ପୂଜା କରିବା ସମୟରେ ଯଦି ଆପଣଙ୍କ ଆଖିରେ ଲୁହ ଆସୁଛି ତ ଏହାର ରହସ୍ୟ କଣ ? ଭଗବାନ ଆପଣଙ୍କୁ ଦେଉଛନ୍ତି ଏହି ସଙ୍କେତ…

ବନ୍ଧୁଗଣ ଆପଣ ଯେତେବେଳେ ପୂଜା ପାଠ କରିବାକୁ ବସି ଯାଆନ୍ତି ଓ ଇଶ୍ଵରକୁ ଧ୍ୟାନ କରିବା ପାଇଁ ବସି ଯାଆନ୍ତି ତେବେ ଆପଣ ଇଶ୍ଵରଙ୍କ ସହ ଯୋଡି ହୋଇ ଯାଆନ୍ତି । ଯଦି ଆପଣଙ୍କ ଅନ୍ତର ଆତ୍ମା ଇଶ୍ଵର ସହ ମିଶି ଯାଏ ତେବେ ଇଶ୍ଵର ସେହି ସମୟରେ ଆପଣଙ୍କୁ କିଛି ସଂକେତ ଦେଇଥାନ୍ତି । ଏହି ସଂକେତ ବହୁତ ହିଁ ସାଧାରଣ ହୋଇଥାଏ । ଆମେ ଏହି ସଂକେତ ବିଷୟରେ ଜାଣି ନ ଥାଉ ସେଥିପାଇଁ ବୁଝି ପାରି ନ ଥାଉ ।

ବେଳେ ବେଳେ ବିଦ୍ୟାର୍ଥୀ ପଢୁଥିବା ସମୟରେ ମାତା ସରସ୍ଵତୀଙ୍କ ଧ୍ୟାନ କରୁଛନ୍ତି ତେବେ ତାଙ୍କ ଆଖିରେ ଲୁହ ଆସିଯାଏ କିମ୍ବା ଅଚାନକ ନିଦ ଆସିଯାଏ । ତେବେ ଏହାର ଅର୍ଥ ଏହା ଅଟେ କି ମାତା ସରସ୍ଵତୀଙ୍କ କୃପା ସେହି ବିଦ୍ୟାର୍ଥୀ ଉପରେ ଅଛି । ଆଜି ଆମେ ଆପଣଙ୍କୁ ଏହିଭଳି କିଛି ସଂକେତ ବିଷୟରେ କହିବୁ ଯଦି ଆପଣ ଇଶ୍ଵରର ଧ୍ୟାନ କରିବା ସମୟରେ ଏହି ଭଳି କିଛି ସଂକେତ ମିଳୁଥିବ ତେବେ ବୁଝି ଯାଆନ୍ତୁ କି ଇଶ୍ଵର ଆପଣଙ୍କୁ କିଛି କହିବାକୁ ଚାହୁଁଛନ୍ତି ।

ଆଖିରୁ ଲୁହ ଆସିବା:- ଯଦି ଆପଣ ଇଶ୍ଵରର ଧ୍ୟାନ କରୁଛନ୍ତି ଓ ଅଚାନକ ଆପଣଙ୍କ ଆଖିରୁ ଲୁହ ଚାଲି ଆସୁଛି ତେବେ ଏହା ଇଶ୍ଵରଙ୍କ ସଂକେତ ଅଟେ କି ଆପଣ ଇଶ୍ଵର ସହ ଯୋଡି ହୋଇ ଯାଇଛନ୍ତି । ଏହି ସମୟରେ ଇଶ୍ଵରଙ୍କୁ କରିଥିବା ସବୁ ପ୍ରାର୍ଥନାର ଫଳ ମିଳିଥାଏ । ଯେତେବେଳେ ପୂଜା ଓ ଆରାଧନା କରିବା ସମୟରେ ଆପଣଙ୍କ ଆଖିରୁ ଲୁହ ଚାଲି ଆସୁଛି ତେବେ ନିଜ ଜୀବନର ଦୁଃଖ ଓ କଷ୍ଟ ବିଷୟରେ ଭଗବାନଙ୍କୁ କୁହନ୍ତୁ । ପୂଜା କରିବା ସମୟରେ ଆଖିରୁ ଲୁହ ବାହାରିବାକୁ ନେଇ କୁହାଯାଏ କି ଆପଣଙ୍କ ମନରୁ ଖରାପ ଚିନ୍ତାଧାରା ଦୂର ହେଉଛି ।

ଧୂପକାଠି ଧୂଆଁ :- ପୂଜା କରିବା ସମୟରେ ଆପଣଙ୍କ ଦ୍ଵାରା ଲଗାଯାଇଥିବା ଧୂପକାଠି ଓ ଝୁଣାର ଧୂଆଁ ଭଗବାନଙ୍କ ଆଡକୁ ଯାଉଛି ତେବେ ଏହାର ଅର୍ଥ ଆପଣଙ୍କ ପୂଜାକୁ ଇଶ୍ଵର ସ୍ଵୀକାର କରି ନେଇଛିନ୍ତି ।

ଅଗ୍ନିର ତାପ ବଢିବା:- ଯଦି ଆପଣ ପୂଜା କରୁଛନ୍ତି ଓ ଆପଣଙ୍କ ସାମ୍ନାରେ ଥିବା ଦୀପ ଓ ଆରତୀର ଅଗ୍ନି ବଢି ଯାଉଛି ତେବେ ଏହା ଇଶ୍ଵରଙ୍କ ସଂକେତ ଅଟେ କି ସେ ଆପଣଙ୍କର ପୂଜା ଓ ଭକ୍ତରେ ପ୍ରସନ୍ନ ଅଛନ୍ତି । ଏହି ସମୟରେ ଇଶ୍ଵରଙ୍କୁ ପ୍ରାର୍ଥନା କରି ନିଜର ମନୋକାମନା କୁହନ୍ତୁ ।

ଫୁଲ ପଡ଼ିବା:- ପୂଜା କରିବା ପୂର୍ବରୁ ଆପଣ ଯଦି ଭଗବାନଙ୍କ ପ୍ରତିମା ଓ ଫଟୋ ଉପରେ ଫୁଲ ଚଢାଇଛନ୍ତି ତେବେ ପୂଜା କରିବା ସମୟରେ ସେହି ଫୁଲ ପଡି ଯାଉଛି ତେବେ ଏହା ବହୁତ ହିଁ ଶୁଭ ଅଟେ । ତେବେ ବନ୍ଧୁଗଣ ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *