ଦୁଇ ଜଣ ପ୍ରେମିକାଙ୍କୁ ଗୋଟେ ବେଦିରେ ବିବାହ କରିଲା Lover ଚନ୍ଦୁ, ତାପରେ ହେଲା କିଛି ଏମିତି, ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ…

ବନ୍ଧୁଗଣ ଆଜିକା ସମୟରେ ବହୁତ ଆଶ୍ଚର୍ଯ୍ୟ ଘଟଣା ସବୁ ଦେଖିବାକୁ ଏବଂ ଶୁଣିବାକୁ ମିଳୁଚି । କେଉଁଠି କିଏ ନିଜ ସ୍ୱାମୀକୁ ପ୍ରେମିକା ହାତରେ କୋଟି କୋଟି ଟଙ୍କାରେ ବିକି ଦେଲାଣି ତ ଆଊ କେବେ ବାହା ବେଦିରେ କ୍ୟନ୍ୟାକୁ ଛାଡ଼ି ଚାଲିଯାଉଛି ବର । ତେବେ ଏମିତି ଏକ ଖବର ସାମ୍ନାକୁ ଆସିଛି ଯେ ଯାହାକୁ ଶୁଣି ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ଏବେ ତ ପୁଅ ମାନଙ୍କୁ ବାହା ହେବାକୁ ଝିଅ ମିଳିବା କଷ୍ଟକର ହେଉଛି ସେହି ସ୍ଥିତିରେ ଗୋଟେ ବେଦିରେ ଜଣେ ବରକୁ ବିବାହ କରିଛନ୍ତି ଦୁଇ ଜଣ କନିଆ ।

ଜଣେ ବର ଦୁଇଜଣ ଯୁବତୀ ଙ୍କ ବେକରେ ପକାଇଛନ୍ତି ବରଣ ମାଳ । ଏହା ଆଇନ ବିରୁଦ୍ଧରେ ହେଲେ ମଧ୍ୟ ଦୁଇ ଜଣ ଯୁବତୀ ସେହି ଯୁବକ ଙ୍କୁ ବିବାହ କରିଛନ୍ତି । ଏହି ଘଟଣା ଘଟିଛି ଛତିଶଗଡ ବସ୍ତର ଅଞ୍ଚଳରେ । ଏଠାରେ ଚନ୍ଦୁ ନାମକ ଏକ ଯୁବକ ଏହି ପରି କାମ କରିଛନ୍ତି । ନିଜର ଦୁଇ ଜଣ ପ୍ରେମିକା ଙ୍କୁ ଗୋଟିଏ ମଣ୍ଡପରେ ବିବାହ କରିଛନ୍ତି । ସୂଚନା ଅନୁସାରେ ଏହି ଯୁବକ ଅନେକ ସମୟ ଧରି ଏହି ଦୁଇ ଜଣ ଯୁବତୀ ଙ୍କ ସହ ପ୍ରେମ ସମ୍ପର୍କ ଗଢିଥିଲେ ।

ଏହାପରେ ତିନିଜଣ ନିଷ୍ପତି ନେଇ ବିବାହ କରିଛନ୍ତି । ଗତ ଜାନୁଆରୀ ୨୬ ତାରିଖରେ ବିବାହ ହେଲା ଏବଂ ଏଥିରେ ଗ୍ରାମ ବାସିନ୍ଦା ମଧ୍ୟ ସାମିଲ ହୋଇଥିଲେ । ଚନ୍ଦୁ ର କହିବା ଅନୁସାରେ ସେ ଦୁଇଜଣ ଯୁବତୀ ଙ୍କୁ ବହୁତ ଭଲ ପାଇଥିଲା ଏବଂ ଯୁବତୀ ମାନେ ମଧ୍ୟ ତାକୁ ଛାଡି ରହିପାରିବେନି ବୋଲି କହିଲେ ତେଣୁ କାହାକୁ ସେ ଦୁଃଖ ଦେବାକୁ ଚାହୁଁନଥିଲେ ଯେଉଁ କାରଣରୁ ସେମାନେ ମିଳିମିଶି ବିବାହ କରିବାକୁ ନିଷ୍ପତି ନେଇଥିଲେ ।

ଶେଷରେ ବିବାହ ବନ୍ଧନରେ ତିନି ଜଣ ବାନ୍ଧି ହୋଇଥିଲେ । ବନ୍ଧୁ ବାନ୍ଧବ ଙ୍କ ସାମ୍ନାରେ ଦୁଇ ପ୍ରେମିକା ଙ୍କ ମଥାରେ ସିନ୍ଦୂର ଦେଇଥିଲେ ଚନ୍ଦୁ । ବର୍ତ୍ତମାନ ସମସ୍ତେ ମିଳିମିଶି ରହିବେ ବୋଲି କହିଛନ୍ତି । ଏବଂ ପରିବାରରେ କୌଣସି ସମସ୍ୟା ମଧ୍ୟ ହେବନାହିଁ ବୋଲି କହିଛନ୍ତି । ତେବେ ବନ୍ଧୁଗଣ ଏହି ଖବର କୁ ନେଇ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *