Vastu Tips- ରବିବାର ଦିନ ଖାଆନ୍ତୁ ନାହିଁ ଏହି 3 ଜିନିଷ, କରନ୍ତୁ ନାହିଁ ଏହି କାର୍ଯ୍ୟ, ନଚେତ ହୋଇଯିବେ ବର୍ବାଦ

ନମସ୍କାର ବନ୍ଧୁଗଣ ତେବେ ଆମେ ସମସ୍ତେ ଜାଣିଛୁ ଯେ ସୌର ମଣ୍ଡଳ ର ସମସ୍ତ ଗ୍ରହ ନିଜର ଉର୍ଜା ସୂର୍ଯ୍ୟଦେବ ଙ୍କ ଠାରୁ ହିଁ ଗ୍ରହଣ କରିଥାନ୍ତି । ଆମେ ଏହା ମଧ୍ୟ ଜାଣିଛୁ ଯେ ଆମ କୁଣ୍ଡଳୀ ରେ କୌଣସି ନା କୌଣସି ଗ୍ରହ ର ପ୍ରଭାବ ପଡ଼ିଥାଏ । ଯାହାଦ୍ୱାରା ଆମ କାର୍ଯ୍ୟ ସଫଳ ବା ଅସଫଳ ହୋଇଥାଏ । ଏଥିପାଇଁ ଆମେ ସର୍ବଦା ପ୍ରୟାସ କରିଥାଉ ଯେପରି ଆମ ଗ୍ରହ ସର୍ବଦା ଶାନ୍ତ ରହୁ ବୋଲି । ଏଥିପାଇଁ ଆମେ ବୁଧବାର ଦିନ ବୁଧ ଗ୍ରହ, ଗୁରୁବାର ଦିନ ବୃହସ୍ପତି ଗ୍ରହ, ଶୁକ୍ରବାର ଦିନ ଶୁକ୍ର ଗ୍ରହ ଏବଂ ଶନିବାର ଦିନ ଭଗବାନ ଶନିଦେବ ଙ୍କ ଆରାଧନା କରିଥାଉ ।

କିନ୍ତୁ ଯେତେବେଳେ ରବିବାର ଦିନ ର କଥା ଉଠିଥାଏ ତେବେ ଆମେ ସେହି ଦିନକୁ କେବଳ ଛୁଟି ର ଦିନ ବୋଲି ଭାବି ଆରାମ କରିଥାଉ । ରବିବାର ଦିନ ସୂର୍ଯ୍ୟଦେବ ଙ୍କ ବାର ବୋଲି ମାନା ଯାଇଥାଏ । କିନ୍ତୁ ଆମେ ଏହି ଦିନ ଛୁଟି ଦିନ ଭାବି କିଛି ଅନୁଚିତ କାର୍ଯ୍ୟ କରିଥାଉ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ କିଛି ଏଭଳି କାର୍ଯ୍ୟ ସମ୍ବନ୍ଧରେ ଯାହା ରବିବାର ଦିନ କରିବା ଆଦୋୖ ଉଚିତ ହୋଇନଥାଏ ଏବଂ କେଉଁ ଜିନିଷ ଖାଇବା ଉଚିତ ନୁହେଁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ରବିବାର ଦିନ କେଉଁ କାର୍ଯ୍ୟ କରିବା ଅନୁଚିତ-

ତେବେ ପ୍ରଥମ କଥା ସୂର୍ଯ୍ୟଙ୍କୁ ଆପଣ ଅର୍ଘ୍ୟ ଦେବା । ଆପଣ ସୂର୍ଯ୍ୟ ବ୍ରତ ଧାରଣ କରନ୍ତୁ କି ନକରନ୍ତୁ ଆପଣ ରବିବାର ଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ନିହାତି ଉଚିତ୍ । ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ବ୍ୟକ୍ତି ରବିବାର ଦିନ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିଥାଏ, ସେହି ବ୍ୟକ୍ତି ଦୀର୍ଘାୟୁ ପ୍ରାପ୍ତ କରିଥାଏ । ଏବଂ ସୁଖ, ସମ୍ଭୃନ୍ଧି ପ୍ରାପ୍ତ କରିଥାଏ ।

ଦ୍ୱିତୀୟ କଥା ଚନ୍ଦନ ଟିପା । ଶାସ୍ତ୍ର ରେ ରବିବାର ଦିନ ଚନ୍ଦନ ଟିପା ନିଶ୍ଚୟ ଲଗାନ୍ତୁ । ଏଥିରେ ବ୍ୟକ୍ତିକୁ ଲକ୍ଷ୍ମୀ ପ୍ରାପ୍ତ ହୋଇଥାଏ । ରବିବାର ଦିନ ପରିବାରର ସମସ୍ତ ସଦସ୍ୟ ଚନ୍ଦନ ଟିପା ଲଗାଇ ବାହାରକୁ ଯିବା ଉଚିତ୍ । ତୃତୀୟ କଥା ମାଛକୁ ଅନ୍ନ ଦେବା । ଶାସ୍ତ୍ର ଅନୁସାରେ ରବିବାର ଦିନ ଯେଉଁ ମନୁଷ୍ଯ ମାଛକୁ ଛୋଟ ଛୋଟ ଅଟା ଗୋଳା ଖୁଆଇ ଥାଏ, ତାହାକୁ ଧନଧାନ୍ୟ ର ପ୍ରାପ୍ତି ହୋଇଥାଏ ।

ଚତୁର୍ଥ କଥା ଘରକୁ ଶାନ୍ତି ରଖିବା ପାଇଁ ରବିବାର ଦିନ ଅସ୍ତ ଗଛ ତଳେ ଚାରି ମୁଖା ଦୀପ ଅବଶ୍ୟ ଲଗାନ୍ତୁ । ଏହା ସହିତ ରବିବାର ଦିନ ଘରର ମୁଖ୍ୟ ଦ୍ୱାର ରେ ଏକ ସୁଧ ଘିଅର ଦୀପ ଲଗାନ୍ତୁ । ଏଥିରେ ମାତା ଲକ୍ଷ୍ମୀ ଘରକୁ ପ୍ରବେଶ କରିଥାନ୍ତି । ରବିବାର ଦିନ ଝାଡୁ କିଣିବା ଶୁଭ ହୋଇଥାଏ । ରବିବାର ଦିନ ତିନୋଟି ଝାଡୁ କିଣି ଘରକୁ ଅବଶ୍ୟ ଆଣନ୍ତୁ ଏବଂ ଝାଡୁର ପୂଜା କରି ସୋମବାର ଦିନ କୌଣସି ମନ୍ଦିରରେ ଦାନ କରନ୍ତୁ । ଏଥିରେ ମାଁ ଲକ୍ଷ୍ମୀ ଘରକୁ ଆସିଥାନ୍ତି ।

ରବିବାର ଦିନ କଣ ଖାଇବା ଅନୁଚିତ- ୧- ପ୍ରଥମ ଜିନିଷ ଟି ହେଉଛି ‘ମସୁର ଡାଲି’ । ଶାସ୍ତ୍ର ଅନୁସାରେ ରବିବାର ଦିନ ମସୁର ଡାଲି ଖାଇବା ଆଦୋୖ ଉଚିତ ନୁହେଁ । ଏହାକୁ ନକରାତ୍ମକ ବ୍ୟଞ୍ଜନ ଶ୍ରେଣୀ ରେ ଦେଖା ଯାଇଥାଏ । ରବିବାର ସୂର୍ଯ୍ୟ ଦେବ ଙ୍କ ଦିନ ଅଟେ । ତେଣୁ ସୂର୍ଯ୍ୟ ଦେବ ଙ୍କ ଉପାସକ ମାନେ ଏହି ଦିନ ମସୁର ଡାଲି ଖାଇବା ଅନୁଚିତ ଅଟେ ।

୨- ଦ୍ଵିତୀୟ ରେ ପିଆଜ ଓ ରସୁଣ’ । ଏହା ତାମସିକ ଭୋଜନ ଅଟେ । ତେଣୁ ଏହି ଦିନ ପିଆଜ ଓ ରସୁଣ ର ସେବନ କରିବା ଅନୁଚିତ । ଏହା ସହିତ ‘ନାଲି ଶାଗ’ ମଧ୍ୟ ସେବନ କରିବା ଉଚିତ ନୁହେଁ । କାରଣ ଏହା ଶୀଘ୍ର ଉଠି ଶୀଘ୍ର ନଷ୍ଟ ହୋଇଯାଏ । ତେଣୁ ଅଳ୍ପ ଆୟୁ ଥିବା ଏହି ଶାଗ ର ସେବନ କରିବା ସମ୍ପୂର୍ଣ୍ଣ ରୂପରେ ଅନୁଚିତ ଅଟେ ।

୩- ତୃତୀୟ ରେ ମାଛ । ତେବେ ଆମ ଶାସ୍ତ୍ର ଅନୁସାରେ ଆମିଷ ର ସେବନ କୁ ସମ୍ପୂର୍ଣ୍ଣ ରୂପରେ ଅନୁଚିତ ବୋଲି କୁହା ଯାଇଛି । କିନ୍ତୁ ଯେଉଁ ବ୍ୟକ୍ତି ଆମିଷ ଖାଆନ୍ତି ସେମାନେ ରବିବାର ଦିନ ମାଛର ସେବନ କରନ୍ତୁ ନାହିଁ । ଏହା ସହିତ ଯେଉଁ ଜିନିଷ ଅଳ୍ପାୟୁ ହୋଇଥାଏ ସେହି ଜିନିଷ ମଧ୍ୟ ରବିବାର ଦିନ ଭୁଲ ରେ ବି ଖାଆନ୍ତୁ ନାହିଁ ।

୪- ଚତୁର୍ଥ ଜିନିଷ ଟି ହେଉଛି, ‘ରାଶି ତେଲ’ । ରବିବାର ଦିନ ସୂର୍ଯ୍ୟଦେବ ଙ୍କୁ ରାଶି ତେଲ ଅର୍ପଣ କରନ୍ତୁ କିନ୍ତୁ କୌଣସି ଭୋଜନ ରେ ଏହାର ଉପଯୋଗ ବା ସେବନ କରନ୍ତୁ ନାହିଁ । ଯଦି ଆପଣ ସୁସ୍ଥ ଓ ନିରୋଗ ରହିବାକୁ ଚାହୁଁଛନ୍ତି ତେବେ ରବିବାର ଦିନ ଲୁଣ ଓ ରାଶିତେଲ ଭୋଜନ ରେ ଉପଯୋଗ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *