Gk Questions & Answers- କେତେବେଳେ ପିଏ କଳା, କେତେବେଳେ ପିଏ ନାଲି, ପେଟ ଶୁଖିଗଲେ ତାର, ଆଊ ନ ପାରଇ ଚାଲି ? 99 % ଲୋକ ଫେଲ

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ କିଛି ସାଧାରଣ ଜ୍ଞାନ ପ୍ରଶ୍ନ ଓ ସେଗୁଡିକର ଉତ୍ତର ନେଇ ଆସିଛୁ । ଆପଣ ଯଦି କୌଣସି ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି କିମ୍ବା କୌଣସି ପ୍ରାଇଭେଟ ଚାକିରି ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି ତେବେ ଏହା ଆପଣଙ୍କ ପାଇଁ ଖୁବ ଲାଭଦାୟକ ରହିବ । ଯେକୌଣସି ପରୀକ୍ଷା ହେଉ ଆଜିକାଲି ଏପରି ପ୍ରଶ୍ନ ପଚାରି ଦେଉଛନ୍ତି ଯାହା ସାଧାରଣ ଲାଗୁଥିଲେ ମଧ୍ୟ ଅନେକ ପିଲା ଏହାର ଉତ୍ତର ଜାଣି ନଥାନ୍ତି । ତେବେ ଚାଳନ୍ତୁ ଜାଣିବା କିଛି ପ୍ରଶ୍ନ ଓ ତା’ର ଉତ୍ତର ।

୧:- କଳା ମୁଚୁମୁଚୁ ଜଙ୍ଗଲରେ ରହେ କାଲିଆ ଷଣ୍ଢ, ସୋରିଷ ଛୋଟ ହେଲେ ଖାଏ ମଣିଷ ମୁଣ୍ଡ ?

ଉତ୍ତର:- ଉକୁଣୀ

୨:- ଗୋଟିଏ ଫଳରେ ଅନେକ କଣ୍ଟା, ପାଚିଲା ଖାଇଲେ ହାତରେ ଅଠା ?

ଉତ୍ତର:- ପଣସ

୩:- ଟିକି ବାଛୁରୀ ବେକରେ ପଘା, ଟିକି ଦାନ୍ତରେ କାମୁଡେ ଲୁଗା ?

ଉତ୍ତର:- ଛୁଞ୍ଚି

୪:- ଠକ ଠକ ଠକସା, ତିନି ମୁଣ୍ଡ ତିନି ଗୋଡ଼ ଦେଖି ଛକେ ମଉସା ?

ଉତ୍ତର:- ହଳ ଓ ହଳିଆ

୫:- ନହ ନହକା ପତର ବଙ୍କା, ତା ଫଳ ବିକାଏ ମୁଠାଏ ଟଙ୍କା ?

ଉତ୍ତର:- ଧାନ

୬:- ଗୋଟିଏ ଗୁମ୍ଫାରେ ବତିଶି ଚୋର, ଦିନରେ କରନ୍ତି କାମ, ରାତି ହେଲେ ସିଏ ଆରାମ କରନ୍ତି କୁହ ତେବେ ତାଙ୍କ ନାମ ?

ଉତ୍ତର:- ଦାନ୍ତ

୭:- ପବନ ତାହାର ଏହାର, ଖାଏ ଗୋଇଠା ପାହାର ?

ଉତ୍ତର:- ଫୁଟବଲ

୮:- ଆସିଲା ବଡ ଚଢ଼େଇ, ବସିଲା ଦେଣା ମେଲେଇ ଧଇଲା ମାଛ ଖାଇଲା ନାହିଁ ?

ଉତ୍ତର:- ଜାଲ

୯:- ମାମୁଁ ଘରେ ଗୋଠେ ଗାଈ ରାତି ପାହିଲେ ଗୋଟେ ନାହିଁ ?

ଉତ୍ତର:- ତାରା

୧୦:- ଯାଇଥିଲି ଉତ୍ତର ଦେଖି ଆସିଲି, ଫଳ ପରେ ଧରିଛି ପତର ?

ଉତ୍ତର:- ସଫୁରି

୧୧:- କେତେବେଳେ ପିଏ କଳା, କେତେବେଳେ ପିଏ ନାଲି ପେଟ ଶୁଖିଗଲେ ତାର, ଆଊ ନ ପାରଇ ଚାଲି ?

ଉତ୍ତର:- କଲମ

୧୨:- ଗରମ ପାଇଲେ ଆକାଶେ ଉଡେ, ଶୀତଳ ପାଇଲେ ତଳକୁ ପଡେ ?

ଉତ୍ତର:- ବାଷ୍ପ

ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ଏହି ପ୍ରଶ୍ନ ଗୁଡ଼ିକର ଉତ୍ତର କମେଣ୍ଟ ରେ ନିସ୍ଚୟ ଲେଖନ୍ତୁ ।

Leave a Reply

Your email address will not be published. Required fields are marked *