59 ଦେଶରେ ବ୍ୟାପିଲାଣି କୋରୋନାର ନୂଆ ଭ୍ୟାରିଆଣ୍ଟ Omicron, କଣ ପୁଣି ଫେରିବ ଲକଡାଉନ ? WHO ଦେଲା ଏହି ବଡ ଚେତାବନୀ !

ବନ୍ଧୁଗଣ ଆପଣମାନେ ଜାଣିଥିବେ କରୋନା ର ନୂଆ ଭାରିଏଣ୍ଟ ଓମିକ୍ରନ ପୁରା ବିଶ୍ୱରେ ହୁ ହୁ ହେଇ ବଢିବାରେ ଲାଗିଲାଣି । ଏହି ଭାଇରସ ପୁରା ବିଶ୍ୱରେ ଭୟର ଆତଙ୍କ ସୃଷ୍ଟି କରିବାରେ ଲାଗିଲାଣି । କୋରୋନା ରେ ଯେଉଁ ଭଳି ସ୍ଥିତି ରହିଥିଲା ତାହା ଆମେ ସ୍ଵଚକ୍ଷୁ ରେ ଦେଖିଚେ । ତେବେ ବର୍ତ୍ତମାନ ର ସବୁଠୁ ବଡ଼ ଖବର ହେଉଛି ୟୁକେ ରେ ଡିସେମ୍ବର ଶେଷ ଠାରୁ ଗୋଟେ ବଡ଼ ଲହର ଆସିବାକୁ ଯାଉଛି ବୋଲି ବିଶେଷଜ୍ଞ ମାନେ କହିଛନ୍ତି । ଏବଂ ସମସ୍ତେ ସତର୍କ ରୁହନ୍ତୁ ବୋଲି ମଧ୍ୟ କହିଛନ୍ତି ।

ସାରା ବିଶ୍ବରେ ଓମିକ୍ରନ ଚିନ୍ତାର ବିଷୟ ପାଲଟି ସାରିଛି । ଏବେ ସୁଦ୍ଧା ୫୯ ଦେଶକୁ ବ୍ୟାପି ଯାଇଥିବା ଓମିକ୍ରନ ଯୋଗୁଁ ପୁଣି ଲକଡାଉନ ଏବଂ ସଟଡାଉନ ର ସ୍ଥିତି ଫେରିପାରେ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ । ଏହାକୁ ଚିହ୍ନିବା ପାଇଁ ବିଶେଷ ରୁପରେ ଗୋଟେ କୀଟ ତିଆରି କରାଯାଇଛି । ଆସନ୍ତା ସପ୍ତାହରୁ ଏହି କୀଟ ଟି ବଜାରରେ ଉପଲବ୍ଧ ମଧ୍ୟ ହୋଇପାରେ ।

ଏହାକୁ ବ୍ୟବହାର କରିବାର ମାତ୍ର ୨ ଘଣ୍ଟା ଭିତରେ ଓମିକ୍ରନ ଭାଇରସ ର ଚିହ୍ନଟ ହୋଇଯିବ ବୋଲି କହିଛନ୍ତି ବିଶେଷଜ୍ଞ । ମହାରାଷ୍ଟ୍ର, ରାଜସ୍ଥାନ,ଦିଲ୍ଲୀ,କେରଳ, କର୍ଣ୍ଣାଟକ,ଆନ୍ଦ୍ରପ୍ରଦେଶ ରେ ଏହି ଭାଇରସ ଚିହ୍ନଟ ହୋଇସାରିଛି । ବର୍ତ୍ତମାନ ଓମିକ୍ରନ ର ସଂଖ୍ୟା ଭାରତରେ ମଧ୍ୟ ବଢିବାରେ ଲାଗିଛି । ଗତ କାଲି କେରଳ, ଚଣ୍ଡିଗଡ, ନଗୁପୂର ରେ ଏହି ଓମିକ୍ରନ ଭାଇରସ ଚିହ୍ନଟ ହୋଇଛି ।

ସବୁ ଆକ୍ରାନ୍ତ ମାନଙ୍କୁ କ୍ୱାରେନଟାଇନ ରେ ରଖାଯାଇଛି । ସେହିପରି କ ଓମିକ୍ରନ ବଢିବା କାରଣରୁ ପୁଣି ଥରେ ଭାରତରେ ପୂର୍ବ ପରି ଲକଡାଉନ ଏବଂ ସଟଡାଉନ ହୋଇପାରେ ବୋଲି ସୂଚନା ମିଳିଛି । ତେବେ ଏହାକୁ ନେଇ ସମ୍ପୂର୍ଣ୍ଣ ତଥ୍ୟ ଏଯାଏଁ ମିଳିନାହିଁ । ତେବେ ବନ୍ଧୁଗଣ ଓମିକ୍ରନ ବୃଦ୍ଧି ହେଉଥିବା କାରଣରୁ ପାଇଁ ଭାରତରେ ପୁଣି ଲକଡାଉନ ହେବା ଉଚିତ କି ନାହିଁ ଆପଣଙ୍କ ମତାମତ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *