ଯେତେବେଳେ ନିଜ ଭକ୍ତଙ୍କୁ ବଞ୍ଚାଇବା ପାଇଁ ସ୍ଵୟଂ ପ୍ରଭୁ ହନୁମାନ ଆସିଲେ, ତାପରେ ଯାହା ହେଲା, ତାହା ଥିଲା ଚମତ୍କାର

ବନ୍ଧୁଗଣ ଭଗବାନ ଙ୍କ ଉପରେ ଆମ ସମସ୍ତଙ୍କର ବିଶ୍ଵାସ ରହିଛି । ସେଥିପାଇଁ ଆମେ ସମସ୍ତେ ପ୍ରତିଦିନ ଭଗବାନଙ୍କୁ ପୂଜା ଅର୍ଚ୍ଚନା କରୁଛନ୍ତି । ଆମେ ନିଜର ଦୁଃଖ ଏବଂ ସୁଖ ସମୟରେ ଭଗବାନ ଙ୍କୁ ସ୍ମରଣ କରୁ । ତେବେ ବର୍ତ୍ତମାନ ଏକ ଏପରି ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି । ପ୍ରଭୁ ବାଜ୍ରଙ୍ଗରବଳି ଙ୍କ ମହାନ୍ ଚମତ୍କାର । ହନୁମାନ ପ୍ରତେକ ବ୍ୟକ୍ତିକୁ ସଙ୍କଟ ଠାରୁ ଦୂରେଇ ରଖିଥାନ୍ତି । ଏବଂ ଭଗବାନ ନିଜର ଭକ୍ତକୁ ସାହାଯ୍ୟ ମଧ୍ୟ କରିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେହି ଚମତ୍କାରି ଘଟଣା ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

ଏହି ଘଟଣା ଟି ହେଉଛି କାନପୁର ରେ ରହୁଥିବା ସମର ନାମର ବ୍ୟକ୍ତିର । ସମର ଙ୍କ ମାତା ପିତା ତାଙ୍କୁ ଛୋଟବେଳୁ ରାମାୟଣ ର କାହିଣୀ ଶୁଣାଇଥିଲେ । ସମର ହନୁମାନ ଙ୍କ ବଡ଼ ବଡ଼ ଚମତ୍କରି କାହାଣୀ ଶୁଣି ତାଙ୍କର ସଚା ଭକ୍ତ ହୋଇଥିଲା । ସେ ପ୍ରତେକ ଦିନ ହନୁମାନ ଙ୍କୁ ପୂଜା ଅର୍ଚ୍ଚନା କରୁଥିଲା । ସମର କିଛି ଦିନ ପୂର୍ବରୁ ହିଁ ନିଜର ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏବଂ ପରୀକ୍ଷା ପରେ ସେ ନିଜର ସାଙ୍ଗ ସାଥୀ ଙ୍କ ସହିତ ଉତ୍ତରାଖଣ୍ଡ ବୁଲିବାକୁ ଚାଲିଯାଇଥିଲେ ।

ସେଠାରେ ସମର ଏବଂ ତାଙ୍କର ସାଙ୍ଗମାନେ ସର୍ବ ପ୍ରଥମେ ହରିଦ୍ଵାର ଯାଇ ଦର୍ଶନ କରିଥିଲେ । ଏହା ପରେ ସେମାନେ ଋଷିକେଶ ଯାଇଥିଲେ । ସେଠାରେ ତାଙ୍କୁ କିଛି ଲୋକ ପରାମର୍ଶ ଦେଇଥିଲେ କି ସେହିଠାରୁ କିଛି ଦୂରରେ ଚାମୋଲି ନାମର ଗୋଟେ ଗ୍ରାମ ରହିଛି ଯେଉଁଠି ବୁଲିବାକୁ ବହୁତ ଭଲ ଭଲ ଜାଗା ମଧ୍ୟ ଅଛି । ଏହା ଶୁଣି ସମର ଏବଂ ତାଙ୍କ ସାଙ୍ଗମାନେ ବହୁତ ଉତ୍ସୁକ ହୋଇ ସେଠାକୁ ବୁଲିବାକୁ ଚାଲିଗଲେ । କିନ୍ତୁ ସେମାନେ ସେଠାରେ ଆସିବାକୁ ଯାଉଥିବା ପରିସ୍ଥିତି ବିଷୟରେ ଅଜଣା ରହୁଥିଲେ । କିନ୍ତୁ ଭଗବାନ ଙ୍କ ଲୀଳା ତାଙ୍କୁ ହିଁ ଜଣା ।

ସମର ପାଇଁ ବଡ଼ ସଙ୍କଟ ଆସିବାକୁ ଯାଇଥିଲା । ସେଠାରେ ସେମାନେ ସମସ୍ତେ ସବୁ ଯାହା ବୁଲିବାକୁ ଗଲେ ଏବଂ ସଭା ଶେଷରେ ରିଶିଗଙ୍ଗା ରେ ପହଞ୍ଚିଥିଲେ । ସେଠାରେ ପାଣିର ସୁଅ ବହୁତ ଜୋର ଥିଲା । ଏବଂ ସେଠାକୁ ଯିବା କୌଣସି ଖତରା ଠାରୁ କମ ନଥିଲା । କିନ୍ତୁ ସମର ଏବଂ ତାର ସାଙ୍ଗମାନେ ସେଥିକୁ ଗଲେ । କିଛି ସମୟ ପରେ ସେଠାରେ ବହୁତ ବଡ଼ ସୁଅ ଆସିଆ ଏବଂ ସମସ୍ତେ ନିଜର ଜୀବନ ବଞ୍ଚାଇବା ପାଇଁ ଦୌଡିବାକୁ ଲାଗିଲେ ।

କିନ୍ତୁ ସମର ସେହିଠାରେ ଫସି ରହିଗଲା । ସମର ର ସାଙ୍ଗମାନେ ତାକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସମର ପାଣିର ସୁଅ ସହିତ ଭାସିବାକୁ ଲାଗିଥିଲା । ସେତେବେଳେ ସେଠୀ ଗୋଟେ ଗଛରେ ଥିବା ମାଙ୍କଡ ସମର ର ଡ୍ରେସ କୁ ନିଜ ପାଟିରେ ଟାଣି ନେଇଆସିଲା । ସମର ସେତେବେଳେ ବୁଝି ପାରିନଥିଲା କି ସେ କଣ କରିବ ।

କିନ୍ତୁ ଦେଖୁ ଦେଖୁ ମାଙ୍କଡ ଟି ସମର କୁ ପାଣିରୁ ବାହାର କରିଦେଇଥିଲା । ଏବଂ ସେଠାରୁ ଉଭାନ ହୋଇଯାଇଥିଲା । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ । ସମର କହିଥିଲେ କି ହନୁମାନ ସେହି ମାଙ୍କଡ ବେଶ ରେ ଆସି ତାଙ୍କୁ ରକ୍ଷା କରିଥିଲେ । ତେବେ ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *