ଯଦି ଆପଣଙ୍କ ନାମ A, K, M, T, P, S, R, N, G ଏହି ଅକ୍ଷରରୁ ଆରମ୍ଭ ହେଉଛି ତେବେ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ…

ବନ୍ଧୁଗଣ ପ୍ରତେକ ବ୍ୟକ୍ତିର ନାମ ଅଲଗା ଅଲଗା ହୋଇଥାଏ । ଅଙ୍କ ଜ୍ୟୋତିଷ ଅନୁସାରେ ବ୍ୟକ୍ତିର ନାମର ପ୍ରଥମ ଅକ୍ଷରରୁ ହିଁ ବ୍ୟକ୍ତିର ପସନ୍ଦ, ନାପସନ୍ଦ, ଚିନ୍ତାଧାରା, ଭାବନା, କ୍ଷମତା ଆଦି ସବୁ କିଛି ଜଣାପଡ଼ିଥାଏ । ଆଜି ଆମେ ଏହି ସବୁ ଅକ୍ଷରରୁ ଆରମ୍ଭ ହେଉଥିବା ବ୍ୟକ୍ତିଙ୍କର କିଛି ଖାସ କଥା କହିବୁ । ତେବେ ଚାଲନ୍ତୁ ଜାଣିବା ।

A ନାମର ବ୍ୟକ୍ତି:- ଯଦି ଆପଣଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହେଉଛି ତେବେ ଆପଣ ବହୁତ ସାହସୀ ବ୍ୟକ୍ତି ଅଟନ୍ତି । ଆପଣ ସବୁବେଳେ ଉଚିତ କଥା କହିଥାନ୍ତି । ଆପଣ କେବେ ମଧ୍ୟ ଅନ୍ୟାୟର ସାଥ ଦେଇନଥାନ୍ତି । ଆପଣ ସବୁ ନିଷ୍ପତି ଭାବି ଚିନ୍ତି ନେଇଥାନ୍ତି ।

K ନାମର ବ୍ୟକ୍ତି:- ଯଦି ଆପଣଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ତେବେ ଆପଣ ବହୁତ ଶାନ୍ତ ସରଳ ବ୍ୟକ୍ତି ଅଟନ୍ତି । ଆପଣ ନିଜର ପରିବାର ଲୋକଙ୍କ ଖୁସି ପାଇଁ ବହୁତ ପରିଶ୍ରମ କରିଥାନ୍ତି । ପ୍ରେମ ସମ୍ପର୍କରେ ଆପଣ ପଛୁଆ ରହିଥାନ୍ତି ।

M ନାମର ବ୍ୟକ୍ତି:- ଏହି ନାମର ବ୍ୟକ୍ତି ଦେଖିବାକୁ ଯେତିକି ସୁନ୍ଦର ତାଙ୍କର ମନ ମଧ୍ୟ ସେତିକି ସୁନ୍ଦର । ଏମାନେ ଛନ୍ଦ କପଟ ବୁଝିପାରନ୍ତି ନାହିଁ । ଏମାନେ ନିଜର ପରିବାର ଲୋକଙ୍କୁ ବହୁତ ଭଲ ପାଇଥାନ୍ତି । ଏମାନଙ୍କୁ ତାଙ୍କ ଜୀବନରେ ବହୁତ ଖୁସି ଏବଂ ସଫଳତା ମିଳିଥାଏ ।

 

T ନାମର ବ୍ୟକ୍ତି:- ଯଦି ଆପଣଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ତେବେ ଆପଣ ନିଜର ପ୍ରେମ ପାଇଁ କିଛି ବି କରିପାରିବେ । ଆପଣ ନିଜର ଜୀବନସାଥି ଙ୍କୁ ବହୁତ ଭଲ ପାଇଥାନ୍ତି । ଏମାନେ କେବେ କାହାକୁ କଷ୍ଟ ଦିଅନ୍ତି ନାହିଁ । ଏହି ବ୍ୟକ୍ତି ବହୁତ ପରିଶ୍ରମି ହୋଇଥାନ୍ତି ।

P ନାମର ବ୍ୟକ୍ତି:- ଯଦି ଆପଣଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ତେବେ ଆପଣଙ୍କ ବହୁତ ଖୋଲା ହୃଦୟର ବ୍ୟକ୍ତି ଅଟନ୍ତି । ଆପଣ ସବୁବେଳେ ଭଲ କାର୍ଯ୍ୟ କରିବାରେ ବିଶ୍ଵାସ ରଖନ୍ତି । ଖୁସି ପାଇବା ଆଶାରେ ଏମାନେ ସବୁବେଳେ ପରିଶ୍ରମ କରିଥାନ୍ତି କିନ୍ତୁ ତାହାର ଉଚିତ ଫଳ ପାଇନଥାନ୍ତି ।

S ନାମର ବ୍ୟକ୍ତି:- ଏହି ନାମର ବ୍ୟକ୍ତି ବହୁତ ଚାଲାକ ଓ ପରିଶ୍ରମୀ ହୋଇଥାନ୍ତି । ଏମାନେ ନିଜର ବୁଦ୍ଧିବଳରେ ସବୁ କାର୍ଯ୍ୟରେ ସଫଳତା ହାସଲ କରିଥାନ୍ତି । ଏମାନେ ନିଜର ପରିବାର ଲୋକଙ୍କୁ ବହୁତ ଭଲ ପାଇଥାନ୍ତି ।

R ନାମର ବ୍ୟକ୍ତି:- ଏହି ନାମର ବ୍ୟକ୍ତି ସମସ୍ତଙ୍କ ଠାରୁ ଭିନ୍ନ ହୋଇଥାନ୍ତି । ଏମାନେ ସବୁବେଳେ ଏକୁଟିଆ ରହିବାକୁ ପସନ୍ଦ କରିଥାନ୍ତି । ଏମାନେ ଅନ୍ୟ କାହାରି କଥାରେ ମୁଣ୍ଡ ପୁରାନ୍ତି ନାହିଁ । ଏବଂ ଅନ୍ୟକାହା ସହ ନିଜର କୌଣସି କଥା ସେୟାର ମଧ୍ୟ କରନ୍ତି ନାହିଁ ।

N ନାମର ବ୍ୟକ୍ତି:- ଯଦି ଆପଣଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ତେବେ ଆପଣ ବହୁତ ଧର୍ଯ୍ୟବାନ ବ୍ୟକ୍ତି ଅଟନ୍ତି । ଆପଣ ଯେତେ ସମସ୍ୟା ଆସିଲେ ମଧ୍ୟ ତାହାକୁ ସାମ୍ନା କରିବାକୁ ଚେଷ୍ଟା କରିଥାନ୍ତି । ଏମାନେ ବହୁତ ଖର୍ଚ୍ଚି ସ୍ୱଭାବର ହୋଇଥାନ୍ତି । ଏମାନେ ଅନ୍ୟର ଭାବନାକୁ ବୁଝିଥାନ୍ତି । ତେବେ ବନ୍ଧୁଗଣ ଆପଣଙ୍କ ନାମର ପ୍ରଥମ ଅକ୍ଷର ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *