କେଉଁ ପାପ କର୍ମ କଲେ କେଉଁ ଜନ୍ମ ପାଇବେ – ମାଳିକାରେ କୁହାଯାଇଥିବା କଥା, ନିଶ୍ଚୟ ପଢନ୍ତୁ

ବନ୍ଧୁଗଣ ହିନ୍ଦୁ ଧର୍ମରେ ଆତ୍ମାକୁ ଅଜୟ ଆମର ବୋଲି ମାନାଯାଇଥାଏ । ହିନ୍ଦୁ ଧର୍ମ ପୁନଃ ଜନ୍ମ ଉପରେ ବିଶ୍ୱାସ କରିଥାଏ । ଧର୍ମରେ ଏହା କୁହାଯାଇଛି କି ମଣିଷ ମରିଗଲା ପରେ ତାର ଆତ୍ମ ଏକ ଅନ୍ୟ ଶରୀରରେ ପ୍ରବେଶ କରିଥାଏ । ଆତ୍ମାକୁ ନୂଆ ଶରୀର ପୃଥିବୀ ମଧ୍ୟରୁ କୌଣସି ବି ପ୍ରାଣୀ ଙ୍କ ଶରୀର ମିଳିପାରେ । ତେବେ ଆଜି ଆମେ ଆପଣଙ୍କୁ କହିବୁ ଆପଣ ଆର ଜନ୍ମରେ କେଉଁ ରୂପ ପାଇବେ ଏବଂ କାହିଁକି । ତେବେ ଚାଲନ୍ତୁ ଜାଣିବା ।

ବନ୍ଧୁଗଣ ମାଳିକା ବଚନ ରେ ଏହା କୁହାଯାଇଛି କି ଯେଉଁ ମନୁଷ୍ୟ ଅନ୍ୟର ସ୍ତ୍ରୀ ସହିତ ଶାରିରୀକ ସମ୍ବନ୍ଧ ରଖିଥାଏ ତାହାକୁ ନର୍କରେ କଷ୍ଟ ଭୋଗିବାକୁ ପଡ଼ିଥାଏ । ଏହା ପରେ ସେ ବିଲୁଆ ଏବଂ କୁକୁର ର ଜମ୍ନ ନେଇଥାଏ । ଏହି ବ୍ୟକ୍ତି ନିଜର ପାପର ଫଳ ପାଇଥାଏ । ଯେଉଁ ବ୍ୟକ୍ତି ଗୁରୁଜନ ମାନଙ୍କୁ ଅପମାନ କରିଥାଏ ସେଇ ବ୍ୟକ୍ତି ଗଧ ଜନ୍ମ ପାଇଥାଏ ।

ଯେଉଁ ବ୍ୟକ୍ତି ନିଜ ସ୍ତ୍ରୀ ଏବଂ ବଡ ଭାଇର ଅପମାନ କରିଥାଏ ବା ହାତ ଉଠାଇଥାଏ ସେହି ବ୍ୟକ୍ତିକୁ ପର ଜନ୍ମରେ ପେଚାର ଜନ୍ମ ମିଳିଥାଏ । ଏବଂ ସେହି ବ୍ୟକ୍ତି ବହୁତ କଷ୍ଟ ପାଇଥାଏ । ଯେଉଁ ବ୍ୟକ୍ତି ନିଜର ମା ଏବଂ ବାପା  କୁ ସନମାନ ଦେଇନଥାଏ ସେହି ବ୍ୟକ୍ତି ଆର ଜନ୍ମରେ ବେଙ୍ଗ ରୂପରେ ଜନ୍ମ ନେଇଥାଏ ।

ମାଳିକା ବଚନ ଅନୁଯାୟୀ ଯେଉଁ ବ୍ୟକ୍ତି ସୁନା ଏବଂ ଟଙ୍କା ର ଚୋରି କରିଥାଏ ସେହି ବ୍ୟକ୍ତି ପିମ୍ପୁଡ଼ି ର ଜନ୍ମ ପାଇଥାଏ । ଯେଉଁ ବ୍ୟକ୍ତି ବସ୍ତ୍ର ଚୋରି କରିଥାଏ ତାକୁ ଶୁଆ ର ଜନ୍ମ ମିଳିଥାଏ । ସୁଗନ୍ଧିତ ପ୍ରଦାର୍ଥ କୁ ଚୋରି କରୁଥିବା ବ୍ୟକ୍ତି କୁ ମୂଷା ରୂପରେ ଜନ୍ମ ମିଳିଥାଏ । ଯେଉଁ ବ୍ୟକ୍ତି ଭଗବାନ ଙ୍କ ଉପରେ ବିଶ୍ବାସ କରିନଥାଏ ସେହି ବ୍ୟକ୍ତି ମାଙ୍କଡ ଜନ୍ମ ପାଇଥାଏ ।

ଯେଉଁ ବ୍ୟକ୍ତି କାହାର ହତ୍ୟା କରିଥାଏ ବା କାହାକୁ ଧୋକା ଦେଇଥାଏ ସେହି ବ୍ୟକ୍ତିଙ୍କୁ ଘୁଷୁରୀ ରୂପରେ ଜନ୍ମ ମିଳିଥାଏ । ଦେବତା, ବ୍ରାହ୍ମଣ ମାନଙ୍କୁ ସନ୍ତୁଷ୍ଟ କରୁନଥିବା ବ୍ୟକ୍ତି ମାନେ କାଉ ରୂପରେ ଜନ୍ମ ନେଇଥାନ୍ତି । ତେଣୁ ବନ୍ଧୁଗଣ ଯଦି ଆପଣ ପୁଣି ଥରେ ମନୁଷ୍ୟ ଜୀବନ ପାଇବାକୁ ଚାହୁଁଛନ୍ତି ତେବେ ଆପଣ ଭଲ କର୍ମ କରନ୍ତୁ । ତେବେ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *