ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ କହିଦିଅନ୍ତୁ ଏହି 2ଟି ଶବ୍ଦ – ଜୀବନରେ କେବେ ଧନର ଅଭାବ ହେବନି- Sri Krishna

ନମସ୍କାର ବନ୍ଧୁଗଣ ତେବେ ଆମ ସମସ୍ତଙ୍କ ଘରେ ଯେଉଁ ସବୁ ବଡ ଗୁରୁଜନ ମାନେ ରହିଛନ୍ତି ସେମାନେ ପ୍ରତିଦିନ ଆମକୁ କିଛି କିଛି ଭଲ ଓ ମଙ୍ଗଳମୟୀ କଥା ସବୁ କହିଥାନ୍ତି । ତାହାସହ ଘରେ ଭଲ ସଂସ୍କାର ରଖିବା ଦାୟିତ୍ଵ ମଧ୍ୟ ଘରର ବଡ ଗୁରୁଜନ ମାନଙ୍କର ହୋଇଥାଏ । ଆମର ଘରେ ପ୍ରତିଦିନ ଯେଉଁ ନିୟମ ଗୁଡିକ ର ପାଳନ କରାଯାଉଥାଏ, ଆମ ଘରର ପରିସ୍ଥିତି ମଧ୍ୟ ସେହି ପ୍ରକାରର ହୋଇଥାଏ ।

ଏହାସହ ଘରର ଲୋକ ମାନେ ଯଦି ପୂର୍ବ ନିର୍ଧାରିତ ନିୟମ ଗୁଡିକ ର ପ୍ରତିଦିନ ପାଳନ କରନ୍ତି ତେବେ ଘର ସବୁବେଳେ ସୁଖ ଶାନ୍ତି ମୟ ହୋଇ ରହିଥାଏ । ତେବେ ଯଦି ଘରେ କୌଣସି ପ୍ରକାରର ନୀତି ନିୟମ ରହି ନଥାଏ ବା ଘରର ବଡ ଲୋକ ମାନଙ୍କର କଥା କୁ ସବୁବେଳେ ଅବହେଳା କରାଯାଇଥାଏ  ତେବେ ସେହିଭଳି ପରିସ୍ଥିତିରେ ସେହି ଘର ମାନଙ୍କରେ ସବୁବେଳେ ଅଶାନ୍ତି, ଦୁଃଖ, ଦରିଦ୍ରତା ଓ କଳହ ଆଦି ସ୍ଥିତ ଲାଗି ରହିଥାଏ ।

ତେବେ ଭଗବାନ ଶ୍ରୀ କୃଷ୍ଣ ମନୁଷ୍ୟ ମାନଙ୍କର ଉଦ୍ଧାର ପାଇଁ ଭଗବଦ ଗୀତା ରେ ଏପରି କିଛି କାମ ବିଷୟରେ ଉଲ୍ଲେଖ କରି ଯାଇଛନ୍ତି ଯାହାକୁ କରିବା ଦ୍ଵାରା ମଣିଷ ଜୀବନରେ କୌଣସି ଦୁଃଖ ରହି ନଥାଏ । ଯେପରିକି ପ୍ରଥମ ଟି ବନ୍ଧୁଗଣ ଯଦି କେହି ପ୍ରତିଦିନ ସକାଳେ ବ୍ରହ୍ମମୁହୂର୍ତ୍ତ ରେ ଉଠେ ତେବେ ସେହି ମଣିଷ ର ଜୀବନ ରେ ସମସ୍ତ ପ୍ରକାର ର ନକରାତ୍ମକତା ଶକ୍ତି ର ନାସ ହୋଇଯାଇଥାଏ । ତାହାଛଡା ସେହି ମଣିଷ ଜୀବନରେ ସବୁପ୍ରକାରର ସୁଖ ପ୍ରାପ୍ତ କରିଥାଏ ।

ତେବେ ଆଜିକାଲି ର ଦୈନଦିନ ଜୀବନ ଶୈଳୀରେ ଏହା ପ୍ରାୟତଃ ଅସମ୍ଭବ ପ୍ରତୀତ ହୋଇଥାଏ । କିନ୍ତୁ ଯଥା ସମ୍ଭବ ଶୀଘ୍ର ଉଠି ସକାଳେ ସର୍ବପ୍ରଥମେ ଭଗବାନ ଙ୍କୁ ସ୍ମରଣ କରିବା ଉଚିତ । ଏହାପରେ ଶୀଘ୍ର ସ୍ନାନ ଆଦି ନିତ୍ୟ କର୍ମ ଦ୍ଵାରା ନିବୃତ ହୋଇ ସୂର୍ଯ୍ୟ ଭଗବାନ ଙ୍କୁ ଜଳ ଆଦି ଅର୍ଘ୍ୟ ଦେଇ ନମସ୍କାର କରିବା ଉଚିତ । ଏହାପରେ ଚଉରା ରେ ମା ବୃନ୍ଦ ଦେବୀ ଙ୍କର କିଛି ସେବା ପୂଜା ନିଶ୍ଚୟ କରିବା ଉଚିତ । ଏହା ପରେ ନିଜ ମଥା ରେ ତିଲକ ଚନ୍ଦନ ଆଦି ଲଗାଇ ବା ଉଚିତ ବନ୍ଧୁଗଣ ନିତ୍ୟ ମଥା ରେ ତିଲକ ବା ଚନ୍ଦନ ଲଗାଇବା ଦ୍ଵାରା ଚିତ୍ତ ସବୁବେଳେ ଶାନ୍ତ ହୋଇ ରହିଥାଏ ।

ତାହାଛଡା ଗାଈ ଗୋରୁ ବା ପଶୁ ପକ୍ଷୀ ଙ୍କ ପ୍ରତି ମଧ୍ୟ କିଛି ଦୟା ଭାବହୃଦୟ ରେ ରଖି ସେମାନଙ୍କୁ କିଛି ଖାଦ୍ୟ ଖାଇବାକୁ ଦେବାକୁ ହୋଇଥାଏ । ତାହାଛଡା ପ୍ରତିଦିନ ଘରେ ସନ୍ଧ୍ୟା ସମୟରେ କିଛି ସମୟ ପାଇଁ ରାମାୟଣ ବା ଭାଗବତ ଆଦି ହରି କଥା ର ପାଠ ବା ବେଦ ଶାସ୍ତ୍ର ଆଦିର ଆଲୋଚନା କରିବା ଦ୍ଵାରା ଘରେ ସବୁବେଳ ସୁଖ ଶାନ୍ତି ଲାଗି ରହିଥାଏ ।

ତେବେ ଏହାଦ୍ଵାରା ଘରର ପିଲା ମାନଙ୍କ ଉପରେ ମଧ୍ୟ ଭଲ ସଂସ୍କାର ପଡିଥାଏ । ଶେଷରେ ବନ୍ଧୁଗଣ ରାତି ଶୋଇବା ସମୟରେ ପ୍ରତିଦିନ ଭଗବାନ ଙ୍କୁ ଦିନ ର ସବୁ ଭଲ ସମୟ ଗୁଡିକ ପାଇଁ ଆଭାର ପ୍ରକଟ କରି ଧନ୍ୟବାଦ ଓ କରିଥିବା ସମସ୍ତ ଛୋଟ ବଡ ଭୁଲ ଗୁଡିକ ପାଇଁ ଭଗବାନ ଙ୍କୁ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ । ବନ୍ଧୁଗଣ ଭଗବାନ ବଡ କୃପାଳୁ ବଡ ଦୟାବାନ । ଆମେ ସବୁ ଈଶ୍ଵର ଙ୍କର ସନ୍ତାନ ।

ଯେତେବେଳେ କେହି ନିଜର କରିଥିବା ଭୁଲ ଯୋଗୁଁ ଈଶ୍ଵର ଙ୍କୁ କ୍ଷମା ଯାଚନା କରିଥାଏ, ଈଶ୍ଵର ସଙ୍ଗେସଙ୍ଗେ ନିଜ ସନ୍ତାନ ର ସମସ୍ତ ଭୁଲ କୁ କ୍ଷମା କରି, ତାକୁ ନିଜ ଶରଣ ରେ ନେଇ ଯାଇଥାନ୍ତି । ବନ୍ଧୁଗଣ ସବୁବେଳେ ନିଜର ମନ ହୃଦୟ କୁ ସ୍ବଚ୍ଛ ଓ ପବିତ୍ର ରଖିବାକୁ ଚେଷ୍ଟା କରନ୍ତୁ । ଏହାଦ୍ଵାରା ଆପଣ ଙ୍କର ଦୁର୍ଭାଗ୍ୟ ମଧ୍ୟ ସୌଭାଗ୍ୟ ରେ ପରିଣତ ହୋଇଯିବ ।

Leave a Reply

Your email address will not be published. Required fields are marked *