( ମଶା ) ଘର ଛାଡି ଚାଲିଯିବେ। କରନ୍ତୁ ଏହି ଘରୋଇ ଉପାୟ

ବନ୍ଧୁଗଣ ଏମିତି କୌଣସି ଋତୁ ନାହିଁ ଯେଉଁ ଋତୁରେ ଆପଣଙ୍କୁ ମଶା ମିଳିବେ ନାହିଁ । ବର୍ତ୍ତମାନ ସମୟରେ ମାସ ପ୍ରବଳ ଦେଖିବାକୁ ମିଳୁଛନ୍ତି । ଏବଂ ବହୁତ ଜୋରେ ମଧ୍ୟ କାମୁଡୁଛନ୍ତି । ତେବେ ଯଦି ଆପଣ ମଶା ପାଇଁ ଚିନ୍ତିତ ତେବେ ଆଊ ଚିନ୍ତା କରନ୍ତୁ ନାହିଁ । କାରଣ ଆଜି ଆମେ ଆପଣଙ୍କୁ ସେହି ଉପାୟ କହିବାକୁ ଯାଉଛୁ ଯେଉଁ ଉପାୟ କରିବା ମାତ୍ରେ ମାସ ଘରକୁ ଆସିନଥାନ୍ତି । ଏହି ଉପାୟଟି ଘରେ ବନେଇହେବ ।

ବହୁତ ସହଜରେ ଆଊ ମାତ୍ର ଦୁଇଟି ଜିନିଷରେ ଏହି ଉପାୟ କରିହେବ । ତେବେ ଚାଲନ୍ତୁ ଜାଣିବା ଏହି ଉପାୟରେ ପ୍ରସ୍ତୁତି ବିଷୟରେ । ବନ୍ଧୁଗଣ ମଶା ଘଉଡାଇବା ପାଇଁ ଯେଉଁ ପ୍ରାକୃତିକ ଉପାୟ ରହିଛି ସେଥିପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀ ଯାହାର ଆବଶ୍ୟକ ପଡ଼ିବ ତାହା ହେଉଛି ଝୁଣା । ଆପଣମାନେ ଜାଣିଥିବେ ଝୁଣା ଆପଣଙ୍କ ଠାକୁରଘରୁ ଆପଣଙ୍କୁ ଅତି ସହଜରେ ମିଳିଯିବ । ଝୁଣା ସୁଗନ୍ଧିତ ହୋଇଥାଏ । ଏବଂ ଏହା ଆମ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବହୁତ ଅଧିକ ଲାଭଦାୟକ ହୋଇଥାଏ । ବହୁ ପୁରାତନ କାଳରୁ ଝୁଣାର ପ୍ରୟୋଗ ମାସ ଘଉଡାଇବା ପାଇଁ ହୋଇଆସୁଛି ।

କିନ୍ତୁ ଆପଣଙ୍କୁ ଡାଇରେକ୍ଟ ଝୁଣା ର ପ୍ରୟୋଗ କରିବାକୁ ହେବ ନାହିଁ । ଆପଣଙ୍କୁ ଝୁଣା ତେଲ ବନାଇବାକୁ ପଡ଼ିବ । ଝୁଣା ତେଲ ବନାଇବା ପାଇଁ ପ୍ରଥମେ ଆପଣ ଏକ ପାତ୍ର ଗ୍ୟାସ ରେ ବସାନ୍ତୁ ଏବଂ ସେଥିରେ ଅଧା କପ ସୋରିଷ ତେଲ ଢାଳନ୍ତୁ । ତାପରେ ଆପଣ ଏହାକୁ ହାଲକା ଗରମ କରିନିଅନ୍ତୁ । ଅଳ୍ପ ଗରମ କଲା ପରେ ଆପଣ ତେଲକୁ ବନ୍ଦ କରିଦିଅନ୍ତୁ । ତାପରେ ଆପଣ ଏହାକୁ ହାଲକା ଥଣ୍ଡା ହେବାପାଇଁ ଛାଡ଼ିଦିଅନ୍ତୁ ।

ସୋରିଷ ତେଲ ଅଳ୍ପ ଥଣ୍ଡା ହୋଇଗଲା ପରେ ଆପଣ ଏଥିରେ ଅଳ୍ପ ଝୁଣା ମିଶାନ୍ତୁ । ବେଶୀ ଝୁଣା ମିଶାଇବାର ଆବଶ୍ୟକତା ନାହିଁ । ବାସ ଚାରିରୁ ପାଞ୍ଚ ଖଣ୍ଡ ଝୁଣା ମିଶାଇ ଆପଣ ଏହି ତେଲକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଗରମ ସୋରିଷତେଲରେ ଭଲ ଭାବରେ ଝୁଣା ପକାଇ ଏହାକୁ ମିକ୍ସ କଲା ପରେ ଆପଣଙ୍କ ଝୁଣା ତେଲ ପ୍ରସ୍ତୁତ ହୋଇଯିବ । ଏହାପରେ ଆପଣ ଏହି ତେଲକୁ ଗୋଟିଏ ପାତ୍ରରେ ଢାଳିଦିଅନ୍ତୁ । ଏବେ ଚାଲନ୍ତୁ ଜାଣିବା ପରବର୍ତ୍ତୀ ପ୍ରଣାଳୀ ।

ବର୍ତ୍ତମାନ ଆପଣଙ୍କୁ ଦ୍ୱିତୀୟ ସାମଗ୍ରୀର ଆବଶ୍ୟକତା ପଡ଼ିବ ତାହା ଅଟେ ପିଆଜ । ପିଆଜର ଗନ୍ଧ କେତେ ଜୋରେ ହୋଇଥାଏ ଆପଣ ତ ଜାଣିଥିବେ । ପିଆଜର ଗନ୍ଧ ପ୍ରାୟତଃ ଲୋକଙ୍କୁ ଭଲ ଲାଗିନଥାଏ । ଲୋକଙ୍କୁ ପିଆଜର ଗନ୍ଧ ଭଲ ନଲାଗିବା ସହ ମଶାଙ୍କୁ ମଧ୍ୟ ଏହାର ଗନ୍ଧ ଭଲ ଲାଗେନି । ସେଥିପାଇଁ ଆଜିର ଏହି ଉପାୟରେ ଆପଣ ପିଆଜ ର ପ୍ରୟୋଗ ନିହାତି କରନ୍ତୁ । ଆପଣ ପ୍ରଥମେ ଗୋଟେ ପିଆଜ ନିଅନ୍ତୁ ଏବଂ ତାକୁ ଦୁହି ସାଇଡରୁ କାଟି ଦିଅନ୍ତୁ ।

କରିସାରିବା ପରେ ଆପଣଙ୍କୁ ଛୁଞ୍ଚି ସୁତାର ଆବଶ୍ୟକତା ପଡ଼ିବ । ପ୍ରଥମେ ଆପଣ ଛୁଞ୍ଚି ସୁତା ନିଅନ୍ତୁ ଏବଂ ପିଆଜର ଏହାକୁ ଗୁନ୍ଥି ଦିଅନ୍ତୁ । ସୂତାରେ ଭଲ ଭାବରେ ପିଆଜକୁ ଗୁନ୍ଥି ସରିବା ପରେ ପୂର୍ବରୁ ପ୍ରସ୍ତୁତି କରି ରଖିଥିବା ଝୁଣା ତେଲରେ ଭଲ ଭରେ ପିଆଜ ଟିକୁ ବୁଡ଼ାଇଦିନ୍ତୁ । ପିଆଜର ଉପର ଅଂଶ ପାଇଁ ଆପଣ ତୁଲାର ସାହାଯ୍ୟ ନେଇପାରିବେ । ପିଆଜର ଗନ୍ଧ ଏବଂ ଏହି ତେଲର ଗନ୍ଧ ମିଶିଯିବା ପରେ ଆପଣଙ୍କ ଘରେ ଗୋଟେ ବି ମଶା ଦେଖା ଦେବେ ନାହିଁ ।

ଏବେ ଆପଣ ଏହି ପିଆଜ ଟିକୁ ଯେଉଁ ଜାଗାରେ ଅଧିକ ମଶା ହେଉଛନ୍ତି ସେଠାରେ ଝୁଲାଇ ଦିଅନ୍ତୁ । ଦେଖିବେ ଗୋଟେ ହେଲେ ମଶା ସେହି ଜାଗାକୁ ଆସିବେ ନାହିଁ । ଏହା ମାସ ଘଉଡାଇବା ପାଇଁ ୧୦୦ ପ୍ରତିଶତ କାମ ଦେବ । ଯେତେବେଳେ ଏହାର ଗନ୍ଧ କମାଇବାକୁ ଲାଗିବ ସେତେବେଳେ ପୁଣି ଏଥିରେ ଝୁଣା ତେଲ ଲଗାଇଦେବେ ଏବଂ ବ୍ୟବହାର କରିବେ । ତେବେ ବନ୍ଧୁଗଣ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଗୋଟେ ଲାଇକ କରିଦେବ । ଏବଂ ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ମଧ୍ୟ ଲାଇକ କରନ୍ତୁ

Leave a Reply

Your email address will not be published. Required fields are marked *