ୍ଷ୍ମୀ ଙ୍କର ଅପାର କୃପା ପ୍ରାପ୍ତ ହୋଇଥାଏ । ତେବେ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗୁଥିଲେ, ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *