ପସନ୍ଦ କରନ୍ତୁ ନିଜର ( ଜନ୍ମ ବାର ) ଓ ଜାଣନ୍ତୁ ନିଜର ଆଗାମୀ ଭବିଷ୍ୟତ !

ଆପଣ ଏହି କଥା ଶୁଣିଥିବେ କି ଆମ ଜନ୍ମ ସମୟର ମହତ୍ଵ ଅନେକ ଅଛି କାରଣ ହେଉଛି କି ଆମ ଜନ୍ମ ସମୟ ଏହାର ମାସ ଓ ଏହାର ଦୀନ କୁ ନେଇକି ଆମର ଜାତକ ତିଆରି ହୋଇଥାଏ । ଏହି ଜାତକ ମଧ୍ୟରୁ ଆମେ ଆମ ଭବିଷ୍ୟତ କଥା ଜାଣି ଥାଉ କେବଳ ଏହା ନୁହେଁ ଆମେ ମାନେ ଏହା ଦ୍ଵାରା ଆମ ବର୍ତ୍ତମାନ କଥା ମଧ୍ୟ ଜାଣି ପରି ଥାଉ । ଆଜି ଆମେ କହିବା କି ଆମ ଜନ୍ମର ଦିନ ହିସାବରେ ଆମ ସ୍ଵଭାବ କିଭଳି ଆମେ କଣ କରୁ ଏହା ସବୁ ଜାଣିବା । ଆମେ ଯେଉଁ ବାରାରେ ଜନ୍ମ ହୋଇ ଥାଉ ଆମ ବ୍ୟକ୍ତିତ୍ଵ ଓ ଭବିଷ୍ୟତ କୁ ଏହା ପ୍ରଭାବିତ କରିଥାଏ ।

ଆଜି ଆମେ ଆପଣଙ୍କୁ ଏହି ବିଷୟରେ କହିବା କି ସପ୍ତାହର କେଉଁ ଦିନରେ ଜନ୍ମ ହୋଇଥିଲେ ପିଲା ମାନେ କିଭଳି ଥାନ୍ତି ଓ ସେମାନଙ୍କ ସ୍ଵଭାବ କିଭଳି ଥାଏ । ପ୍ରଥମ ଆସୁଛି ସୋମବାର ଆମର ସୋମବାର ର ସ୍ଵାମୀ ହେଉଛନ୍ତି ଚନ୍ଦ୍ରମା । ଏହାଙ୍କ ରାଶି କର୍କଟ ହୋଇ ଥାଏ । ଏମାନେ ବହୁତ ଭାବୁକ ପ୍ରକୃତିର ବ୍ୟକ୍ତି ହୋଇ ଥାନ୍ତି । ଏମାନଙ୍କ ପାଇଁ ଏମାନଙ୍କ ପରିବାର ହିଁ ସବୁକିଛି ହୋଇଥାଏ ।

ସୋମବାର ଦିନ ଜନ୍ମ ହୋଇଥିବା ଲୋକଙ୍କ ଉପରେ ଆପଣ ଆଖି ବନ୍ଦ କରିକି ବିଶ୍ଵାଶ କରି ପାରନ୍ତି କାରଣ ଏମାନେ କାହାକୁ ଧୋକା ଦେଇ ନଥାନ୍ତି । ଏହାର ପ୍ରଭାବ ମହିଳା ମାନଙ୍କ ଉପରେ ଅଧିକା ହୋଇଥାଏ ଏଣୁ ଯଦି ଏହି ଦିନ ମହିଳା ମାନେ ଜନ୍ମ ହୋଇଥାନ୍ତି ତେବେ ଏହା ଭଲ ହୋଇଥାଏ । ଏହା ପରେ ମଙ୍ଗଳ ବାର । ଏହି ବାରର ସ୍ଵାମୀ ଗ୍ରହ ମଙ୍ଗଳ ଅଟନ୍ତି ଓ ଏହାର ରାଶି ମେଷ, ବିଛା ଅଟନ୍ତି ।

ତେଣୁ ଏମାନଙ୍କ ପାଖରେ ଏହାର ଅଧିକ ପ୍ରଭାବ ପଡିଥାଏ । ଏମାନେ ସବୁ ବେଳେ ନିର୍ଣ୍ଣୟ  ନେବାରେ ସକ୍ଷମ ଥାନ୍ତି । ଏମାନେ ସବୁ ବେଳେ ଜୋଷରେ ରହିଥାନ୍ତି । ଏମାନେ ଏହି କାରଣରୁ ଏମାନେ ବହୁତ ସମୟରେ ଅଧିକ ସଫଳତା ପାଇଥାନ୍ତି । ଏମାନେ ବୁଦ୍ଧିଆ ହୋଇଥାନ୍ତି । ଏହା ପରେ ଆସେ ବୁଧବାର । ଏହି ଦିନ ଜନ୍ମ ହୋଇଥିବା ଲୋକମନେ ବୁଦ୍ଧ ଗ୍ରହ ଓ ମିଥୁନ, କନ୍ୟା ରାଶି ଦ୍ଵାରା ପ୍ରଭାବିତ ହୋଇଥାନ୍ତି ।

ଏମାନଙ୍କର ସବୁଠାରୁ ଭଲ ଗୁଣ ଏମାନେ ନିଜ କଥା ଦ୍ଵାରା ଲୋକଙ୍କ ମନ କିଣି ନେଇଥାନ୍ତି ଏହା କାରଣ ଥାଏ କି ଲୋକମାନେ ଏହାଙ୍କୁ ଶୁଣିବା ପାଇଁ ପସନ୍ଦ କରିଥାନ୍ତି ଏହା ସହ ଏମାନେ ରାଜନୀତି ରେ ଭଲ ସଫଳତା ପାଇଥାନ୍ତି । ଏହା ପରେ ଆସେ ଗୁରୁବାର । ଏହାର ସ୍ଵାମୀ ଗ୍ରହ ବୃହସ୍ପତି ଓ ରାଶି ହେଉଛନ୍ତି ଧନୁ ଓ ମିନ । ଏମାନେ ଅତ୍ୟନ୍ତ ସ୍ବଭାଗ୍ୟ ଶାଳି ହୋଇଥାନ୍ତି । ଏମାନେ ଧନୀ ଓ ଉଚ ସ୍ଵଭାବ ଥିବା ଓ ଉଜ୍ଵଳ ଭବିଷ୍ୟତ ବାଲା ହୋଇଥାନ୍ତି ।

ଏମାନେ ଅନେକ ସମୟରେ ଲାଞ୍ଚୁଆ ମଧ୍ୟ ହୋଇ ଥାନ୍ତି । ଏମାନେ ସବୁ ସମସ୍ୟାର ସମାଧାନ ଖୁବ ଭଲ ଭାବେ କରି ପାରି ଥାନ୍ତି । ଏମାନେ ବୁଦ୍ଧିଆ ମଧ୍ୟ ହୋଇଥାନ୍ତି । ଏହା ପରେ ଆସେ ଶୁକ୍ରବାର ଏହାର ସ୍ଵାମୀ ଗ୍ରହ ହେଉଛି ଶୁକ୍ର । ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଦେଖିବା ପାଇ ଖୁବ ସୁନ୍ଦର ହୋଇଥାନ୍ତି ଓ ଆକର୍ଷଣୀୟ ମଧ୍ୟ ଥାନ୍ତି ହୁଏତ ଏମାନେ ଆପଣଙ୍କୁ ସୁନ୍ଦର ନଲାଗି ପାରନ୍ତି କିନ୍ତୁ ଏମାନେ ଆକର୍ଷଣୀୟ ଥାନ୍ତି ।

ଏହା ସହ ଏମାନଙ୍କୁ ଧଳା ରଙ୍ଗ ଅଧିକ ପସନ୍ଦ ଥାଏ କାରଣ ଏମାନଙ୍କ ସ୍ଵଭାବ ମଧ୍ୟ ଏହି ଧଳା ରଙ୍ଗ ଭଳି ସଫା ହୋଇ ଥାଏ । ଏହା ଅପରେ ଆସେ ଶନିବାର ଏହି ବାରର ସ୍ଵାମୀ ଗ୍ରହ ଶନି ଦେବ ଏହା ସହ ମକର ଓ କୁମ୍ଭ ରାଶି ଜଡିତ ଥାଏ । ଏମାନେ ନିଜ କାମକୁ ଦୁଇ ପ୍ରକାର ଚଳାଇ ଥାନ୍ତି । ଏମାନେ ଭଲ ମଣିଷ ଥାନ୍ତି ଯେଉଁ ଜାଗାରେ ଯେଉଁ ଭଳି ରହିବା କଥା ଏମାନେ ସେଇଭଳି ହୋଇଥାନ୍ତି ।

ଶେଷରେ ଆସେ ରବିବାର ଏହି ଦିନର ସ୍ଵାମୀ ରବିନାରାୟଣ ହୋଇ ଥାନ୍ତି । ଯେଉଁ ଭଳି ସୂର୍ଯ୍ୟ ସଭିଙ୍କୁ ନିଜ ଆଖ ପାଖରେ ରଖି ଥାଏ ସେଇ ଭଳି ଭାବେ ଏହି ଦିନ ଜନ୍ମ ହୋଇଥିବା ଲୋକମାନେ ଲିଡର ହୋଇଥାନ୍ତି । ଏମାନେ ସବୁ ବେଳେ ଖୁଶିରେ ରହିବା ଓ ଖୁଶି ବାଣ୍ଟିବା ଭଳି ଲୋକ ହୋଇଥାନ୍ତି । ତେବେ ବନ୍ଧୁଗଣ ଆପଣଙ୍କ ଜନ୍ମ ବାର କଣ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *