Vastu Tips- ( କଇଁଛ ) ଘରେ କିପରି ଏବଂ କେଉଁଠି ରଖିଲେ ହୋଇଥାଏ ଧନର ବର୍ଷା

ଆପଣମାନେ ଅନେକ ଲୋକଙ୍କ ଦୋକାନ କିମ୍ବା ଅଫିସ କଇଁଛ ଥିବାର ଦେଖିଥିବେ । ଅନେକ ଜାଗାରେ କିମ୍ବା ଅନେକ ଲୋକଙ୍କ ଘରେ ଏହାକୁ ମଧ୍ୟ ରଖା ଯାଇଥାଏ । ଯେଉଁ ମାନେ କଇଁଛକୁ ରଖିବା ପାଇଁ ସାମର୍ଥ୍ୟ ନଥାନ୍ତି ସେମାନେ ଏହାର ପ୍ରତିମା ଆଣିକି ଏହାକୁ ପୂଜା କରି ଥାନ୍ତି । ଆପଣମାନେ ଜାଣି ଥିବେ କି କିଛି ଜଣ ଏହାକୁ ଶୁଭ ବୋଲି କହି ଥାନ୍ତି ଆପଣମାନେ କଣ ଏହାର କାରଣ ଜାଣି ଛନ୍ତି କି ? ଆଜି ଆମେ ଆପଣଙ୍କୁ ଏହାର କାରଣ କହିବା ଏହା ସହ ଏହାକୁ କେଉଁ ଭଳି ଓ କେଉଁ ଜାଗାରେ କେଉଁ ଦିଗକୁ ମୁହଁ କରିକି ରଖିବା ତାହା ଜାଣିବା ।

ଆସନ୍ତୁ ଜାଣିବା ଆମେ କି ଏହାକୁ କିଭଳି ଭାବରେ ରଖିବା । ଦେଖନ୍ତୁ ଆପଣ ଯଦି ଚାହିଁବେ ତ ଛୋଟ କଇଁଛ ଆଣିକି ଏହାକୁ ରଖି ପାରିବେ କାରଣ ଏହା ଆମ ଘରେ ରହିବା ଦ୍ଵାରା ଆମ ଘର ଅସୁବିଧା କମ ହୋଇଥାଏ । ଯେତେ ବେଳେ ସାଗର ମନ୍ଥନ ହେଉଥିଲା ସେତେବେଳେ ଭଗବାନ ବିଷ୍ଣୁ ନିଜେ କଇଁଛ ରୂପ ଧରିକି ନିଜ ପିଠିରେ ବଡ ପାହାଡ ରଖିକି ସାଗର ମନ୍ଥନ କରାଇ ଥିଲେ ।

ସେଇ ଭଳି ଭାବେ ଆମ ଘରେ ଥିବା ଅସୁବିଧା ମଧ୍ୟ କଇଁଛ ସହ କମିବାରେ ଲାଗିଥାଏ । ଯେଉଁ ଭଳି ଭାବେ ଏହା ବଢିବାରେ ଲାଗିଥାଏ ଘରକୁ ସବୁ ପ୍ରକାର ଖୁଶି ଆସିବା ପାଇ ଲାଗିଥାଏ । ଆପଣ ଯଦି ଏହାକୁ ରଖିବା ପାଇଁ ସୁବିଧା ନାଇ ବୋଲି ଭାବୁଛନ୍ତି ଆପଣଙ୍କ ଘରେ ତାହେଲେ  ଆପଣ ଏହାର ପ୍ରତିମା ଆଣିକି ଏହାକୁ ରଖି ପାରିବେ କିନ୍ତୁ ଏହାକୁ  ଏକ ପାତ୍ର ଉପରେ ରଖିବା ଭଲ ହୋଇ ଥାଏ ।

ଆପଣ ଏହାକୁ ଯଦି ନୀଜ ଘର କିମ୍ବା ଅଫିଶ ରେ ରଖୁଛନ୍ତି ତେବେ ଏହାର ମୁହଁକୁ ଉତ୍ତର ଓ ପୂର୍ବ କରି ରଖିବା ଭଲ ହୋଇଥାଏ । କିନ୍ତୁ ଯଦି ସେଇ ଦିଗରେ କବାଟ ଅଛି କିମ୍ବା ମୁଖ୍ୟ କବାଟ ଅଛି ତେବେ ସେଇ ଦିଗରେ ରଖିବେନି । ଆପଣ ଯଦି ଏହାକୁ ବେଡ-ରୁମରେ ରଖିବା ପାଇଁ ଇଚ୍ଛା କରୁଛନ୍ତି ତେବେ ଆପଣ ଏହାକୁ ଶୁଖିଲା କରି ରଖିବେ। କିନ୍ତୁ ଯଦି ଆପଣ ଏହାକୁ ଅନ୍ୟ କେଉଁ ଜାଗାରେ ରଖିବା ପାଇଁ ସ୍ଥିର କରିଛନ୍ତି ତେବେ ଏହାକୁ ପାଣି ଦେଇକି ରଖିବେ ଏତିକି  ପାଣି ଦେବେ ଯେଉଁ ଭଳି ଭାବେ କଇଁଛ ଅଧା ବୁଡିକି ରହି ପାରିବ ।

ଆପଣ ଏହାର ମୁହଁ କୁ ପୂର୍ବ ଆଡକୁ କରିକି ରଖିବା ଭଲ ହୋଇ ଥାଏ । ଆପଣ ଏହାକୁ ଯେବେଭି ରଖିବା ଆରମ୍ଭ କରିବେ ଏହା ଆଗରୁ ଆପଣ ଏହାକୁ ବିଦ୍ଧି ବିଦ୍ଧ ଭାବେ ପୂଜା କରି ଏହାକୁ ରଖିବା ଦ୍ଵାରା ଲାଭ ହୋଇଥାଏ । ଏହାକୁ ଆପଣ କେଉଁଭି ଧାତୁର ରଖି ପାରିବେ । ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣ ଏହାକୁ ଘରେ ରଖିବା ଦ୍ଵାରା ଆପଣଙ୍କ ଘର ଲୋକଙ୍କ ଶରୀର ଭଲ ରହିବ । ଆପଣଙ୍କ ଘରେ ସମ୍ମାନ ଓ ଧନର ବର୍ଷା ହେବା ଆରମ୍ଭ ହେବ । ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *